Odisha Paik Academy and Research Center: ଭୁବନେଶ୍ୱର: ଖୋର୍ଦ୍ଧା ଠାରେ ପାଇକ ଏକାଡେମୀ ଏବଂ ଗବେଷଣା କେନ୍ଦ୍ର ପ୍ରତିଷ୍ଠା କରାଯିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ବିଭାଗ ପକ୍ଷରୁ ଏ ସମ୍ପର୍କିତ ନିଷ୍ପତ୍ତି ନିଆଯାଇଛି। ଏହାର ଗଠନ ପୂର୍ବରୁ ଏବଂ ଭବିଷ୍ୟତକୁ ଦୃଷ୍ଟିରେ ରଖି ସମ୍ପୃକ୍ତ ଅଂଶୀଦାରଙ୍କ ସହ ସଂସ୍କୃତି ଭବନ ସମ୍ମିଳନୀ କକ୍ଷରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।


COMMERCIAL BREAK
SCROLL TO CONTINUE READING

ଯେଉଁଥିରେ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ନିର୍ଦ୍ଦେଶକ ଦିଲୀପ ରାଉତରାଏ ଅଧ୍ୟକ୍ଷତା କରିଥିଲେ। ବିଭାଗୀୟ ସ୍ୱତନ୍ତ୍ର ଶାସନ ସଚିବ ମଧୁସୂଦନ ଦାଶ, ଯୁଗ୍ମ ନିର୍ଦ୍ଦେଶକ ସୁବୋଧ ଆଚାର୍ଯ୍ୟ, ଓଡିଶା ରାଜ୍ୟ ସଂଗ୍ରହାଳୟ ଅଧିକ୍ଷକ ଭାଗ୍ୟଲିପି ମଲ୍ଲ ଏବଂ ପାଇକ ସଙ୍ଗଠନର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ। ପାଇକ ଏକାଡେମୀ ଏବଂ ଗବେଷଣା କେନ୍ଦ୍ରକୁ ଅତ୍ୟନ୍ତ ପ୍ରାସଙ୍ଗିକ ଏବଂ ଚିର ସ୍ଥାୟୀ କରିବା ଲାଗି ବିଭିନ୍ନ ଜିଲ୍ଲାରେ ଗଢି ଉଠିଥିବା ପାଇକ ସଙ୍ଗଠନର ଗଠନ ମୂଳକ ମତାମତ ଗ୍ରହଣ କରାଯାଇଛି।


ଯେଉଁଥିରେ ପାଇକ ସଙ୍ଗଠନର ସଭାପତି, ସମ୍ପାଦକ ଏବଂ ପାଇକ ଗୁରୁ ସୁଚିନ୍ତିତ ମତାମତ ପ୍ରଦାନ କରିଛନ୍ତି। ସେମାନଙ୍କ ମତାମତକୁ ଭିତ୍ତିକରି ବିଭାଗ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯିବ। ୫ଟି ଉପକ୍ରମ ମାଧ୍ୟମରେ ବିଭିନ୍ନ ଲୋକାଭିମୁଖି ଯୋଜନାର ସଫଳତା ଲାଗି ଜନସାଧାରଣଙ୍କ ଠାରୁ ମତାମତ ଲୋଡି ଏହାକୁ ସଫଳ କରିବା ପାଇଁ ସରକାରଙ୍କ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯଉଛି।