Superstar Anubhav Mohanty On Live: ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି କେନ୍ଦ୍ରାପଡା ସାଂସଦ ତଥା ଓଲିଉଡ ସୁପରଷ୍ଟାର ଅନୁଭବ ମହାନ୍ତି । ଗତକାଲି ବିଳମ୍ୱିତ ରାତିରେ ଲାଇଭ୍ ଆସି ପ୍ରଶଂସକଙ୍କ ସହ ମନ ଖୋଲା କଥା ହୋଇଛନ୍ତି ଅନୁଭବ । କଥା ଛଳରେ ମନ ଭିତରେ ଥିବା ଅକୁହା କଥାକୁ ସମସ୍ତଙ୍କ ସାମ୍ନାରେ ରଖିଛନ୍ତି । ପାଖାପାଖି ଏକ ଘଣ୍ଟା ଧରି ପ୍ରାୟ ରାତି ୧୨ଟାରୁ ଗୋଟାଏ ପର୍ଯ୍ୟନ୍ତ ସାଥୀ କଳାକାରଙ୍କ ସହିତ କଥା ହେବାସହ ନିଜ ପ୍ରଶଂସକଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି ଅନୁଭବ ।


COMMERCIAL BREAK
SCROLL TO CONTINUE READING

ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଲାଇଭ୍ (Instagram live) ଆସି ଅଭିନେତା ଅନୁଭବ ମହାନ୍ତି ପ୍ରଥମେ କହିଥିଲେ ଯେ, ଆଜି ରବିବାର (Sunday) ହୋଇଥିବାରୁ ମୁଁ ଭାବିଲି ଛୁଟି ଦିନରେ ଆପଣଙ୍କ ସହ କିଛି କଥା ବାଣ୍ଟି ପାରିବି । କାଲି ସୋମବାର ତେଣୁ ସମସ୍ତେ ପୁଣି ନିଜ କର୍ମମୟ ଜୀବନରେ ବ୍ୟସ୍ତ ରହିବେ । ନିଜ ପ୍ରିୟ ଦର୍ଶକଙ୍କ ପ୍ରଶ୍ନ ଗୁଡିକୁ କମେଣ୍ଟ ସେକ୍ସନରେ ଦେଖିବା ପରେ ଗୋଟି ଗୋଟି କରି ଉତ୍ତର ରଖୁଥିଲେ ସୁପରଷ୍ଟାର ଅନୁଭବ । ଏହାରି ମଧ୍ୟରେ ଅଭିନେତ୍ରୀ ପ୍ରକୃତି ମିଶ୍ର (Prakruti mishra) ଅନୁଭବଙ୍କ ଲାଇଭ୍ ଦେଖୁଥିଲେ । ଅନୁଭବ ତାହା ଜାଣିପାରି ପ୍ରକୃତିଙ୍କୁ ତାଙ୍କ ସହିତ ଲାଇଭ୍ ଆସିବାକୁ କହିଥିଲେ । ସେହି ସମୟରେ ଏକ କାରରେ ପ୍ରକୃତି ଅଭିନେତ୍ରୀ ଅନନ୍ୟା ମିଶ୍ରଙ୍କ ସହିତ ପୁରୀ ସମୁଦ୍ରକୂଳରୁ କୋଣାର୍କ ଅଭିମୁଖେ ଯାଉଥିଲେ । ଗାଡି ଭିତରେ ପ୍ରକୃତି ଓ ଅନନ୍ୟାଙ୍କୁ ଦେଖି ଅନୁଭବ ଖୁବ ଖୁସି ପ୍ରକଟ କରିଥିଲେ । ଦୁହିଁଙ୍କ ପ୍ରୋଜେକ୍ଟ ବିଷୟରେ ଅନେକ କଥା ହେବା ପରେ ଅନୁଭବ ପ୍ରକୃତିଙ୍କୁ କହିଥିଲେ ଯେ, ମନ୍ମଥ ଅଙ୍କଲଙ୍କୁ ମୋର ନମସ୍କାର ଜଣାଇଦେବୁ । 'ସାତ ସୁରେ ବନ୍ଧା ଏ ଜୀବନ' ଗୀତଟିକୁ ମୁଁ ଏବେ ମଧ୍ୟ ଅନେକ ସମୟରେ ଶୁଣୁଛି । ଏହାରି ମଧ୍ୟରେ ଅନନ୍ୟା କହିଥିଲେ ଯେ, ଏମିତି ଏକ ସୁଯୋଗ ଆସୁ ଯେଉଁଥିରେ ଗୋଟିଏ ସିନେମାରେ ଆମେ ତିନିଜଣ ଅଭିନୟ କରିବା । ଅନେକ କଥା ହେବା ପରେ ପ୍ରକୃତିଙ୍କୁ ବିଦାୟ ଦେଇ ଅନୁଭବ ପୁଣି ଦର୍ଶକଙ୍କ ନିକଟକୁ ଫେରିଥିଲେ କଥା ହେବା ପାଇଁ ।


Video- 



ରାଜ୍ୟ ତଥା ଦେଶ ବିଦେଶରୁ ଯୋଡି ହୋଇଥିବା ଦର୍ଶକଙ୍କ ସହିତ କିଛି ସମୟ ଅତିବାହିତ କରି ସେମାନଙ୍କ ନାମ ନେଇ କମେଣ୍ଟ ଗୁଡିକୁ ପଢୁଥିବା ସମୟରେ ଜଣେ ପ୍ରଶଂସକ ଅନୁଭବଙ୍କ ବୈବାହିକ ଜୀବନ ଉପରେ ପ୍ରଶ୍ନ କରିଥିଲେ । ସେହି ପ୍ରଶ୍ନଟି ଥିଲା, ଭାଈ ମୁଁ ଆପଣଙ୍କ ବିବାହରେ ଭୋଜୀ ଖାଇଥିଲି ଏବଂ ଅନେକ ଖୁସି ହୋଇଥିଲି କିନ୍ତୁ ବର୍ତ୍ତମାନ ଠାକୁରଙ୍କୁ ଡାକୁଛି ନୂଆ ବର୍ଷରେ ଆପଣଙ୍କ ପାଇଁ ନୂଆ ସମ୍ଭାବନା ଆସୁ । ଏହି ପ୍ରଶ୍ନର ଉତ୍ତର ଦେଇ ଅନୁଭବ କହିଥିଲେ ଯେ, ସତ୍ୟର ଯୁଗେ ଯୁଗେ ଜୟ ହୋଇଛି, ତେଣୁ ଜଗନ୍ନାଥ ସମସ୍ତଙ୍କର ଭଲ କରନ୍ତି ମୋ ପାଇଁ ମଧ୍ୟ ଆଗକୁ ଭଲ ହିଁ ହେବ । 'ନାଲି କୋଠାରେ ମୋ ପାଇଁ ବଡ ଦିନ ହେଲେ ମୋର ପୁନଃଜନ୍ମ ହେବ' । କେବଳ ସେତିକି ନୁହେଁ ଲାଇଭରେ ଅନୁଭବ କହିଥିଲେ ଯେ, ପ୍ରାୟ ୨୪ ବର୍ଷ ହେବ ମୁଁ ମଧୁମେହ ରୋଗରେ ପଡି ମେଡିସିନ୍ ଓ ଇନସୁଲିନ ନେଉଛି । ତେଣୁ ମଧୁମେହ ରୋଗୀମାନେ ଆଦୌ ଭୟ କରିବା ଉଚିତ୍ ନୁହେଁ । ନିଜର ସ୍ୱାସ୍ଥ୍ୟ ପ୍ରତି ଯନ୍ତ୍ର ନିଅନ୍ତୁ । ଭଲ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ ।


ସୂଚନାଯୋଗ୍ୟ, ଅନୁଭବ ମହାନ୍ତି ବର୍ତ୍ତମାନ ନୂଆଦିଲ୍ଲୀରେ ଅଛନ୍ତି । ସଂସଦ ଅଧିବେଶନ ଚାଲିଥିବାରୁ ସେ ଆହୁରି କିଛି ଦିନ ଦିଲ୍ଲୀରେ ରହିବେ ବୋଲି ପ୍ରସଂସକଙ୍କୁ ଲାଇଭରେ କହିଛନ୍ତି । ଖୁବଶୀଘ୍ର ଦର୍ଶକଙ୍କୁ ଆଉ ଏକ ସରପ୍ରାଇଜ ଦେବେ ଓ ଦର୍ଶକଙ୍କ ଭଲ ପାଇବା ସବୁବେଳେ ତାଙ୍କ ସହିତ ଅଛି ବୋଲି ସେ ଏତେ ଆଗକୁ ଆସିପାରିଛନ୍ତି ବୋଲି କହିଛନ୍ତି ଅନୁଭବ ।


Also Read- ୨୧ ବର୍ଷ ବୟସରେ ପ୍ରଥମ ବିବାହ, ୩ ଛାଡ଼ପତ୍ର ପରେ ୬୫ ବର୍ଷ ବୟସରେ ଏକାକୀ ଜୀବନ କାଟୁଛନ୍ତି ଅଭିନେତ୍ରୀ


Also Read- 'I Love you ନିଜର ଯତ୍ନ ନେବ' ଲେଖି ଜୀବନ ହାରିଲେ ପ୍ରେମିକ