Happy Birthday Sunil Shetty: ସଫେଇ କର୍ମଚାରୀଙ୍କ ପୁଅ ଆଜି ବଲିଉଡ଼ର ସୁପରଷ୍ଟାର
Advertisement
Article Detail0/zeeodisha/odisha1820014

Happy Birthday Sunil Shetty: ସଫେଇ କର୍ମଚାରୀଙ୍କ ପୁଅ ଆଜି ବଲିଉଡ଼ର ସୁପରଷ୍ଟାର

Happy Birthday Sunil Shetty: ୯୦ ଦଶକର ଏହି ଅଭିନେତାଙ୍କ ଆଜି ଜନ୍ମଦିନ (Happy Birthday Sunil Shetty)। କର୍ଣ୍ଣାଟକ ର ମାଙ୍ଗାଲୋରରେ ୧୯୬୧ ମସିହାରେ ଆଜିକା ଦିନରେ ସେ ଜନ୍ମଗ୍ରହଣ କରିଥିଲେ। ୯୦ ଦଶକରେ ବଲିଉଡର ହିଟ୍ ଅଭିନେତାମାନଙ୍କ ମଧ୍ୟରେ ସୁନୀଲ ସେଟ୍ଟିଙ୍କ (Sunil Shetty) ନାଁ ଆଗରେ ଆସେ। ସୁନୀଲ ଶେଟ୍ଟୀ କେବଳ ଫିଲ୍ମ ଇଣ୍ତଷ୍ଟ୍ରିରେ ସୀମିତ ନୁହଁନ୍ତି ବରଂ ହୋଟେଲ ଇଣ୍ଡଷ୍ଟ୍ରି ଏବଂ ବ୍ୟବସାୟ କ୍ଷେତ୍ରରେ ମଧ୍ୟ ସେ ନିଜ ପାଇଁ ଏକ ଖ୍ୟାତି ଅର୍ଜନ କରିଛନ୍ତି । 

ସୌଜନ୍ୟ- ସୋସିଆଲ ମିଡ଼ିଆ

Happy Birthday Sunil Shetty: ବଲିଉଡ଼ ଅଭିନେତା ସୁନୀଲ ସେଟ୍ଟି (Sunil Shetty)। ୯୦ ଦଶକର ଏହି ଅଭିନେତାଙ୍କ ଆଜି ଜନ୍ମଦିନ (Happy Birthday Sunil Shetty)। କର୍ଣ୍ଣାଟକ ର ମାଙ୍ଗାଲୋରରେ ୧୯୬୧ ମସିହାରେ ଆଜିକା ଦିନରେ ସେ ଜନ୍ମଗ୍ରହଣ କରିଥିଲେ। ୯୦ ଦଶକରେ ବଲିଉଡର ହିଟ୍ ଅଭିନେତାମାନଙ୍କ ମଧ୍ୟରେ ସୁନୀଲ ସେଟ୍ଟିଙ୍କ (Sunil Shetty) ନାଁ ଆଗରେ ଆସେ। ଆଜି ମଧ୍ୟ ସେ ତାଙ୍କ ଫିଲ୍ମ କ୍ୟାରିୟର ଜାରି ରଖିଛନ୍ତି। ସୁନୀଲ ସେଟ୍ଟିଙ୍କ ଦମଦାର ଅଭିନୟ ପାଇଁ ସେ ଦର୍ଶକଙ୍କ ହୃଦୟରେ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛନ୍ତି। ସୁନୀଲ ଶେଟ୍ଟୀ କେବଳ  ଫିଲ୍ମ ଇଣ୍ତଷ୍ଟ୍ରିରେ ସୀମିତ ନୁହଁନ୍ତି ବରଂ ହୋଟେଲ ଇଣ୍ଡଷ୍ଟ୍ରି ଏବଂ ବ୍ୟବସାୟ କ୍ଷେତ୍ରରେ ମଧ୍ୟ ସେ ନିଜ ପାଇଁ ଏକ ଖ୍ୟାତି ଅର୍ଜନ କରିଛନ୍ତି । ତେବେ,ତାଙ୍କର ସଫଳ କ୍ୟାରିୟର ପଛରେ ଅନେକ ସଂଘର୍ସ ରହିଛି । ଆସନ୍ତୁ ସେ ବିଷୟରେ ବିସ୍ତୁତ ଭାବରେ ଜାଣିବା । 

 

Also Read: HBD Jacqueline Fernandez: ଦିନେ ଥିଲେ ସାମ୍ବାଦିକା ଆଜି ଅଭିନେତ୍ରୀ, ଜାଣନ୍ତୁ ସିଂହଳ ସୁନ୍ଦରୀଙ୍କ ବିଷୟରେ ଏପରି କିଛି ଖାସ୍ କଥା...

