Sambalpur News: ସମ୍ବଲପୁରରେ (sambalpur) ଚଳିତ ବର୍ଷ ହେବ ନାହିଁ ମହରମ୍ ଶୋଭାଯାତ୍ରା । ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ଶାନ୍ତି କମିଟି ବୈଠକରେ (peace committee meeting) ଏନେଇ ନିଷ୍ପତ୍ତି ନିଆଯାଇଛି । ଗୋଟିଏ ବର୍ଷ ପାଇଁ ମହରମ୍ ଓ ହନୁମାନ ଜନ୍ମ ଜୟନ୍ତୀ ଶୋଭାଯାତ୍ରା ଉପରେ ରୋକ ଲଗାଇଛି ସମ୍ବଲପୁର ଜିଲ୍ଲା ପ୍ରଶାସନ । ଗତ, ହନୁମାନ ଜନ୍ମ ଜୟନ୍ତୀ ଅବସରରେ ଘଟିଥିବା ଅଭାବନୀୟ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହା ଉପରେ ରୋକ ଲଗାଯିବା ନେଇ ନିଷ୍ପତ୍ତି ନିଆଯାଇଛି । ସମସ୍ତ ମହରମ୍ ଶାନ୍ତି କମିଟି ସହ ଆଲୋଚନା କରାଯାଇ କୁହାଯାଇଛି ଯେ, ସମସ୍ତେ ନିଜ ନିଜ ଅଂଚଳରେ ତାଜିଆ ବାହାର କରି ସେଇଠାରେ ହିଁ ପର୍ବ ପାଳନ କରିବେ। ପୂର୍ବ ବର୍ଷ ମାନଙ୍କରେ ଯେଭଳି ଭାବରେ ଶୋଭାଯାତ୍ରାରେ ତାଜିଆ ସହ ଆଖଡ଼ା ଖେଳର ପ୍ରଦର୍ଶନ ହେଉଥିଲା ତାହା ଚଳିତ ବର୍ଷ ହେବ ନାହିଁ ବୋଲି ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ ଦିଆଯାଇଛି।


COMMERCIAL BREAK
SCROLL TO CONTINUE READING

ସୂଚନା ଅନୁଯାୟୀ, ସମ୍ଭାବ୍ୟ ଉତ୍ତେଜନାକୁ ଦୃଷ୍ଟିରେ ରଖି ସମ୍ବଲପୁରରେ ଧାର୍ମିକ ଶୋଭାଯାତ୍ରା ଉପରେ ଗୋଟିଏ ବର୍ଷ ପାଇଁ କଟକଣା ଜାରି କରାଯାଇଛି । ମହରମ୍ ପର୍ବ (Maharam 2023) ପାଳନ ନେଇ ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଆୟୋଜିତ ଶାନ୍ତି ସମନ୍ବୟ କମିଟି ବୈଠକରେ ଏହି ନେଇ ନିଷ୍ପତି ନିଆଯାଇଥିବା ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ ସୂଚନା (Ananya das) ଦେଇଛନ୍ତି । ଆଗାମୀ ଦିନରେ ଏଠାରେ ମହରମ୍ ପାଳନ ସମୟରେ ବିଭିନ୍ନ ସ୍ଥାନରୁ ବାହାରୁଥିବା ଶୋଭାଯାତ୍ରା କୌଣସି ଗୋଟିଏ ସ୍ଥାନରେ ମିଳିତ ହେବା ଉପରେ ମଧ୍ଯ କଟକଣା ଜାରି କରାଯାଇଛି । ତେବେ ଏହି ପର୍ବ ଯେପରି ଶାନ୍ତି ଶୃଙ୍ଖଳାର ସହ ପାଳନ ହେବ ସନେଇ ପୋଲିସ ପ୍ରଶାସନ ପକ୍ଷରୁ ଆବଶ୍ୟକ ସହଯୋଗ ଯୋଗାଇ ଦିଆଯିବ ବୋଲି ଆରକ୍ଷୀ ଅଧିକ୍ଷକ ମୁକେଶ କୁମାର ଭାମୁ କହିଛନ୍ତି । ପ୍ରକାଶ ଥାଉ କି, ମହରମ୍ ପର୍ବ ସମୟରେ ସମ୍ବଲପୁରରେ ଏକ ବିଶାଳ  ଶୋଭାଯାତ୍ରା ଆୟୋଜନ କରାଯାଇଥାଏ । ତେଣୁ ଯେପରି କୌଣସି ଅପ୍ରୀତିକର ପରିସ୍ଥିତି ନ ସୃଷ୍ଟି ହେଉ ସେନେଇ ଶାନ୍ତି ସମନ୍ବୟ କମିଟି ବୈଠକରେ ଏହି ନିଷ୍ପତି ନିଆଯାଇଛି ।


