CBI Raid: ଓଡ଼ିଶାରେ ଆରମ୍ଭ ହେଲା ସିବିଆଇ ଚଢଉ, ପଶିଲା ଛନକା
ମାମଲାରେ ସିବିଆଇର ଏକ ସ୍ୱତନ୍ତ୍ର ଟିମ୍ ଶିକ୍ଷକଙ୍କ ଘରେ ଘଣ୍ଟାଘଣ୍ଟା ଧରି ଚଢ଼ାଉ କରିଥିଲା। ତେବେ ଶୁଭଲକ୍ଷ୍ମୀ ଘରେ ନଥିବା ଜଣାପଡିଛି। ତେଣୁ ସିବିଆଇ ଟିମ୍ ପୂର୍ଣ୍ଣଚନ୍ଦ୍ରଙ୍କୁ ନୋଟିସ ଦେଇଥିବା ଜଣାପଡ଼ିଛି।
CBI Raid: ଭୁବନେଶ୍ୱର: ଓଡ଼ିଶାରେ ଆରମ୍ଭ ହେଲା ସିବିଆଇ ଚଢାଉ। ଫୁଲବାଣୀରୁ ଆରମ୍ଭ ହୋଇଛି ଏହି ଚଢାଉ। ଏକ ନିଯୁକ୍ତି ମାମଲାରେ ଅନିୟମିତତା ଅଭିଯୋଗ ଆଣି ଏହି ଚଢାଉ ହୋଇଥିବା ଜଣାପଡ଼ିଛି। ଏହି ଚଢାଉ ପରେ କିଛି ଦୁର୍ନିତୀଗ୍ରସ୍ତ ଅଫିସର ମନରେ ଛନକା ପଶିଥିବା ନେଇ ଚର୍ଚ୍ଚା ହେଉଛି।
ମିଳିଥିବା ସୂଚନା ଅନୁଯାୟୀ ଗ୍ରାମୀଣ ଡାକ ସେବକ ନିଯୁକ୍ତିରେ ଅନିୟମିତତା ମାମଲାରେ ସିବିଆଇର ଚଢ଼ାଉ କରିଛି। ଗୁରୁବାର ଫୁଲବାଣୀର ଅରବିନ୍ଦନଗରର ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ବାରିକଙ୍କ ଘରେ ସିବିଆଇ ଚଢ଼ାଉ କରିଥିବା ସୂଚନା ମିଳିଛି। ସାର୍ଟିଫିକେଟ୍ ଦେଇ ଜିଡିଏସ ପାଇଁ ରାୟଗଡ଼ା ସର୍କଲରେ ଆବେଦନ କରିଥିଲେ ପୂର୍ଣ୍ଣଚନ୍ଦ୍ରଙ୍କ ପତ୍ନୀ ଶୁଭଲକ୍ଷ୍ମୀ ପାଲଟାସିଂହ। ସାର୍ଟିଫିକେଟ ଜାଲ ବୋଲି ସନ୍ଦେହ କରି ସିବିଆଇ ତାଙ୍କ ନାଁରେ ମାମଲା ରୁଜୁ କରିଥିବା ଜଣାପଡିଛି। ମାମଲାରେ ସିବିଆଇର ଏକ ସ୍ୱତନ୍ତ୍ର ଟିମ୍ ଶିକ୍ଷକଙ୍କ ଘରେ ଘଣ୍ଟାଘଣ୍ଟା ଧରି ଚଢ଼ାଉ କରିଥିଲା। ତେବେ ଶୁଭଲକ୍ଷ୍ମୀ ଘରେ ନଥିବା ଜଣାପଡିଛି। ତେଣୁ ସିବିଆଇ ଟିମ୍ ପୂର୍ଣ୍ଣଚନ୍ଦ୍ରଙ୍କୁ ନୋଟିସ ଦେଇଥିବା ଜଣାପଡ଼ିଛି।