Puri News: ପୁରୀ ଶ୍ରୀମନ୍ଦିର (Srimandir) ଆନନ୍ଦ ବଜାରର(ananda bazar) ଶୃଙ୍ଖଳାକୁ ବଜାୟୀ ରଖିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ (Shree Jagannath Temple Administration) ନେଇଛି ଏଭଳି ନିସ୍ପତି। ଏନେଇ ଶ୍ରୀମନ୍ଦିର ପ୍ରଶାସନ (Shree Jagannath Temple Administration) ସହ ଦଇତାପତି ନିଯୋଗର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଏକ  ବୈଠକ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ଆନନ୍ଦବଜାରର ବିଭିନ୍ନ ବିଶୃଙ୍ଖଳା ଉପରେ ବିସ୍ତୃତ ଆଲୋଚନା ପରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ନିଷ୍ପତ୍ତି ଅନୁଯାୟୀ, କେବଳ ସ୍ବତ୍ବଲିପି ଆଧାରରେ ଯେଉଁମାନଙ୍କ ଅଧିକାର ରହିଛି, ସେହି ସୁପକାରମାନେ ମହାପ୍ରସାଦ ବିକ୍ରି କରିବେ। ଏହାର ତାଲିକା ସୁଆର ମହାସୁଆର ନିଯୋଗ ପ୍ରଦାନ କରିବ। କିଏ, କେଉଁଠି, କେତେ ପରିମାଣର ମହାପ୍ରସାଦ ବିକ୍ରି କରିବ, ତାର ସବିଶେଷ ତାଲିକା ନିଯୋଗ ଦେବ। ଏହି ତାଲିକା ଆଧାରରେ ଅଣସୁପକାର ଓ ଅନ୍ୟ ବ୍ୟକ୍ତିଙ୍କୁ ଆନନ୍ଦବଜାରରୁ ତଡ଼ାଯିବ। କେଉଁ ଜାଗାରେ ସୁପକାରମାନେ ମହାପ୍ରସାଦ ବିକିବେ, ସ୍ଥାନ ଚିହ୍ନଟ ହେବ(mahaprasad price list)। ସେହି ଅନୁସାରେ ଷ୍ଟଲ୍‌ ସବୁର ନମ୍ବରିଂ ହେବ ଓ ସାଇନେଜ୍‌ ଲାଗିବ।


COMMERCIAL BREAK
SCROLL TO CONTINUE READING

Also Read: Weather Update: ସତର୍କ କରାଇଲା ପାଣିପାଗ ବିଭାଗ, ଏହି ସବୁ ଜିଲ୍ଲାରେ ଆଜି ପ୍ରବଳ ବର୍ଷିବ! ୧୪ ଜିଲ୍ଲାକୁ ୟେଲୋ ଆଲର୍ଟ


Also Read: Train Fire: ବାଲେଶ୍ୱରରେ ପୁଣି ଟ୍ରେନ ଅଘଟଣ, ପାସେଞ୍ଜର ଟ୍ରେନରେ ଲାଗିଲା ନିଆଁ, ମୃତ୍ୟୁ ମୁଖରୁ...


