Bollywood vs South: ‘RRR ବଲିଉଡ ମୁଭି ନୁହେଁ’
Advertisement

Bollywood vs South: ‘RRR ବଲିଉଡ ମୁଭି ନୁହେଁ’

S S Rajamouli On Bollywood vs South Debate: ସାଉଥ ସିନେମାର ଅନେକ ଫିଲ୍ମ ଗତବର୍ଷ ବକ୍ସ ଅଫିସରେ ଜବରଦସ୍ତ ସଫଳତା ପାଇଛି । ବଲିଉଡ ମୁଭିକୁ ପଛରେ ପକାଇ ଦେଇଛି ସାଉଥ୍ ଫିଲ୍ମ । ଦର୍ଶକମାନେ ମଧ୍ୟ ବଲିଉଡ ଅପେକ୍ଷା ସାଉଥ ଫିଲ୍ମକୁ ଦେଖିବାକୁ ଅଧିକ ପସନ୍ଦ କରୁଛନ୍ତି । ଗତ ବର୍ଷ ରିଲିଜ୍ ହୋଇଥିବା 'ଆରଆରଆର ' ଦେଶ ନୁହେଁ ସମଗ୍ର ବିଶ୍ୱରେ ଅଧିକ ସଫଳତା ପାଇଛି ।

Bollywood vs South: ‘RRR ବଲିଉଡ ମୁଭି ନୁହେଁ’

S S Rajamouli On Bollywood vs South Debate: ସାଉଥ ସିନେମାର ଅନେକ ଫିଲ୍ମ ଗତବର୍ଷ ବକ୍ସ ଅଫିସରେ  ଜବରଦସ୍ତ ସଫଳତା ପାଇଛି । ବଲିଉଡ ମୁଭିକୁ ପଛରେ ପକାଇ ଦେଇଛି ସାଉଥ୍ ଫିଲ୍ମ । ଦର୍ଶକମାନେ ମଧ୍ୟ ବଲିଉଡ ଅପେକ୍ଷା ସାଉଥ ଫିଲ୍ମକୁ ଦେଖିବାକୁ ଅଧିକ ପସନ୍ଦ କରୁଛନ୍ତି । ଗତ ବର୍ଷ ରିଲିଜ୍ ହୋଇଥିବା 'ଆରଆରଆର ' ଦେଶ ନୁହେଁ ସମଗ୍ର ବିଶ୍ୱରେ ଅଧିକ ସଫଳତା ପାଇଛି । ନିକଟରେ ଦକ୍ଷିଣର ଭେଟେରାନ ନିର୍ଦ୍ଦେଶକ ଏସଏସ ରାଜାମୌଲୀଙ୍କ ଫିଲ୍ମ  'ଆରଆରଆର 'ର ସୁପରହିଟ୍ ଗୀତ' ନାଟୁ ନାଟୁ 'ମଧ୍ୟ ଗୋଲ୍ଡେନ୍ ଗ୍ଲୋବ ପୁରସ୍କାର ପାଇଛି। ତେବେ,ଏହାରି ଭିତରେ 'ଆରଆରଆର' ନିର୍ଦ୍ଦେଶକ ଏସଏସ ରାଜାମୌଲୀ (S S Rajamouli)ଫିଲ୍ମକୁ ନେଇ ଏକ ବିବାଦୀୟ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ 'ଆରଆରଆର' ବଲିଉଡ ଫିଲ୍ମ ନୁହେଁ, ଏହା ତେଲୁଗୁ ଚଳଚ୍ଚିତ୍ର।

'ଆରଆରଆର' ନିର୍ଦ୍ଦେଶକ କାହିଁକି ଏଭଳି ବୟାନ ଦେଲେ :
ଭାରତ ସହିତ ବିଦେଶରେ ମଧ୍ୟ ଚଳଚ୍ଚିତ୍ର 'ଆରଆରଆର'ରିଲିଜ ହୋଇଥିଲା। ଭାରତ ଅପେକ୍ଷା  ଆନ୍ତର୍ଜାତୀୟ ସ୍ତରରେ ଫିଲ୍ମକୁ ଅଧିକ ସଫଳତା ମଧ୍ୟ ମିଳିଥିଲା । ରିଲିଜର ୧୦ ମାସ ପରେ ଏହି ଫିଲ୍ମ ଲୋକଙ୍କ ପ୍ରଥମ ପସନ୍ଦ ହୋଇଥିଲା।  ଏ-ହି ସମୟରେ,ଆମେରିକାର ନିର୍ଦ୍ଦେଶକ ଗିଲ୍ଡରେ 'ଆର ଆର ଆର'ର ସ୍କ୍ରିନିଂ ସମୟରେ ଏସଏସ ରାଜାମୌଲି ଏଭଳି ଏକ ବଡ଼ ବିବୃତ୍ତି ଦେଇଛନ୍ତି । ଯାହା ବଲିଉଡ ବନାମ ସାଉଥ ଫିଲ୍ମ ମଧ୍ୟରେ ପାର୍ଥକ୍ୟ ସୃଷ୍ଟି କରିଛି ।

