Civil Supplies Department Odisha: ଦିନକୁ ଦିନ ବଢିବାରେ ଲାଗିଛି ପିଆଜ ଦର। ଗୋଟିଏ ପଟେ ଦର ବଢୁଥିବା ବେଳେ ଅନ୍ୟପଟେ ପିଆଜ କଳାବଜାରୀ ରୋକିବାକୁ ଅଣ୍ଟାଭିଡ଼ିଛି ଯୋଗାଣ ବିଭାଗ। ରାଜ୍ୟରେ ପିଆଜ କଳାବଜାରୀ ଉପରେ ସତର୍କ ନଜର ରଖିଛି ଯୋଗାଣ ବିଭାଗ। 


COMMERCIAL BREAK
SCROLL TO CONTINUE READING

ରାଜ୍ୟରେ ପିଆଜର ମାତ୍ରଧିକ ମୂଲ୍ୟ ବୃଦ୍ଧି (Onion Price Hike in Odisha) ଏବଂ ଏହାର କଳା ବଜାରୀ (Onion Black Marketing in Odisha) ରୋକିବାକୁ ରାଜ୍ୟ ସରକାରଙ୍କ (Govt of Odisha) ନିର୍ଦ୍ଦେଶକ୍ରମେ ଯୋଗାଣ ବିଭାଗ (Civil Supplies Department Odisha) ତତ୍ପରତା ପ୍ରକାଶ କରିଛି। ବିଭିନ୍ନ ଗୋଦାମ (Onion Godowns in Odisha) ଏବଂ ଦୋକାନ ବଜାରରେ (Onion Market in Odisha) ପିଆଜ କଳାବଜାରୀକୁ ରୋକିବା ଉପରେ ସତର୍କ ନଜର ରଖାଯାଇଛି। ଯେଉଁ ବ୍ୟବସାୟୀ ପିଆଜ କଳାବଜାରୀ କରୁଥିବାର ନଜରକୁ ଆସିବ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ପ୍ରଶାସନ ପକ୍ଷରୁ ଚେତାବନୀ ଦିଆଯାଇଛି। 


ବିଶେଷ କରି ନାସିକ ସ୍ଥିତ କେନ୍ଦ୍ରୀୟ ପିଆଜ ମଣ୍ଡିରେ ଆନ୍ଦୋଳନ (Nashik Central Onion Warehouse Strike) ଚାଲିଥିବାରୁ ପିଆଜ ଟ୍ରକ୍ ଆସିପାରୁନାହିଁ। ଯାହା ଫଳରେ ପିଆଜ ଦର ବଢୁଥିବା କହିଛନ୍ତି ଭୁବନେଶ୍ୱର ପିଆଜ ମାର୍କେଟ ବ୍ୟବସାୟୀ (Bhubaneswar Onion Market Trader)। ସେହିପରି ଗତ ୧୦ ଦିନ ମଧ୍ୟରେ ପିଆଜ ଦର (Onion Price Odisha)  କିଲୋ ପିଛା ପ୍ରତି ୧୦ ଟଙ୍କାରୁ ୧୫ ଟଙ୍କା ବଢିଥିବା ଖୁଚୁରା ବ୍ୟବସାୟୀ (Onion Retailer Odisha) କହିଛନ୍ତି। ଗୋଟିଏ ପଟେ ଦିନକୁ ଦିନ ପିଆଜ ଦର ବଢୁଥିବା ବେଳେ ଅନ୍ୟପଟେ ଏବେ ଖାଉଟି ମୂଲ୍ୟ ବୃଦ୍ଧିକୁ ଚିନ୍ତାରେ ପଡ଼ିଛନ୍ତି।