Cuttack News:  ଅଜଣା ଯୁବତୀଙ୍କ ସହ ଚାର୍ଟିଂ କରିବା ପଡିଲା ମହଙ୍ଗା (Cyber Crime)।  ମାୟାବିନୀ ଯୁବତୀଙ୍କ ମାୟା ଜାଲରେ ଫସିଗଲେ  କଟକର ଜଣେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ । ବୃଦ୍ଧଙ୍କ ବୟସ ପ୍ରାୟ ୭୦ ହେବ ।  ପ୍ରଥମେ ଫେସବୁକରୁ ଚିହ୍ନାଜଣା ପରେ ଓ୍ବାଟସପ୍ ନମ୍ବର ସେୟାର କରିଥିଲେ ଉଭୟେ । କୁହାଯାଇଛି କି ଅଳ୍ପ ଦିନର ଚାର୍ଟିଂରେ ବୃଦ୍ଧ ଯୁବତୀଙ୍କ ମଧ୍ୟରେ ଘନିଷ୍ଠତା ବଢି ଯାଇଥିଲା । ଏପରିକି ଯୁବତୀଙ୍କୁ ଏକତରଫା ଭଲ ପାଇ ବସିଥିଲେ ବୃଦ୍ଧ । ଆଗ ପଛ ବିଚାର ନ କରି ଯୁବତୀଙ୍କୁ ଅନ୍ଧଭଳି ବିଶ୍ବାସ କରୁଥିଲେ। ଆଉ ସେହି ବିଶ୍ବାସର ଫାଇଦା ଉଠାଇଲେ  ଯୁବତୀ। ବୃଦ୍ଧଙ୍କ ପାଖରେ ବିଶ୍ବାସ ଜନ୍ମାଇ ତାଙ୍କ ଆକାଉଣ୍ଟରୁ ପ୍ରାୟ ୨୦ ଲକ୍ଷ  ୬୨ ହଜାର ଟଙ୍କା ଲୁଟି ନେଲେ । ଟଙ୍କା ନେବା ପରେ ଏବେ ଧରା ଛୁଆଁ ଦେଉ ନାହାଁନ୍ତି କି ଫୋନ୍ ଉଠାଉ ନାହାଁନ୍ତି ।  ମାମଲା ଯାଇ ଏବେ କଟକ ସାଇବର ଥାନାରେ ପହଞ୍ଚିଛି । ଜୀବନ ଯାକର ସଞ୍ଚିତ ପୁଞ୍ଚି ହରାଇ ଏବେ ଭାଙ୍ଗି ପଡିଛନ୍ତି ବୃଦ୍ଧ। 


COMMERCIAL BREAK
SCROLL TO CONTINUE READING

କ'ଣ ଥିଲା ପୁରା ଘଟଣାକ୍ରମ, ଜାଣନ୍ତୁ? 


