22 January 2024 Holiday in Odisha: ଆସନ୍ତା ୨୨ ତାରିଖରେ ଉଦଘାଟିତ ହେବାକୁ ଯାଉଛି ଅଯୋଧ୍ୟା ରାମ ମନ୍ଦିର। ଏହି କାର୍ଯ୍ୟକ୍ରମ ପାଇଁ ଓଡ଼ିଶା ସରକାର କରିଛନ୍ତି ଏକ ବଡ଼ ଘୋଷଣା। ଅଯୋଧ୍ୟା ଠାରେ ଭଗବାନ ଶ୍ରୀରାମଙ୍କ ପବିତ୍ର ପ୍ରାଣ ପ୍ରତିଷ୍ଠା ଉତ୍ସବ ଉପଲକ୍ଷେ ୨୨ ଜାନୁଆରୀ ୨୦୨୪ ଦିନ ଅପରାହ୍ନ ୨.୩୦ ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ଅଧିନସ୍ଥ ସମସ୍ତ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିବ। ଅନ୍ୟପଟେ ସେହି ଦିନ କେନ୍ଦ୍ର ସରକାରଙ୍କ କାର୍ଯ୍ୟାଳୟ ଅଧା ଦିନ ପାଇଁ ବନ୍ଦ ରହିବ।



COMMERCIAL BREAK
SCROLL TO CONTINUE READING

ରାମ ମନ୍ଦିରର ଉଦଘାଟନ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ କେନ୍ଦ୍ର ସରକାର ଜାନୁଆରୀ ୧୮ ତାରିଖ କରିଛନ୍ତି ଏକ ବଡ଼ ଘୋଷଣା। କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂହ କହିଛନ୍ତି ଯେ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହ ୨୨ ତାରିଖରେ ଆୟୋଜିତ ହେଉଛି। ସେହି ଦିନ ସରକାରୀ କାର୍ଯ୍ୟାଳୟ ଅଧା ଦିନ ପାଇଁ ବନ୍ଦ ରହିବ। ଜନସାଧାରଣଙ୍କ ଭାବନାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏହି ନିଷ୍ପତ୍ତି ନେଇଛନ୍ତି। କେନ୍ଦ୍ରୀୟ କର୍ମଚାରୀଙ୍କୁ ଅଧା ଦିନ ବିରତି ଦିଆଯିବ। ଏହି ବିରତି ଜାନୁଆରୀ ୨୨ ତାରିଖରେ ମଧ୍ୟାହ୍ନ ୨:୩୦ ପର୍ଯ୍ୟନ୍ତ ଚାଲିବ। 



କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ଆଦେଶରେ କୁହାଯାଇଛି ଯେ, ଅଯୋଧ୍ୟା ରାମ ମନ୍ଦିରରେ ଆୟୋଜିତ ହେଉଥିବା ପ୍ରାଣ ପ୍ରତିଷ୍ଠା ୨୦୨୪ ଜାନୁୟାରୀ ୨୨ ତାରିଖରେ ସମଗ୍ର ଭାରତ ବର୍ଷରେ ପାଳନ କରାଯିବ। ସେହି ଦିନ କେନ୍ଦ୍ର ସରକାରଙ୍କ କାର୍ଯ୍ୟାଳୟ, କେନ୍ଦ୍ରୀୟ ଅନୁଷ୍ଠାନ ଏବଂ କେନ୍ଦ୍ରୀୟ ଶିଳ୍ପ ପ୍ରତିଷ୍ଠାନ ମଧ୍ୟାହ୍ନ ୨:୩୦ ପର୍ଯ୍ୟନ୍ତ ଅଧା ଦିନ ବନ୍ଦ ରହିବ। ଓଡ଼ିଶା ପୂର୍ବରୁ ଉତ୍ତର ପ୍ରଦେଶ, ମଧ୍ୟପ୍ରଦେଶ, ଗୋଆ, ହରିୟାଣା, ଛତିଶଗଡ଼ ୨୨ ତାରିଖକୁ ଖ ଏକ ସାଧାରଣ ଛୁଟି ଦିବସ ଭାବେ ଘୋଷଣା କରିଛନ୍ତି।