Sunia Ritual of Puri Gajapati: ଭାଦ୍ରବ ଶୁକ୍ଳ ଦ୍ଵାଦଶୀ ତିଥିରେ ଶ୍ରୀନଅର ଠାରେ ପାଳିତ ହୋଇଯାଇଛି ସୁନିଆ ଉତ୍ସବ। ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଆରମ୍ଭ ହୋଇଛି ନୂଆ ସାଲ ଏବଂ ଅଙ୍କର ହୋଇଛି ପ୍ରବେଶ। ସନାତନ ଧର୍ମରେ ଜାତକ ଏବଂ ପାଞ୍ଜି ଅଙ୍କ ଗଣନାର ବିଶେଷ ମହତ୍ୱ ରହିଥିବା ବେଳେ ସୁନିଆଁ ଅବସରରେ ଶ୍ରୀନଅର ପରିସରରେ ରହିଥିବା କନକ ଦୂର୍ଗାଙ୍କ ମନ୍ଦିରରେ ବିଶେଷ ପୂଜାର୍ଚ୍ଚନା କରାଯାଇଛି।


COMMERCIAL BREAK
SCROLL TO CONTINUE READING

ଆଜି (୨୭ ସେପ୍ଟମ୍ବର) ଠାରୁ ରାଜତନ୍ତ୍ର ପରମ୍ପରା ଅନୁସାରେ ଆରମ୍ଭ ହୋଇଛି ନବବର୍ଷ। ରାଜ ନଅରରେ ଉତ୍ସବର ଦିନ। ରାଜତନ୍ତ୍ର ଲୋପ ପାଇଥିଲେ ମଧ୍ୟ ପାରମ୍ପରିକ ଭାବରେ ବଞ୍ଚି ରହିଛି ପ୍ରଥା ପରମ୍ପରା। ଭାଦ୍ରବ ଶୁଳ୍କ ଦ୍ଵାଦଶୀ ତିଥିରେ ମହାପ୍ରଭୁଙ୍କ ଆଦ୍ୟ ସେବକ ଗଜପତିଙ୍କ ଶ୍ରୀନଅରରେ ବିଧି ପାଳନ ହୋଇଛି। ଗୋଟିଏ ପଟରେ ମହାପ୍ରଭୁ ବାମନ ଜନ୍ମ ନେଇଥିବା ବେଳେ ସମାନ ତିଥିରେ ଶ୍ରୀନଅରରେ ପାଳିତ ହୋଇଛି ସୁନିଆ ଉତ୍ସବ। ସନାତନ ଧର୍ମରେ ପାଞ୍ଜି-ଅଙ୍କ ଗଣନାର ବିଶେଷ ମହତ୍ତ୍ୱ ରହିଥିବା ବେଳେ ମହାପ୍ରଭୁଙ୍କ ଆଦ୍ୟ ସେବକ ଗଜପତି ମହାରାଜ ଦିବ୍ୟ ସିଂହ ଦେବଙ୍କ ଆରମ୍ଭ ହୋଇଛି ୬୭ ଅଙ୍କର ପ୍ରବେଶ।


ଯଦି ଉଭୟ ଅଙ୍କର ସ୍ଥାନୀୟ ମାନ ସମାନ ପଡିଥାଏ ତେବେ ତାହାକୁ ବାଦ ଦିଆଯାଇଥାଏ। ସେହିପରି ଗତବର୍ଷ ଦିବ୍ୟସିଂହ ଦେବଙ୍କ ୬୫ ଅଙ୍କ ପ୍ରବେଶ କରିଥିବା ବେଳେ ଚଳିତବର୍ଷ ୬୭ ଅଙ୍କ ପ୍ରବେଶ କରିଛି। ପରମ୍ପରା ଅନୁଯାୟୀ ରାଜଗାଦିରେ ବସିବା ଦିନଠାରୁ ଅଙ୍କ ଗଣନା ଆରମ୍ଭ ହୋଇଥାଏ। ପ୍ରତ୍ୟେକ ବର୍ଷ ଏହି ଅଙ୍କ ଗଣନା ମୁତାବକ ପରମ୍ପରା ଚାଲୁ ରହୁଥିବା ବେଳେ ପୁଣି ନୂଆ ରାଜା ଅଭିଷିକ୍ତ ହେଲେ ମୂଳରୁ ଅଙ୍କ ଗଣନା ହୋଇଥାଏ। ସେଇଭଳି ସାଲ ବା ମସିହାର ହୋଇଥାଏ ପ୍ରଚଳନ। ଚଳିତବର୍ଷ ମହାରାଜ ଗଜପତିଙ୍କ ୧୪୩୧ ସାଲ ପ୍ରବେଶ ହୋଇଛି।


