ନୂଆଦିଲ୍ଲୀ; ଋଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ସମଗ୍ର ବିଶ୍ୱରେ ତୈଳ ଦର ହୁ ହୁ ହୋଇ ବୃଦ୍ଧି ପାଇଥିଲା। ସମଗ୍ର ବିଶ୍ୱରେ ଅଶୋଧିତ ତୈଳଦର ଅସ୍ୱାଭାବିକ ଭାବେ ବୃଦ୍ଧି ପାଇଥିଲା। କିନ୍ତୁ ସମଗ୍ର ବିଶ୍ୱରେ ଅଶୋଧିତ ତୈଳ ଦର ଧିରେଧିରେ ଖସିବାରେ ଲାଗିଛି। ଫଳରେ ଏହାର ପ୍ରଭାବ ମଧ୍ୟ ଦେଖିବାକୁ ମିଳିଛି। ଆର୍ଥିକ ମାନ୍ଦାବସ୍ଥା ଦେଇ ଗତି କରୁଥିବା ଦୁଇ ରାଷ୍ଟ୍ରରେ ତୈଳଦର ହ୍ରାସ ପାଇଥିବା ଦେଖିବାକୁ ମିଳିଛି। ଉଭୟ ପେଟ୍ରୋଲ ଓ ଡିଜେଲର ଦର ହ୍ରାସ କରିଛନ୍ତି ପାକିସ୍ତାନ ଓ ନେପାଳ। ତେବେ ଭାରତରେ ତୈଳଦର କେବେ ହ୍ରାସ ହେବ ସେନେଇ ଏବେ ପ୍ରଶ୍ନ ଛିଡ଼ା ହୋଇଛି। 


COMMERCIAL BREAK
SCROLL TO CONTINUE READING

୯ ଅଗଷ୍ଟରେ ଜାରି ହୋଇଥିବା ତୈଳଦର ଅନୁଯାୟୀ ଦିଲ୍ଲୀରେ ପେଟ୍ରୋଲ ଦର ୯୬.୭୨ ଟଙ୍କା ରହିଛି। ସେହିପରି ଡିଜେଲ ଦର ୮୯.୯୨ ଟଙ୍କା ରହିଛି। ମୁମ୍ବାଇରେ ଏକ ଲିଟର ପେଟ୍ରୋଲର ଦର ୧୦୬ ଟଙ୍କାରୁ ଅଧିକ ରହିଛି। ଏହି ସମୟରେ ତୈଳ କମ୍ପାନୀ ଗୁଡ଼ିକ ତୈଳଦରରେ କୌଣସି ବୃଦ୍ଧି କରିନାହାନ୍ତି। ଏଭଳି ପରିସ୍ଥିତିରେ ବ୍ୟାରେଲ ଅଶୋଧିତ ତୈଳର ମୂଲ୍ୟ ହ୍ରାସ ଏବଂ ପାକିସ୍ତାନ ଭଳି ଦେଶରେ ଇନ୍ଧନ ମୂଲ୍ୟ ହ୍ରାସ ସତ୍ତ୍ୱେ ଭାରତୀୟ ଇନ୍ଧନ କମ୍ପାନୀଗୁଡ଼ିକର କ୍ଷତି ହୋଇଛି ବୋଲି କୁହାଯାଇଛି।