 

ଯେତେବେଳେ ସୁନୀଲଙ୍କ ପରିବାର ମାଙ୍ଗାଲୋର ଛାଡି ମୁମ୍ବାଇ ଆସିଥିଲେ:
ସୁନୀଲ ସେଟ୍ଟି ୧୯୬୧, ଅଗଷ୍ଟ ୧୧ ରେ ମାଙ୍ଗାଲୋରର ମୁଲକି ସହରର ଏକ ମଧ୍ୟବିତ୍ତ ପରିବାରରେ ଜନ୍ମଗ୍ରହଣ କରିଥିଲେ । ଯାହା ବର୍ତ୍ତମାନ କର୍ଣ୍ଣାଟକ ଅଟେ । ତାଙ୍କ ବାପା ବୀରପ୍ପା ସେଟ୍ଟି ସେହି ସହରରେ କୌଣସି କାମ ପାଇନଥିଲେ, ତେଣୁ ସେ କାମ ଖୋଜିବାକୁ ମୁମ୍ବାଇ ଆସିଥିଲେ। ସେ ଏଠାରେ ଏକ ବିଲଡିଂରେ ସୁଇପର ଭାବରେ କାମ କରିବା ଆରମ୍ଭ କଲେ । ଏଠାରେ ପୁରା ପରିବାର ଜୁହୁ ଅଞ୍ଚଳରେ ରହିବାକୁ ଲାଗିଲେ। ଉଲ୍ଲେଖଥାଉ କି, ଯେତେବେଳେ ସୁନୀଲ ଫିଲ୍ମରେ ଅଭିନୟ କରିବାକୁ ଆସିଥିଲେ। ସେତେବେଳେ ତାଙ୍କୁ ଫିଲ୍ମ ଇଣ୍ତଷ୍ଟ୍ରିରେ କାମ  ମିଳୁ ନଥିଲା। ଆଉ ଯେଉଁଠି କାମ ମିଳୁଥିଲା ସେହି ବାବଦକୁ ଖୁବ୍ କମ୍ ପାରିଶ୍ରମିକ ମିଳୁଥିଲା। କିନ୍ତୁ ନିଜର ସଂଘର୍ସ ଜାରି ରଖିଥିଲେ ସୁନୀଲ। ଶେଷରେ ସେ ଆଜି ସଫଳାର ଶିର୍ଷରେ ପହଞ୍ଚିଛନ୍ତି। 

ଫିଲ୍ମ(Balwaan)ବଲଓ୍ବାନରେ କରିଥିଲେ ଡେବ୍ୟୁ: ସୁନୀଲ ସେଟ୍ଟି'ବାଲୱାନ୍'ସହିତ ବଲିଉଡ଼ରେ ଡେବ୍ୟୁ କରିଥିଲେ।  ୧୯୯୨ ମସିହାରୁ ଫିଲ୍ମ
'ବାଲୱାନ' ରୁ ସୁନୀଲ ଶେଟ୍ଟୀ ତାଙ୍କ ଫିଲ୍ମ କ୍ୟାରିୟର ଆରମ୍ଭ କରିଥିଲେ।  ଏହା ପରେ ସେ ଆଉ ପଛକୁ ଫେରି ନଥିଲେ। ଏହା ପରେ ବଲିଉଡକୁ ଦେଇଥିଲେ ଗୋଟିଏ ପରେ ଗୋଟିଏ ଫିଲ୍ମ ଭେଟି ଦେଇଥିଲେ। 

ଏହି ସବୁ ଫିଲ୍ମ ବ୍ଲକ ବ୍ଲଷ୍ଟର:
ସୁନୀଲ ସେଟ୍ଟିଙ୍କ ଅଭିନୀତ ଫିଲ୍ମ ୧୯୯୪ରେ  ଫିଲ୍ମ 'ମୋହରା' ରିଲିଜ୍ ହୋଇଥିଲା।  ଫିଲ୍ମ ,'ଗୋପି କ୍ରିଷ୍ଣା' (Gopi Krishna ) ୧୯୯୪ରେ ରିଲିଜ୍ ହୋଇଥିଲା। ୨୦୦୧ରେ ଫିଲ୍ମ 'ଧଡକନ୍'ରିଲିଜ୍ ହୋଇଥିଲା। ଯାହା ଏକ ବ୍ଲକ୍ ବ୍ଲଷ୍ଟର ଥିଲା। ଫିଲ୍ମ 'ଧଡକାନ୍' ପାଇଁ ସୁନୀଲ ଶେଟ୍ଟୀ ଶ୍ରେଷ୍ଠ ଭିଲେନ୍ ପୁରସ୍କାର ପାଇଥିଲେ।'ୟେ ତେରା ଘର ୟେ ମେରା ଘର' ,'ହେରା ଫେରି' ମଧ୍ୟ ଏକ ସୁପର ହିଟ୍ ହୋଇଥିଲା ।