Oldest Forest of World Found near New York: ପୃଥିବୀ ପୃଷ୍ଠର ବିଭିନ୍ନ ସ୍ଥାନରେ ଖନନ କରିବା ସମୟରେ ବୈଜ୍ଞନିକଙ୍କୁ ବିଲୁପ୍ତ ହୋଇଯାଇଥିବା ପ୍ରାଣୀଙ୍କ ଅବଶେଷ ମିଳିଥାଏ। ହେଲେ ଏଥର ବୈଜ୍ଞାନିକ ଆହୁରି କିଛି ଗୁରୁତ୍ୱପୂର୍ଣ୍ଣ ଜିନିଷ ପାଇଛନ୍ତି। ଯୁକ୍ତରାଷ୍ଟ୍ର ଆମେରିକାରେ ଅବସ୍ଥିତ ବିଶ୍ୱର ଅନ୍ୟତମ ପ୍ରମୁଖ ସହର ନ୍ୟୁୟର୍କ ଠାର ଏକ ସମ୍ପୂର୍ଣ୍ଣ ଜଙ୍ଗଲ ମିଳିଛି। ଯାହା ଲକ୍ଷ ଲକ୍ଷ ବର୍ଷ ପୂର୍ବେ ଅଦୃଶ୍ୟ ହୋଇଯାଇଥିଲା ବୋଲି କୁହାଯାଉଛି। ଏହାକୁ ଖୋଜି ବାହାରସ କରିଥିବା ବୈଜ୍ଞାନିକ ନିଶ୍ଚିତ କରିଛନ୍ତି ଯେ ଏହା ହେଉଛି ବିଶ୍ୱର ସର୍ବ ପୁରାତନ ଜଙ୍ଗଲ।


COMMERCIAL BREAK
SCROLL TO CONTINUE READING

ଏହି ଜଙ୍ଗଲ ମଧ୍ୟ ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ କିମ୍ବା ଅନନ୍ୟ ଉପାୟରେ ଆବିଷ୍କୃତ ହୋଇନଥିଲା। ଗତ ୨୦୦୯ ବର୍ଷରେ କାଇରୋ ସହର ନିକଟସ୍ଥ କାଟସ୍କିଲ ପର୍ବତରେ ରହିଥିବା ଖୋଲା ଗର୍ତ୍ତରେ ଏହାକୁ ଆବିଷ୍କୃତ କରାଯାଇଥିଲା। ଏହାର ଆବିଷ୍କାର ପରେ ବିଶେଷଜ୍ଞ ସ୍ଥାନୀୟ ଅଞ୍ଚଳରେ ଥିବା ଗଛ ଲତାର ପ୍ରକୃତ ବୟସ ଜାଣିବାକୁ ଚେଷ୍ଟା କରିଥିଲେ। ଏଠାରେ ରହିଥିବା ପଥର ପ୍ରାୟ ୩୮.୫ କୋଟି ବର୍ଷର ପୁରୁଣା ବୋଲି କୁହାଯାଏ। ଏହି ପଥର ତଳେ ଏକ ବଡ଼ ସ୍ଥାନରେ ଜୀବାଶ୍ମର ଏକ ଭଣ୍ଡାର ରହିଛି। ଏପରି ବର୍ଷର ପୁରୁଣା ପଥର କୋଟି କୋଟି ବର୍ଷ ପାଇଁ ମାଟିରେ ଦବି ରହିଥିବାର କୁହାଯାଉଛି। ଏହା ହେଉଛି ଏପରି ଏକ ଜଙ୍ଗଲ ଯାହା କେବେ ଡାୟନାସୋର ଭଳି ଜୀବ ଦେଖି ଥାଇପାରେ ବୋଲି କୁହାଯାଉଛି। କାର୍ଡିଫ୍ ୟୁନିଭରସିଟି ଅଫ୍ ୱେଲ୍ସ ଏବଂ ସନି ବ୍ରିଙ୍ଗହାମଟାନ୍ ଅନୁସନ୍ଧାନକାରୀ ଏପରି ଜଙ୍ଗଲକୁ ନେଇ ବହୁତ ଉତ୍ସାହିତ ଅଛନ୍ତି। 


ନ୍ୟୁୟର୍କ ଠାରେ ମିଳିଥିବା ପୁରୁଣା ଜଙ୍ଗଲ (Oldest Forest of World Found near New York) ସହରରେ ଅବସ୍ଥିତ ଜର୍ଜ ୱାଶିଂଟନ୍ ବ୍ରିଜ୍ (George Washington Bridge New York) ଠାରୁ ମାତ୍ର ୨ ଘଣ୍ଟାର ଦୂରତାରେ ଅବସ୍ଥିତ ରହିଛି। ଏକ ସମୟରେ ଏହି ଜଙ୍ଗଲ ପ୍ରାୟ ୨୫୦ ମାଇଲ୍ ଅର୍ଥାତ ୪୦୦ କିଲୋମିଟର ଠାରୁ ଅଧିକ ଅଞ୍ଚଳରେ ବ୍ୟାପି ରହିଥିଲା। ବର୍ତ୍ତମାନ ଏକ ଫୁଟବଲ ପଡ଼ିଆର ଅଧା ସ୍ଥାନ ରହିଥିବା ଏହି ଅଞ୍ଚଳରେ କାର୍ଯ୍ୟ ଚାଲିଛି। ଅନୁସନ୍ଧାନକାରୀ କହିଛନ୍ତି ଯେ ଯେତେବେଳେ ଆପଣ ଏଠାକୁ ଆସନ୍ତି, ସେତେବେଳେ ଆପଣଙ୍କୁ ଅନୁଭବ ହେବ ଯେ ଯେପରି ଆପଣ କୌଣସି ପୁରୁଣା ଗଛର ଚେର ଉପରେ ଦେଇ ଯାଉଥାନ୍ତି। କେବେ ଏଠାକାର ଅଞ୍ଚଳରେ ଏକ ସମ୍ପୂର୍ଣ୍ଣ ଜଙ୍ଗଲ ରହିଥିବାର ଆପଣ କଳ୍ପନା କରିପାରିବେ। ବୈଜ୍ଞାନିକ ବହୁ ବର୍ଷ ଧରି ଏଠାକାର ଗଛ ଲତା ବିଷୟରେ ଅନୁସନ୍ଧାନ କରୁଛନ୍ତି। ଏହି ସ୍ଥାନକୁ ଆମାଜନ ବର୍ଷା ବନ (Amazon Rainforest) କିମ୍ବା ଜାପାନ ସ୍ଥିତ ୟାକୁସିମା ଜଙ୍ଗଲ (Yakushima Forest Japan) ସହ ସମାନ ବୋଲି ବିବେଚନା କରାଯାଏ। ବର୍ତ୍ତମାନ ଲୋକଙ୍କୁ ଏହି ସ୍ଥାନ ପରିଦର୍ଶନ କରିବାକୁ ଅନୁମତି ଦିଆଯାଉ ନାହିଁ। ବୈଜ୍ଞାନିକ ଅଧ୍ୟୟନ ପାଇଁ କେବଳ ସ୍ୱତନ୍ତ୍ର ଲୋକଙ୍କୁ ଏଠାକୁ ଯିବାକୁ ଅନୁମତି ଦିଆଯାଇଛି।