Dengue: ରାଜଧାନୀରେ (Bhubaneswar) ଦିନକୁ ଦିନ ଡେଙ୍ଗୁର (Dengue ) ପ୍ରାଦୁର୍ଭାବ ବଢିବାରେ ଲାଗିଛି । ଡେଙ୍ଗୁ ରୋକିବାକୁ ବିଏମସି (BMC)ନେଇଛି ବଡ ପଦକ୍ଷେପ । ରାଜଧାନୀ ଏବେ ଦିନକୁ ଦିନ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢିଚାଲିଛି । ଡେଙ୍ଗୁ ମଶାଙ୍କ ଦୌରାତ୍ମ୍ୟରେ ଲୋକେ ଅତିଷ୍ଠ ହୋଇଗଲେଣୀ।  ବର୍ଷା ଦିନରେ ଡେଙ୍ଗୁ ମଶାଙ୍କ ବଂଶ ବୃଦ୍ଧି ଉପରେ ରୋକ୍ ଲଗାଇବାକୁ ସଜବାଜ ହୋଇଛି ବିଏମସି । ମଶାଙ୍କୁ ନିପାତ କରିବା ପାଇଁ ଏବେ ଆକ୍ସନ ମୁଡରେ ଆସିଛି ବିଏମସି। ଗତବର୍ଷ ପରି ଚଳିତ ବର୍ଷା ମଧ୍ୟ ମଶା ମାରିବା ପାଇଁ ଡ୍ରୋନର (Drones)ବ୍ୟବହାର କରିବ ବିଏମସି ବୋଲି କହିଛନ୍ତି ମେୟର ସୁଲୋଚନା ଦାଶ କହିଛନ୍ତି ।  ଡ୍ରୋନ ମାଧ୍ୟମରେ ରସାୟନିକ ସ୍ପ୍ରେ କରାଯିବ । ଯାହା ଦ୍ବାରା ମଶାଙ୍କ ବଂଶ ନଷ୍ଟ ହେବ।  


COMMERCIAL BREAK
SCROLL TO CONTINUE READING

Also Read: Happy Birthday Sunil Shetty: ସଫେଇ କର୍ମଚାରୀଙ୍କ ପୁଅ ଆଜି ବଲିଉଡ଼ର ସୁପରଷ୍ଟାର


Also Read: Horoscope Today Aug 11 2023: ଏହି ରାଶିର ଲୋକେ ରୁହନ୍ତୁ ସାବଧାନ୍! ଧନହାନୀ ସହ ପ୍ରାଣପୀଡାର ରହିଛି ଦୁର୍ଯୋଗ, ଜାଣନ୍ତୁ କେମିତ କଟିବ ଆଜିର ଦିନ?


ସେପଟେ, ବିଏମସି ରାଜଧାନୀବାସୀଙ୍କ ପାଇଁ ଆଉ ଏକ ନୂଆ ନିୟମ ମଧ୍ୟ ଅଗଷ୍ଟ ୧୫ରୁ ଲାଗୁ କରିବାକୁ ଯାଉଛି।  ମଶା ବଂଶ ବୃଦ୍ଧି ପାଇଁ ସୁଯୋଗ ସୃଷ୍ଟି କରୁଥିଲେ କିମ୍ବା ଘର  କିମ୍ବା ଘର ଆଖପାଖ ରେ ଥିବା ଖାଲି ଜାଗାରେ ଦିର୍ଘ ଦିନ ଧରି ପାଣି ଜମି ରହୁଥିବା ଦେଖିବାକୁ ମିଳିଲେ ବିଏସି ସାଧାରଣ ଲୋକଙ୍କ ଠାରୁ ଏକ ହଜାର ଟଙ୍କା ଜରିମାନା ଆଦାୟ କରିବ। କେବଳ ସେତିକି ନୁହେଁ, ବ୍ୟବସାୟକ ପ୍ରତିଷ୍ଠାନ ଠାରୁ ୫ ହଜାର ଟଙ୍କାର ଜରିମାନା ଆଦାୟ କରିବ । ବିଏମସି ପରିମଳ ଟିମ୍ ଏଣିକି ଘର ଘର ବୁଲି ଯାଞ୍ଚ କରିବେ।  ଯେଉଁଠି ଯାଞ୍ଚ କର୍ମଚାରୀଙ୍କୁ ମଶାବଂଶ ବୃଦ୍ଧି ପାଇବା ଆଶଙ୍କା ଦେଖାଯିବ । ସେଠି ସମ୍ପୃକ୍ତ ଘର ମାଲିକଙ୍କୁ ଜରିମାନା କରାଯିବ। ଏହି ନିୟମ ଅଗଷ୍ଟ ୧୫ରୁ ଲାଗୁ କରାଯିବ ବୋଲି କହିଛନ୍ତି ବିଏମସି କମିଶନର ବିଜୟ ଅମୃତ କୁଲାଙ୍ଗେ(BMC commissioner Vijay Amruta Kulange )। 


ରାଜଧାନୀରେ (Bhubaneswar) ଡେଙ୍ଗୁ ରୋଗୀଙ୍କ (Dengue patient )ସଂଖ୍ୟା ବୃଦ୍ଧି ପାଉଛି । ଡେଙ୍ଗୁ (Dengue)ରୋକିବାକୁ ବିଏମସି (BMC) ଏବେ ଯତ୍ନବାନ୍ ହୋଇଛି । ସେଥିପାଇଁ ପ୍ରତ୍ୟକ ଓ୍ବାର୍ଡରେ ମଶା ଧୂଆଁ ଦିଆଯିବା ସହ ନାଳ ନର୍ଦ୍ଦମା ସଫା କରାଯାଉଛି । ମଶା ଲାର୍ଭା ମଧ୍ୟ ନଷ୍ଟ କରାଯାଇଛି ।  ଏପରିକି, ଡାକ୍ତରୀ ଟିମ୍ ଲୋକଙ୍କୁ ସଚେତନ କରାଉଛନ୍ତି।  କିନ୍ତୁ ସବୁଠାରୁ ବଡ କଥା ହେଉଛି ଯେ, ଏତେ ସବୁ ବ୍ୟବସ୍ଥା କଲାପରେ ରାଜଧାନୀରେ  ଦିନକୁ ଦିନ ମାଡି ଚାଲିଛି । ଲୋକଙ୍କ ଘରେ ଓ ବାଡି ବଗିଚାରେ ପାଣି ଜମୁଛି । କିନ୍ତୁ ଆମେ ତାହାକୁ ଜାଣିବା ସମ୍ଭବପର ହେଉନି । ସେଥିପାଇଁ ଜନସାଧାରଣଙ୍କୁ ଅନୁରୋଧ କରୁଛୁ ଯେ, ସେମାନେ ନିଜ ବାଡି ବଗିଚା ସଫା ରଖନ୍ତୁ । ଏବଂ ତୁଛାଟାରେ ଫାଇନ୍ ନ ଗଣନ୍ତୁ । ଆପଣ ଏଥିପ୍ରତି ଯତ୍ନୂାନ୍ ହୁଅନ୍ତୁ ବୋଲି କହିଛନ୍ତି ବିଏମସି କମିଶନର।