Odisha Train Accident: ବାଲେଶ୍ବର ବାହାନଗାରେ (Bahanaga Train Accident)ଘଟିଥିବା ରେଳ ଦୁର୍ଘଟଣା ସାରା ଦେଶରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି।  କଳା ରାତିରେ ତାଣ୍ତବ ରଚିଲା ଲୌହ ଦାନବ । ଏକା ସାଙ୍ଗରେ ନେଇଗଲା ୨୭୫ ଜୀବନ । ଆଉ ସେପଟେ ମରଣ ମୁହଁରୁ ବଞ୍ଚିଥିବା ଜୀବନ ଗୁଡିକ ମେଡିକାଲରେ ମରଣ ସହ ସଂଗ୍ରାମ କରୁଛନ୍ତି । ଆହତଙ୍କ ଯନ୍ତ୍ରଣାର ଚିକ୍କାରରେ ଫାଟି ପଡୁଛି ମେଡିକାଲର ପରିସର। ନିକଟରେ ମୃତହାତଙ୍କ ପରିବାରକୁ କେନ୍ଦ୍ର ସରକାର ୧୦ଲକ୍ଷ ଯୋଗାଇ ଦେବେ ବୋଲି ବୋଲି ଘୋଷଣା କରିଛନ୍ତି । ତେବେ,ଏହାରି ଭିତରେ ଭାରତୀୟ ରେଳ ମନ୍ତ୍ରଣାଳୟ (Ministry of Railways) ଆଉ ଏକ ବଡ ଘୋଷଣା କରିଛି। ବିନା ଟିକେଟରେ ଯାତ୍ରା (ticketless travellers will receive compensation) କରୁଥିବା ମୃତକଙ୍କ ପରିବାରକୁ ମଧ୍ୟ କ୍ଷତିପୂରଣ ମିଳିବ ବୋଲି ରେଳ ମନ୍ତ୍ରଣାଳୟ ଘୋଷଣା କରିଛି ।


COMMERCIAL BREAK
SCROLL TO CONTINUE READING

ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ମୃତକଙ୍କ ସମ୍ପର୍କୀୟଙ୍କୁ ୧୦ ଲକ୍ଷ ଟଙ୍କା, ଗୁରୁତର ଆହତଙ୍କୁ ୨ ଲକ୍ଷ ଟଙ୍କା ଏବଂ ସାଧାରଣ ଆହତଙ୍କୁ ୫୦ ହଜାର ଟଙ୍କା ଦିଆଯିବ ବୋଲି ରେଳ ମନ୍ତ୍ରଣାଳୟ ପ୍ରକାଶ କରିଥିଲା । ସେହି ନିୟମ ବିନା ଟିକେଟରେ ଯାତ୍ରା କରୁଥିବା ବ୍ୟକ୍ତିଙ୍କ ପାଇଁ ମଧ୍ୟ ଲାଗୁ ହେବ । ଯଦି କେହି ବିନା ଟିକେଟରେ ଯାତ୍ରା କରୁଥିବା ଯାତ୍ରୀ ମୃତ୍ୟୁ ମୁଖରେ ପଡିଥାନ୍ତି,ସେମାନଙ୍କ ପରିବାରକୁ ମଧ୍ୟ ଏହି ସମାନ କ୍ଷତିପୂରଣ ମିଳିବ ବୋଲି ମନ୍ତ୍ରଣାଳୟ ସ୍ପଷ୍ଟ କରିଛି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଏହା କରାଯିବ ବୋଲି ଅଧିକାରୀମାନେ କହିଛନ୍ତି। ରେଳ ମୁଖପାତ୍ର ଅମିତାଭ ଶର୍ମା କହିଛନ୍ତି ଯେ ଯାତ୍ରୀଙ୍କ ଟିକେଟ୍ ଥାଉ କି ନଥାଉ, ସେମାନଙ୍କୁ କ୍ଷତିପୂରଣ ଦିଆଯିବ।


 Also Read: Odisha Train Accident: ଏମାନେ ହେଉଛନ୍ତି ବାହାନଗାର ରିଅଲ ହିରୋ, NDRF ଓ ODRAF ପହଞ୍ଚିବା ଆଗରୁ ଆହତଙ୍କୁ ବଢ଼ାଇଥିଲେ ସହାୟତାର ହାତ


Also Read: Odisha Train Accident: ସରିଲା ଟ୍ରାକ୍ ମରାମତି ,୫୧ ଘଣ୍ଟା ପରେ ଗଡି଼ଲା ପ୍ରଥମ ଯାତ୍ରୀବାହୀ ଟ୍ରେନ୍



ସୂଚନା ଅନୁସାରେ, ଶୁକ୍ରବାର ସଂନ୍ଧ୍ୟା ୭ଟା ସମୟରେ,ହାୱଡାରୁ ଚେନ୍ନାଇ ଯାଉଥିବା କରମଣ୍ଡଳ ଏକ୍ସପ୍ରେସ୍ (Coromandel express) ବାଲେଶ୍ୱର ବାହାନଗା ନିକଟରେ (Coromandel express accident) ପ୍ରଥମେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ପୂର୍ବରୁ ଛିଡ଼ା ହୋଇଥିବା ଏକ ମାଲ୍‌ବାହୀ ଗାଡ଼ିକୁ ଧକ୍କା ଦେଇ ଓଲଟି ପଡ଼ିଥିଲା କରମଣ୍ଡଳ। ଏପରିକି ମାଲ୍‌ବାହୀ ଗାଡ଼ି ଉପରକୁ ଚଢ଼ି ଯାଇଛି କରମଣ୍ଡଳ। ଏହି ଟ୍ରେନ୍‌ର କିଛି ବଗି ଆର ଟ୍ରାକ ଉପରେ ପଡ଼ିଥଲା। କିଛି ସମୟ ପରେ ସେହି ରୁଟ୍‌ରେ ଆସିଥିଲା ଯଶୱନ୍ତପୁର-ହାୱଡ଼ା ଟ୍ରେନ୍‌। ଏହି ଟ୍ରେନ୍ କରମଣ୍ଡଳ ଏକସପ୍ରେସ୍‌ର ଓଲଟି ପଡ଼ିଥିବା ବଗିକୁ ଧକ୍କା ଦେଇଥିଲା। ଫଳରେ ବଡ ଧରଣର ଦୁର୍ଘଟଣା ଘଟିଥିଲା । ଏଥିରେ ୨୭୫ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୯୦୦ ଲୋକେ ଆହତ ହୋଇଛନ୍ତି । ବର୍ତ୍ତମାନ ମୃତଦେହ ଚିହ୍ନଟ ପ୍ରକ୍ରିୟା ଜାରି ରହିଛି ।  ମୃତକଙ୍କ ସମ୍ପର୍କୀୟମାନେ ମୃତକଙ୍କ ଫଟୋ ଧରି ହସପିଟାଲରେ ସେମାନଙ୍କ ପ୍ରିୟଜନଙ୍କ ମୃତଦେହକୁ ଚିହ୍ନଟ କରିବାରେ ଲାଗିଛନ୍ତି। ଏହି ଭୟଙ୍କର ଦୁର୍ଘଟଣା (Odisha triple-train tragedy)ସାରା ଦେଶକୁ ଦୋହଲାଇ ଦେଇଥିଲା। ଏହି ଅଘଟଣ ପରେ ଘଟଣାସ୍ଥଳରେ ପ୍ରଧାନମନ୍ତ୍ରୀଙ୍କ ସମେତ ରେଳମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଘଟଣାସ୍ଥଳ ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିଥିଲେ ।