Nisha Maharana: ଚର୍ଚ୍ଚାରେ ଝିଅର ଅଶ୍ଳିଳ କାରନାମା, ଲୋକଲଜ୍ଜାରୁ ଗାଁ ଛାଡ଼ିଲେ ବାପା ମା !
Nisha Maharana Controversial statement: ଆଲବମ୍ କରିବା ମଧ୍ୟରେ ସେ କେତୋଟି ଟିଭି ଧାରାବାହିକରେ କାମ କରିବାକୁ ମଧ୍ୟ ସୁଯୋଗ ପାଇଥିଲେ । ବାପା ଦିନ ମଜୁରିଆ। ଘରେ ଥିବା ବେଳେ ବାପାଙ୍କୁ କାମରେ ସହଯୋଗ କରୁଥିଲେ। ହେଲେ ଏବେ ତାଙ୍କର ଏପରି ଅଶ୍ଲିଳ ଟିପ୍ପଣୀ ପାଇଁ ପରିବାର ଲୋକ ଅତିଷ୍ଠ ହୋଇଗଲେଣି ।
Nisha Maharana: ହରଡ଼ଘଣାରେ ଆଲବମ୍ ଅଭିନେତ୍ରୀ ନିଶା ମହାରଣା। ଗତକିଛି ଦିନ ତଳୁ ସେ ଗଣମାଧ୍ୟମରେ ବାରମ୍ବାର ଅଶ୍ଳୀଳ ଟିପ୍ପଣୀ ଦେଇ ଚର୍ଚ୍ଚାରେ ଅଛନ୍ତି। ଶସ୍ତା ଲୋକପ୍ରିୟତା ପାଇବା ପାଇଁ ନିଶା ଏପରି କରୁଥିବା ନେଇ ପୂର୍ବରୁ ମଧ୍ୟ ଏକ ଫାଉଣ୍ଡେସନ ପକ୍ଷରୁ ଥାନାରେ ମାମଲା ରୁଜୁ କରାଯାଇଥିଲା । ହେଲେ ଏବେ ସୋସିଆଲ ମିଡିଆରେ ଏକ ଖବର ଭାଇରାଲ ହେଉଛି ଯେ, ବାସ୍ତବରେ ନିଶା ମହାରଣାଙ୍କ ନାମ ନିଶା ମଳିକ। କେନ୍ଦ୍ରାପଡ଼ା ବ୍ଲକ୍ ଅଧୀନ ଓସ୍ତପୁର ଗ୍ରାମପଞ୍ଚାୟତର ନାଗପୁର ମଳିକ ସାହି ଗ୍ରାମରେ ତାଙ୍କ ଘର ବୋଲି ଚର୍ଚ୍ଚା ହେଉଛି।
ନିଶା ହେଉଛନ୍ତି ତାଙ୍କ ପରିବାରରେ ସବୁଠାରୁ ସାନ। ମାଟ୍ରିକ୍ ପାସ୍ ପରେ ସେ ଆଲବମ୍ ଦୁନିଆରେ ପାଦ ଥାପିଥିଲେ ବୋଲି କୁହାଯାଉଛି। ତେବେ ଆଲବମ୍ କରିବା ମଧ୍ୟରେ ସେ କେତୋଟି ଟିଭି ଧାରାବାହିକରେ କାମ କରିବାକୁ ମଧ୍ୟ ସୁଯୋଗ ପାଇଥିଲେ । ବାପା ଦିନ ମଜୁରିଆ। ଘରେ ଥିବା ବେଳେ ବାପାଙ୍କୁ କାମରେ ସହଯୋଗ କରୁଥିଲେ। ପିଲାଟି ବେଳୁ ଅଭିନୟ ପ୍ରତି ତାଙ୍କର ଦୁର୍ବଳତା ଥିଲା ଓ ସେ ଉଚ୍ଚାଭିଳାଷୀ ଥିଲେ। ପରେ ସେ ବାଲେଶ୍ବରକୁ ଉଚ୍ଚଶିକ୍ଷା ପାଇଁ ଯାଇ ଆଲବମ୍ ଦୁନିଆ ସହ ପରିଚିତ ହୋଇଥିଲେ।
ଟେଲିଭିଜନ୍ରେ କାମ କରିବା ପରେ ନିଶାଙ୍କ ପରିବାର ସହ ପରିଜନ ମଧ୍ୟ ଖୁସି ହୋଇଥିଲେ। ହେଲେ କିଛି ଦିନ ହେବ ଗଣମାଧ୍ୟମରେ ନିଜକୁ ପର୍ଣ୍ଣ ଷ୍ଟାର ବୋଲି କହିଛନ୍ତି ନିଶା । ବଲିଉଡର ସନ୍ନି ଲିଓନିଙ୍କ ସହ ନିଜକୁ ତୁଳନା କରିବା ଓ ତାଙ୍କୁ ଅନୁସରଣ କରୁଥିବା କହିବା ଓ ବାରମ୍ବାର ଅଶ୍ଳିଳ ଟିପ୍ପଣୀ ଦେଇଥିଲେ। ଯୌନ ସମ୍ବନ୍ଧୀୟ ଅନେକ କଦର୍ଯ୍ୟ କଥା ହୋଇଥିଲେ ନିଶା । ଖୁଲମଖୁଲା ଗଣମାଧ୍ୟମ ଆଗରେ ସବୁ କିଛି କହିଥିଲେ ନିଶା ଯାହାକୁ ନେଇ ଅନେକ ସମୟରେ ତାଙ୍କୁ ବିରୋଧ ମଧ୍ୟ କରାଯାଇଛି। ହେଲେ ଏବେ ଏକ କଥା ଚର୍ଚ୍ଚାର ପରିସରକୁ ଆସିଛି।
କୁହାଯାଉଛି ଯେ, ନିଶାଙ୍କ ଏଭଳି ଆଚରଣ ପାଇଁ ଘରଲୋକ ଲୋକଲଜ୍ଜାରେ ଦିନ କାଟୁଛନ୍ତି । ଲୋକଙ୍କ ଟାହିଟାପରା ଅସହ୍ୟ ହୋଇପଡ଼ିବାରୁ ଶେଷରେ ଲୋକଲଜ୍ଜାରୁ ବର୍ତ୍ତିବା ଲାଗି ଗତକିଛି ଦିନ ହେଲା ପରିବାର ଲୋକ ଗାଁ ଛାଡ଼ି କେଉଁଆଡ଼େ ପଳାଇଛନ୍ତି ବୋଲି ଚର୍ଚ୍ଚା ହେଉଛି। ଝିଅ ସହ କୌଣସି ସମ୍ପର୍କ ରଖିବାକୁ ମନା କରିଛନ୍ତି ପରିବାର। ତାଙ୍କ ବାପା-ମା’ ଝିଅର ଏଭଳି ବୟାନବାଜି ପାଇଁ ଗାଁ ଛାଡ଼ିଥିବା ବେଳେ ତାଙ୍କ ସହ ଯୋଗାଯୋଗ ହୋଇପାରୁନି ବୋଲି କୁହାଯାଉଛି।
Also Read: Bollywood vs South: ‘RRR ବଲିଉଡ ମୁଭି ନୁହେଁ’