ଅନ୍ୟପକ୍ଷରେ globalpetrolprices.com ର ତଥ୍ୟ ଅନୁଯାୟୀ, ଯଦି ଆମେ ପାକିସ୍ତାନ ବିଷୟରେ କଥା ହେଉ, ତେବେ ଜୁନ୍ ୨୦ରେ ଗୋଟିଏ ଲିଟର ପେଟ୍ରୋଲର ମୂଲ୍ୟ ଭାରତୀୟ ମୁଦ୍ରାରେ ୮୬.୭୧ ଟଙ୍କା ଥିଲା। ଅଗଷ୍ଟ ଏକ ତାରିଖ ସୁଦ୍ଧା ଏହା ପାକିସ୍ତାନରେ ୭୬.୪୬  ଟଙ୍କା ରହିଥିଲା। ପାକିସ୍ତାନ ବ୍ୟତୀତ ନେପାଳରେ ପେଟ୍ରୋଲ ମୂଲ୍ୟରେ ମଧ୍ୟ ହ୍ରାସ ଘଟିଛି। ଜୁନ୍ ୨୦ରେ ନେପାଳରେ ଏକ ଲିଟର ପେଟ୍ରୋଲର ମୂଲ୍ୟ ଭାରତୀୟ ମୁଦ୍ରାରେ ୧୨୪.୨୭ ଟଙ୍କା ରହିଥିଲା। ତାହା ଅଗଷ୍ଟ ୧ ସୁଦ୍ଧା ନେପାଳରେ ଏକ ଲିଟର ପେଟ୍ରୋଲର ମୂଲ୍ୟ ଭାରତୀୟ ମୁଦ୍ରାରେ ୧୧୩.୯୪ ଟଙ୍କାକୁ ହ୍ରାସ ପାଇଛି।


ଭୁଟାନରେ ମଧ୍ୟ ପେଟ୍ରୋଲ ମୂଲ୍ୟରେ ହ୍ରାସ ଘଟିଛି। ଭୁଟାନରେ ଏକ ଲିଟର ପେଟ୍ରୋଲର ମୂଲ୍ୟ ଭାରତୀୟ ମୁଦ୍ରାରେ ୯୨.୦୮ ଟଙ୍କା ଥିଲା। ଅଗଷ୍ଟ ୧ ସୁଦ୍ଧା ମୂଲ୍ୟ ଅନୁଯାୟୀ ଭୁଟାନରେ ପେଟ୍ରୋଲ ଭାରତୀୟ ମୁଦ୍ରାରେ ୧୦୧.୩୦ ଟଙ୍କା ହୋଇଛି। ଏଥି ସହିତ ବିଶ୍ୱର ବିଭିନ୍ନ ଦେଶରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ପାର୍ଥକ୍ୟ ରହିଛି। ଏହାର କାରଣ ହେଉଛି ସେଠାରେ ଆଦାୟ କରାଯାଉଥିବା ଟ୍ୟାକ୍ସ ଏବଂ ସବସିଡି। ଏହା ସହିତ ଏପ୍ରିଲ-ଜୁନ୍ ତିନି ମାସରେ ସେମାନଙ୍କର କ୍ଷତି ଯଥେଷ୍ଟ ବୃଦ୍ଧି ପାଇଛି ବୋଲି ଭାରତୀୟ ଇନ୍ଧନ କମ୍ପାନୀଗୁଡିକ ପକ୍ଷରୁ ସୂଚନା ଦିଆଯାଇଛି। ଏହା ମଧ୍ୟ ସୂଚନା ଦିଆଯାଇଛି ଯେ ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୟ ମାସରେ କମ୍ପାନୀଗୁଡିକ ୧୮,୪୮୦ କୋଟି ଟଙ୍କା କ୍ଷତି କରିଛନ୍ତି।


ଅଧିକ ପଢନ୍ତୁ: ନୀତିଶ କୁମାରଙ୍କୁ ନେଇ ପ୍ରଶାନ୍ତ କିଶୋର ଦେଲେ ବଡ଼ ବୟାନ


ଅଧିକ ପଢନ୍ତୁ: Commonwealth Games 2022: କମନୱେଲଥ ଗେମ୍ସରେ ଏହା ହେଉଛି ଭାରତର ଶ୍ରେଷ୍ଠ ପ୍ରଦର୍ଶନ


ଅଧିକ ପଢନ୍ତୁ: ଆସୁଛି ଆଉ ଏକ ଲଘୁଚାପ