Two Gate Open in Hirakud Dam Today: ବୁଧବାର ଅପରାହ୍ନରେ ହୀରାକୁଦ ଜଳଭଣ୍ଡାରରେ ଖୋଲାଯାଇଛି ୨ ଗେଟ। ଜଳଭଣ୍ଡାରର ଉଭୟ ଡାହାଣ ଏବଂ ବାମ ପାର୍ଶ୍ୱରେ ଗୋଟାଏ ଲେଖାଏଁ ଗେଟ ଖୋଲାଯାଇଛି। ଉପର ମୁଣ୍ଡରେ ଲଘୁଚାପ ଜନିତ ବର୍ଷା ସମ୍ଭାବନା ରହିଥିବାରୁ ହୀରାକୁଦ ଡ୍ୟାମ କର୍ତ୍ତୃପକ୍ଷ ଜଳଭଣ୍ଡାରରେ ଗେଟ ଖୋଲିବାକୁ ନିଷ୍ପତ୍ତି ନେଇଖିଲେ। ଗେଟ ଖୋଲାଯିବା ସମ୍ପର୍କରେ ହୀରାକୁଦ ଜଳଭଣ୍ଡାର ମୁଖ୍ୟଯନ୍ତ୍ରୀ ଆନନ୍ଦ ଚନ୍ଦ୍ର ସାହୁ ଜଣାଇଛନ୍ତି। ବୁଧବାର ସକାଳ ନଅଟା ପର୍ଯ୍ୟନ୍ତ ଜଳଭଣ୍ଡାରରେ ଜଳସ୍ତର ୬୨୮.୧୦ ଘନଫୁଟ୍‌ ରହିଥିଲା। 


COMMERCIAL BREAK
SCROLL TO CONTINUE READING

ଉତ୍ତର-ପଶ୍ଚିମ ବଙ୍ଗୋପ ସାଗରରେ (North-West Bay of Bengal) ସୃଷ୍ଟ ହୋଇଥିବା ଘୂର୍ଣ୍ଣିବଳୟ ଲଘୁଚାର ରୂପ ନେଇଛି। ଯାହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ବିଶେଷ କରି ଦକ୍ଷିଣ ଓଡ଼ିଶା (Southern odisha), ଉତ୍ତର ଆନ୍ଧ୍ର ପ୍ରଦେଶ (Northern Andhra Pradesh) ଏବଂ ପଡୋଶୀ ଛତିଶଗଡ଼ (Chhattisgarh) ଠାରେ ପ୍ରବଳ ବର୍ଷା ହୋଇପାରେ। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କନ୍ଧମାଳ, ବୌଦ୍ଧ, ସୋନପୁର, ବଲାଙ୍ଗୀର ଆଦି ୫ ଜିଲ୍ଲାରେ ଅତି ପ୍ରବଳ ବର୍ଷା ହେବା ନେଇ ରେଡ୍ ୱାର୍ଣ୍ଣିଂ (Red Warning) ଜାରି କରାଯାଇଛି। ଏହି ୫ ଜିଲ୍ଲାରେ ୭ ସେମି ଠାରୁ ନେଇ ୨୦ ସେମି ବର୍ଷା ହେବାର ସମ୍ଭାବନା ରହିଛି। 


ଏହି ସମସ୍ତ ଜିଲ୍ଲାର ତଳିଆ ଅଞ୍ଚଳରେ ପ୍ରବଳ ବର୍ଷା କାରଣରୁ ପାଣି ଜମିବାର ଆଶଙ୍କା ରହିଛି। ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ (Landslide) ସହିତ ମାଟି ରାସ୍ତା ଏବଂ ଘର କ୍ଷତିଗ୍ରସ୍ତ ହେବାର ମଧ୍ୟ ସମ୍ଭାବନା ରହିଛି। ସେହିପରି ୮ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ଅରେଞ୍ଜ ୱାର୍ଣ୍ଣିଂ (Orange Warning) ଏବଂ ପ୍ରବଳ ବର୍ଷା ପାଇଁ ୧୨ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ (Yellow Warning) ଜାରି କରାଯାଇଛି।