ଭାଦ୍ରବ ଶୁକ୍ଳ ଦ୍ଵାଦଶୀ ତିଥିର ସନ୍ଧ୍ୟାରେ ପୁରୀ ଗଜପତିଙ୍କ ଶ୍ରୀନଅରରେ ପାଳିତ ହେଉଛି ସୁନିଆଁ ଉତ୍ସବ। ସନାତନ ଧର୍ମରେ ଜାତକ ଏବଂ ପାଞ୍ଜି ଅଙ୍କ ଗଣନାର ବିଶେଷ ମହତ୍ତ୍ୱ ରହିଥିବା ବେଳେ ରାଜଧର୍ମ ପାଳନ ମୁତାବକ ସୁନିଆଁ ଅବସରରେ ଶ୍ରୀନଅର ପ୍ରାଙ୍ଗଣରେ ରହିଥିବା କନକ ଦୂର୍ଗାଙ୍କ ମନ୍ଦିରରେ ବିଶେଷ ପୂଜାର୍ଚ୍ଚନା କରାଯାଇଛି। କନକଦୂର୍ଗା, ଶ୍ୟାମାକାଳୀ, ରାଧାକୃଷ୍ଣ, ନୃସିଂହ ଆଦି ଦେବାଦେବୀଙ୍କୁ ପୂଜାର୍ଚ୍ଚନା କରିଛନ୍ତି ଗଜପତି ମହାରାଜ। ଗଜପତିଙ୍କ ଏହି ପୂଜାକୁ ଦେବାର୍ଚ୍ଚନା କୁହାଯାଏ। 


ଦେବାର୍ଚ୍ଚନା ଏବଂ ମଙ୍ଗଳାର୍ପଣ ପରେ ଶ୍ରୀନହରରେ ସୁନିଆଁ ଅବସରର ବିଶେଷ ପର୍ବ ପାଳିତ ହୋଇଛି। ଗଜପତିଙ୍କ ଉପସ୍ଥିତିରେ ଶ୍ରୀନହର ଠାରେ ଅଙ୍କ କଟା ନୀତି ସମ୍ପାଦନ କରାଯାଇଛି। ଏହି ଅବସରରେ ଶ୍ରୀନହର ପକ୍ଷରୁ ନୂତନ ଅଙ୍କ ପାଇଁ ଏକ ସ୍ୱର୍ଣ୍ଣ ମୁଦ୍ରା ପ୍ରଚଳନ କରାଯିବାର ଅନନ୍ୟ ବିଧି ମଧ୍ୟ ପ୍ରଚଳିତ ରହିଛି। ରାଜଗୁରୁଙ୍କ ଉପସ୍ଥିତିରେ ବରାହ ନୃସିଂହ, ଲକ୍ଷ୍ମୀ ନୃସିଂହ ଆଦି ଦେବା ଦେବୀଙ୍କ ଚିହ୍ନ ଥିବା ମୁଦ୍ରାକୁ ନହର କରଣ ପ୍ରଚଳନ କରାଇବା ସହ ଗଜପତି ମହାରାଜ ଏହାକୁ ଘୋଷଣା କରିଛନ୍ତି। ସୁନିଆରେ ହେଉଥିବା ଅଙ୍କ ଗଣନା ଅନୁସାରେ ରାଜ ନଅରରେ ସମସ୍ତ ନବଜାତକଙ୍କ ଜାତକ ପ୍ରସ୍ତୁତ ହୋଇଥାଏ। ସେଇଭଳି ଏହି ତିଥିରେ ରାମାଭିଷେକଙ୍କୁ ମଧ୍ୟ ପୂଜା କରାଯାଇଥାଏ।