OSSC TGT Arts and Telugu Teacher Recruitment Examination 2023: ନଭେମ୍ବର ୨୦ ତାରିଖ ସୋମବାର ଓଡ଼ିଶା କର୍ମଚାରୀ ଚୟନ ଆୟୋଗ, ଭୁବନେଶ୍ୱର ନିୟମିତ ବିଦ୍ୟାଳୟ ଶିକ୍ଷକ ଟିଜିଟି ଆର୍ଟ ଏବଂ ତେଲୁଗୁ ପରୀକ୍ଷାର ଅନ୍ତିମ ଫଳାଫଳ ପ୍ରକାଶ କରିଛି। ଏହି ପରୀକ୍ଷା ମାଧ୍ୟମରେ ମୋଟ ୧୯୧୧ ପ୍ରାର୍ଥୀଙ୍କୁ ମିଳିବ ନିଯୁକ୍ତି। ଯଦିଓ ୧୯୭୦ ପଦରେ ନିଯୁକ୍ତି ପାଇଁ ଜାରି ହୋଇଥିଲା ବିଜ୍ଞପ୍ତି। ସବିଶେଷ ଫଳାଫଳ ଓଏସଏସସି ୱେବସାଇଟ୍ www.ossc.gov.in ଠାରେ ପ୍ରକାଶିତ ହୋଇସାରିଛି।


COMMERCIAL BREAK
SCROLL TO CONTINUE READING

ନିୟମିତ ବିଦ୍ୟାଳୟ ଶିକ୍ଷକ ଟିଜିଟି ଆର୍ଟ ଏବଂ ତେଲୁଗୁ ପରୀକ୍ଷା ପାଇଁ କେତେ ପଦ କେଉଁ ବର୍ଗର ପ୍ରାର୍ଥୀଙ୍କ ଲାଗି ସଂରକ୍ଷିତ ରହିଛି ଓଡ଼ିଶା କର୍ମଚାରୀ ଚୟନ ଆୟୋଗ ଦ୍ୱାରା ଜାରି ହୋଇଥିବା ବିଜ୍ଞପ୍ତିରେ ଦର୍ଶାଯାଇଛି।


ଏନେଇ ହେଉଥିବା ପରୀକ୍ଷା ପ୍ରକ୍ରିୟା ପ୍ରାଥମିକ ପରୀକ୍ଷା, ମୁଖ୍ୟ ଲିଖିତ ପରୀକ୍ଷା ଏବଂ ସାର୍ଟିଫିକେଟ୍ ଯାଞ୍ଚକୁ ନେଇ ଗଠିତ। ପରୀକ୍ଷା ଫଳାଫଳ ଜାରି ହୋଇଥିବା ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଥିବା ପରି ବିଭିନ୍ନ ମାମଲାରେ କୋର୍ଟ ଆଦେଶର ଅଧିନରେ ହୋଇଛି। 


ଏହି ପଦବୀ ପାଇଁ ଆବେଦନ କରିଥିବା ଏବଂ ନିଯୁକ୍ତି ପ୍ରକ୍ରିୟାରେ ଅଂଶଗ୍ରହଣ କରିଥିବା ସମସ୍ତ ପ୍ରାର୍ଥୀଙ୍କୁ ସେମାନଙ୍କର ଭବିଷ୍ୟତ ଲାଗି ରାଜ୍ୟ କର୍ମଚାରୀ ଚୟନ ଆୟୋଗ ଶୁଭେଚ୍ଛା ଜଣାଇଛନ୍ତି। ଶାରୀରିକ ଶିକ୍ଷା ସହିତ ହିନ୍ଦୀ  ଏବଂ ସଂସ୍କୃତ ଶିକ୍ଷକ ପଦ ପାଇଁ ନିୟମିତ ନିଯୁକ୍ତି ପ୍ରକ୍ରିୟା ଚାଲିଛି।