ସୂଚନା ଅନୁସାରେ, ୨୦୧୮ ମସିହାରେ ବୃଦ୍ଧ ଓ ବିଦେଶୀ ଯୁବତୀ ଲିଓନା ଜିମି ପ୍ରଥମେ ଫେସବୁକରେ ଫ୍ରେଣ୍ତ ହୋଇଥିଲେ। ଯୁବତୀ ଜଣକ ନିଜକୁ ଲଣ୍ଡନ ମଞ୍ଚେଷ୍ଟାରର ବାସିନ୍ଦା ବୋଲି କହିଥିଲେ । ପରେ ସେବେଠାରୁ ଅଧିକାଂଶ ସମୟରେ ଉଭୟ ଫେସବୁକରେ ଚାର୍ଟ କରନ୍ତି।  ଏଭଳି ଭାବେ ଦିର୍ଘ  ୬ ମାସ  ଚାର୍ଟିଂ କରିଥିଲେ ଉଭୟ । ୬ ମାସ ପରେ ଯୁବତୀ ଜଣକ କୌଣସି କାମରେ ଦିଲ୍ଲୀ ଆସିଥିଲେ । ଦିଲ୍ଲୀ ବିମାନବନ୍ଦରରେ କୌଣସି ସମସ୍ୟାରେ ପଡିଥିଲେ। ପରେ ସେ କଟକର ସେହି ବୃଦ୍ଧଙ୍କୁ କଲ୍ କରିଥିଲେ । ଏୟାରପୋର୍ଟରେ ବିଦେଶୀ ଯୁବତୀ ଜଣଙ୍କ ୪୦ ହଜାର ପାଉଣ୍ଡ ରଖିଥିଲେ ବୋଲି ବିମାନ ବନ୍ଦର କର୍ତ୍ତୃପକ୍ଷ ତାଙ୍କୁ ଅଟକ ରଖିଛନ୍ତି।  ତାଙ୍କୁ ଏଠାରୁ ମୁକୁଳେଇବା ପାଇଁ  ୮୯,୦୦୦ ଟଙ୍କାର ଆବଶ୍ୟକ ଅଛି ବୋଲି ବୃଦ୍ଧଙ୍କୁ କଲ୍ କରି କହିଥିଲେ। ପରେ ବୃଦ୍ଧ ଯୁବତୀଙ୍କୁ ସେହିଦିନ ପ୍ରଥମ ଥର ୮୯,୦୦୦ ଟଙ୍କା ଆକାଉଣ୍ଟକୁ ଟାନ୍ସଫର କରିଥିଲେ। ପରେ ୨୦୧୯ ମସିହାରେ ବୃଦ୍ଧ ଓ ବିଦେଶୀ ଯୁବତୀଙ୍କ ମଧ୍ୟରେ ସମ୍ପର୍କ ଘନିଷ୍ଠ ହୋଇଥିଲା । ଏପରିକି ଓ୍ବାର୍ଟସପ୍ ରେ ଚାର୍ଟିଂ ଓ ଭିଡିଓ କଲ୍ ମଧ୍ୟ ଉଭୟଙ୍କ ମଧ୍ୟରେ ଚାଲେ । ପରେ ଯୁବତୀ ଜଣଙ୍କ ବିଭିନ୍ନ ଆଳ ଦେଖାଇ ବୃଦ୍ଧଙ୍କ ଠାରୁ ଏକାଧିକ ବାର ଟଙ୍କା ମାଗିଥିଲେ। ଏବଂ ବୃଦ୍ଧ ମଧ୍ୟ ତାଙ୍କୁ ଆକାଉଣ୍ଟକୁ ପର୍ଯ୍ୟାୟ କ୍ରମେ ଟଙ୍କା ଛାଡିଥିଲେ। ପରେ ଏବେ ଯୁବତୀ ଅଧିକ ଟଙ୍କା ମାଗିବାରୁ ବୃଦ୍ଧ ଓ ଯୁବତୀଙ୍କ ମଧ୍ୟରେ ଝଗଡା ହୋଇଥିଲା । ପରେ ଯୁବତୀ ଜଣକ ଟଙ୍କା ନେଇ ବୃଦ୍ଧଙ୍କୁ ଧରାଛୁଆଁ ଦେଇ ନଥିଲେ । ପରେ ବୃଦ୍ଧ କୌଣସି ବାଟ ନ ପାଇ କଟକ ସାଇବର ଥାନାର ଦ୍ବାରସ୍ତ ହୋଇଛନ୍ତି ।  ବର୍ତ୍ତମାନ ଏହି ଘଟଣାର ତଦନ୍ତ ଆରମ୍ଭ ହୋଇଛି। 


Also Read: Rath Yatra 2023: ରଥ ଯାତ୍ରା ବେଳେ ପୁରୀକୁ ବୁଲି ଯାଉଥିଲେ ସାବଧାନ୍! ଆପଣଙ୍କ ସହ ହୋଇପାରେ କିଛି ଏମିତି...


ଦିନକୁ ଦିନ ସାଇବର କ୍ରାଇମ୍ ବଢି ଚାଲିଛି ।  ଆର୍ଥିକ ନେଣଦେଣ ଡିଜିଟାଲ ହେବାପରଠୁ ସାଇବର ଠକେଇର ମାତ୍ରା ବଢିବାରେ ଲାଗିଛି । ସ୍ମାର୍ଟ ଲୋକଙ୍କୁ ସ୍ମାର୍ଟ ଉପାୟରେ ଠକେଇ କରୁଛନ୍ତି ସାଇବର ଲୁଟେରା । କେବେ କ୍ରେଡିଟ କାର୍ଡ, ପୁଣି କେବେ ଆପ୍, ପୁଣି କେବେ ପୁଙ୍ଗୁଳା ଦେହ ଦେଖାଇ ଲୋକଙ୍କୁ କଳାକନା ବୁଲାଇ କଲବଲ କରିଛନ୍ତି । ତେବେ, ସାଇବର ଠକେଇରୁ ରକ୍ଷା ପାଇବା ପାଇଁ ଆପଣଙ୍କୁ ସଚେତନ ରହିବାକୁ ପଡିବ ।