Also Read-ଶ୍ରୀମନ୍ଦିର ଚାରିଦ୍ବାର ଖୋଲିବା ନେଇ ତେଜୁଛି ଅସନ୍ତୋଷ, ଆଜି ଅପରାହ୍ନରେ ବସିବ ଛତିଶା ନିଯୋଗ ବୈଠକ


ସୂଚନା ଥାଉ କି, ଗତ ଏପ୍ରିଲ ମାସରେ ହନୁମାନ ଜୟନ୍ତୀ (Hanuman Jayanti) ଶୋଭାଯାତ୍ରା ସମୟରେ ବ୍ୟାପକ ହିଂସାକାଣ୍ତ (Sambalpur violence) ଘଟିଥିଲା । ପଥର ମାଡ଼ ସହ ଦୁଇ ସଂପ୍ରଦାୟର ଲୋକଙ୍କ ମଧ୍ଯରେ ସଂଘର୍ଷ ହୋଇଥିଲା । ପରବର୍ତ୍ତୀ ସମୟରେ ଏହା ଦଙ୍ଗାର ରୂପ ନେଇଥିଲା ।  ଉତ୍ତ୍ୟକ୍ତ ଲୋକେ ଦୋକାନ ଜାଳିବା ସହ କାର, ବାଇକ ଜାଳି ଦେଇଥିଲେ, ଖାଲି ଏତିକି ନୁହେଁ ଜିଲ୍ଲା ସ୍କୁଲ ଛକରୁ ଭିଜିଲାନ୍ସ ଅଫିସ ଛକ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଭଙ୍ଗାରୁଜା ଓ ପୋଡ଼ାଜଳାର ଦୃଶ୍ୟ ଦେଖିବାକୁ ମିଳିଥିଲା । ଫଳରେ ଜିଲ୍ଲାରେ ସ୍ଥିତି ସଙ୍ଗୀନ ହୋଇପଡ଼ିଥିଲା । ଏହି ହିଂସାକାଣ୍ତ ପରେ ଦୀର୍ଘ ୧୫ ଦିନ ଧରି ଜିଲ୍ଲାରେ କର୍ଫୁ (curfew in sambalpur) ଲାଗୁ କରାଯିବା ସହ ଇଣ୍ଟରନେଟ୍ ସେବାକୁ (Internet suspended ) ସଂପୂର୍ଣ୍ଣ ବନ୍ଦ କରାଯାଇଥିଲା । ଏହାସହ ପରିସ୍ଥିତିକୁ ଦୃଷ୍ଟିରେ ରଖି ସଶସ୍ତ୍ର ଫୋର୍ସ ମୁତୟନ କରାଯାଇଥିଲା । ଏଥିରେ ବହୁ ଲୋକେ ଆହତ ହୋଇଥିବା ବେଳେ ଜଣଙ୍କ ମୃତ୍ୟୁ ହୋଇଥିଲା । ଘଟଣାରେ ସଂପୃକ୍ତ ବହୁ ଅଭିଯୁକ୍ତ ଏବେ ବି ହାଜତରେ ସଜା କାଟୁଛନ୍ତି । ତେବେ ସମ୍ଭାବ୍ୟ ପରିସ୍ଥିତିକୁ ଦୃଷ୍ଟିରେ ରଖି ଶାନ୍ତି କମିଟି ବୈଠକରେ ଏଭଳି ନିଷ୍ପତି ନିଆଯାଇଛି । ଶୋଭାଯାତ୍ରା ଉପରେ କଟକଣା ଜାରି କରାଯାଇଥିଲେ ମଧ୍ଯ  ସମସ୍ତ ପର୍ବକୁ ଜିଲ୍ଲାବାସୀ ବେଫକର ଭାବେ ପାଳନ କରିପାରିବେ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି ।


ଏହା ବି ପଢନ୍ତୁ-Horoscope Today 21 July 2023: ଯାତ୍ରା ସମୟରେ ସତର୍କ ରୁହନ୍ତୁ ଏହି ୨ ରାଶି, ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଶୁକ୍ରବାର