 ମୁଭି ରିପୋର୍ଟ ଡଟ କମ୍ (MovieReport.com) ରେ ଭାଇରାଲ ହେଉଥିବା ଏହି ଭିଡିଓରେ,ଆପଣ ଶୁଣିପାରିବେ ଯେ ଏସଏସ ରାଜା ମୌଲି କହୁଛନ୍ତି ଯେ'  'ଆରଆରଆର' ବଲିଉଡ ଫିଲ୍ମ ନୁହେଁ'। ଏହା ଏକ ତେଲୁଗୁ ଚଳଚ୍ଚିତ୍ର, ଯେଉଁ ଠାରୁ ମୁଁ ଆସିଛି। କିନ୍ତୁ ଚଳଚ୍ଚିତ୍ରର କାହାଣୀକୁ ଆଗକୁ ନେବା ପାଇଁ ମୁଁ ଗୀତ ବ୍ୟବହାର କରେ,ଚଳଚ୍ଚିତ୍ର ବନ୍ଦ କରିବା ପାଇଁ ସଙ୍ଗୀତ ଏବଂ ନୃତ୍ୟ ପ୍ରଦର୍ଶନ କରେ ନାହିଁ। ଯଦି ଫିଲ୍ମ ସରିବା ପରେ, ଆପଣ ମାନେ ଯଦି କୁହନ୍ତି,ଯେ 3 ଘଣ୍ଟା ଅତିବାହିତ ହୋଇଛି,ତେବେ ଚଳଚ୍ଚିତ୍ର ନିର୍ମାତା ଭାବରେ ଏହା ମୋ ପାଇଁ ଏକ ବଡ଼ ସଫଳତା ।'

Also Read: Dharmendra Celebrates Lohri: ପୁଅ ଓ ନାତି ସହ ଲୋହରୀ ପାଳିଲେ ଧର୍ମେନ୍ଦ୍ର, ଫ୍ୟାନ୍ସ କହିଲେ ଗୋଟିଏ ଘରେ ଏତେ ...

ବଲିଉଡ ବନାମ ସାଉଥ ଫିଲ୍ମର ପ୍ରସଙ୍ଗ ପୁଣି ଚର୍ଚ୍ଚାର ପରିସରକୁ ଆସିବ କି ?

ଏସଏସ ରାଜାମୌଲିଙ୍କ ଏହି ବିବୃତ୍ତି ପରେ ପୁଣି ଥରେ ସାଉଥ ଫିଲ୍ମ ବନାମ ଦକ୍ଷିଣ ଫିଲ୍ମ ଚର୍ଚ୍ଚାର ପରିସରକୁ ଆସିବ । ଗତବର୍ଷ ଦକ୍ଷିଣ ଚଳଚ୍ଚିତ୍ର ଏବଂ ଫ୍ଲପ୍ ବଲିଉଡ ଚଳଚ୍ଚିତ୍ରର ସଫଳତା ନେଇ ଏହି ପ୍ରସଙ୍ଗରେ ଅନେକ ବିବାଦ ଲାଗି ରହିଥିଲା । ​​ଯେଉଁଥିରେ ହିନ୍ଦୀ ସିନେମା ଏବଂ ଦକ୍ଷିଣ ସିନେମାର ଅନେକ ଚଳଚ୍ଚିତ୍ର ଅଭିନେତାଙ୍କ ବିବୃତ୍ତି ସାମ୍ନାକୁ ଆସିଥିଲା। ଏଭଳି ପରିସ୍ଥିତିରେ,ଫିଲ୍ମ 'ଆରଆରଆର' ସମ୍ବନ୍ଧରେ ଏସଏସ ରାଜାମୈଲିଙ୍କ ଏହି ବିବୃତ୍ତି ପରେ,ଏହି ବିବାଦକୁ ପୁଣି ଥରେ ଚର୍ଚ୍ଚା ପାଇଁ ଖୋରାକ ଯୋଗାଇବ ।

ତେବେ ଏହା ସହିତ ପ୍ରଶଂସକଙ୍କ ପାଇଁ ଆଉ ଏକ ଖୁସି ଖବର ଅଛି। ଖୁବ୍ ଶୀଘ୍ର ଫିଲ୍ମର ସିକ୍ଵେଲ ଆସିବାକୁ ଯାଉଛି। ଏହି ଅନ୍ତର୍ଜାତୀୟ ଆୱାର୍ଡ଼ କାର୍ଯ୍ୟକ୍ରମରେ ନିଜେ ରାଜାମୌଲୀ ଏକ ସାକ୍ଷାତକାର ସମୟରେ ଫିଲ୍ମର ସିକ୍ୱେଲ୍ ବିଷୟରେ ସୂଚନା ଦେଇଛନ୍ତି। ତେବେ, ଏହି ଫିଲ୍ମଟି ଗତ ୨୪ ମାର୍ଚ୍ଚ ୨୦୨୨ରେ ସିନେମାଘରରେ ରିଲିଜ ହୋଇଥିଲା । ମୋଟ ୧୨ଶହ କୋଟି ଆୟ କରିଛି ଏହି ଫିଲ୍ମ ।