ସେହିଭଳି ସୁପକାରମାନଙ୍କୁ ପରିଚୟପତ୍ର ବି ସେହି ଅନୁସାରେ ପ୍ରଦାନ କରାଯିବ। ଭକ୍ତଙ୍କୁ ସହାୟତା ତଥା ତତ୍କାଳ ପୁଲିସ ସହାୟତା ପାଇଁ ଆନନ୍ଦବଜାରରେ ପୋଲିସ ସହାୟତା କେନ୍ଦ୍ର ଖୋଲିବ। ମହାପ୍ରସାଦ ବିକ୍ରି ବେଳେ କେହି ଭକ୍ତଙ୍କ ବାଟ ଓଗାଳି ପାରିବେନି। ଭକ୍ତଙ୍କ ପ୍ରସାଦ ସେବନ ଜାଗାରେ ପିଢ଼ା, ଖଟ ଆଦି ପକାଇ ପାରବେନି। ଆନନ୍ଦବଜାରରେ ପଲିଥିନ୍‌ ପକାଯିବନି। ଆବଶ୍ୟକ ଜାଗାରେ ଶ୍ରୀମନ୍ଦିର ପ୍ରଶାସନ ତାରପିନର ବ୍ୟବସ୍ଥା କରିବ। କୋଇଲି ବୈକୁଣ୍ଠ, ଭୋଗମଣ୍ଡପ ନିକଟରେ ମହାପ୍ରସାଦ ବିକ୍ରି ସମ୍ପୂର୍ଣ୍ଣ ବନ୍ଦ ହେବ। କେବଳ ଶ୍ରୀମନ୍ଦିର ରୋଷଘରେ ପ୍ରସ୍ତୁତ ଭୋଗ ହିଁ ଆନନ୍ଦବଜାରରେ ବିକ୍ରି ହେବ। ତେବେ କ୍ଷୀରା, ରାବିଡ଼ି ଆଦି ବିକ୍ରି ବନ୍ଦ ହେବ। ମହାପ୍ରସାଦ ଦର ତାଲିକା ବି ଖୁବଶୀଘ୍ର ଲାଗିବ। ଯାହା ଦ୍ବାରା ଭକ୍ତମାନେ ଶୋଷଣମୁକ୍ତ ହୋଇପାରିବେ। ଆନନ୍ଦବଜାର ପାଇଁ ସ୍ବତନ୍ତ୍ର ନିର୍ଦ୍ଦେଶାବଳୀ ପ୍ରସ୍ତୁତ ହେବ। ଏହି ନିଷ୍ପତ୍ତି ଉପରେ ନିଯୋଗ ସହ ଆଲୋଚନା କରି ଆବଶ୍ୟକ ସୁପାରିସ ପାଇଁ ଆନନ୍ଦବଜାର ଶୃଙ୍ଖଳା ସବ୍‌କମିଟି ଗଠନ କରାଯାଇଛି। 



ଏଥିରେ ଶ୍ରୀମନ୍ଦିର ତିନିଜଣ ପ୍ରଶାସକ, ଉପଜିଲ୍ଲାପାଳ, ଶ୍ରୀମନ୍ଦିର କମାଣ୍ଡାଣ୍ଡ୍‌, ତିନି ପରିଚାଳନା କମିଟି ସଦସ୍ୟ, ସୁଆର ମହାସୁଆର ନିଯୋଗ ସଭାପତି, ସଂପାଦକ ଓ ବରିଷ୍ଠ ସଦସ୍ୟ ଦାମୋଦର ମହାସୁଆର ପ୍ରମୁଖ ରହିଛନ୍ତି। ତେବେ ଏହି ବୈଠକରେ,ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା, ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ, ସୁରକ୍ଷା ପ୍ରଶାସକ ଭି ଏସ୍‌ ଚନ୍ଦ୍ରଶେଖର ରାଓ, ଉପଜିଲ୍ଲାପାଳ ଭବତାରଣ ସାହୁ, ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଅନନ୍ତ ତିଆଡ଼ି, ଜଗନ୍ନାଥ କର ଓ ମାଧବ ମହାପାତ୍ର, ସୁଆର ମହାସୁଆର ନିଯୋଗ ସଭାପତି ଓ ସଂପାଦକ, ନିଯୋଗର ବରିଷ୍ଠ ସଦସ୍ୟମାନେ ଥିଲେ। ସେପଟେ, ମହାପ୍ରଭୁଙ୍କ ଦର୍ଶନ ପାଇଁ ପୂର୍ବରୁ ଶ୍ରଦ୍ଧାଳୁ ଶ୍ରୀମନ୍ଦିର ଚାରିଦ୍ବାର ଦେଇ ପ୍ରବେଶ କରୁଥିଲେ। କିନ୍ତୁ ଶୃଙ୍ଖଳା ଆଳରେ ଶ୍ରଦ୍ଧାଳୁଙ୍କୁ ନିର୍ଯାତନା ଦେଇ ଚାଲିଛି ଜିଲ୍ଲା ପ୍ରଶାସନ। ଚାରିଦ୍ବାର ବଦଳରେ କେବଳ ସିଂହଦ୍ବାରରେ ପ୍ରବେଶ ବ୍ୟବସ୍ଥା କରାଯାଇଥିବାରୁ ଶ୍ରଦ୍ଧାଳୁଙ୍କୁ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି ।  ଖାସ୍ କରି  ଛୁଟି ଦିନରେ ବଡ଼ଦାଣ୍ଡରେ ସ୍ଥିତି ଅସମ୍ଭାଳ ହୋଇପଡ଼ୁଛି। ଯାହାକୁ ନେଇ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି।