ସାମିଲ ହେଲା ଆଉ ଗୋଟିଏ `T`, ଏଣିକି ଜିଲ୍ଲା ବୁଲିବେ ମନ୍ତ୍ରୀ
ପଂଚମ ପାଳିର ତୃତୀୟ ବର୍ଷରେ ଶାସନ ବ୍ୟବସ୍ଥାରେ ୫ଟି ସହ ୬ଟି ସାମିଲ କରି ମୁଖ୍ୟମନ୍ତ୍ରୀ ନବ ଗଠିତ ମନ୍ତ୍ରୀମାନଙ୍କୁ ଗୁରୁମନ୍ତ୍ର ଦେଇଥିଲେ।ମୌସୁମୀ ଅଧିବେଶନ ଶେଷ ହେବା ପରେ ଜିଲ୍ଲା ଗସ୍ତକୁ ଗୁରୁତ୍ବ ଦେଇଛନ୍ତି ମନ୍ତ୍ରୀମାନେ।
ଭୁବନେଶ୍ୱର: ଜିଲ୍ଲା ବୁଲିବେ ମନ୍ତ୍ରୀ (Cabinet minister)। ବିଧାନସଭା (Assembly) ସରିବା ପରେ ମୁଖ୍ୟମନ୍ତ୍ରୀ (Chief Minister) ୬ 'T' ମନ୍ତ୍ରକୁ ଗ୍ରାଉଣ୍ଡରେ (Ground Level) କାଯ୍ୟକାରୀ କରିବାକୁ ଅଣ୍ଟା ଭିଡ଼ିଛନ୍ତି ମନ୍ତ୍ରୀମାନେ। ଲୋକଙ୍କ ସମସ୍ୟା ବୁଝିବା ସହ ସମାଧାନ କରିବାକୁ ମୁଖ୍ୟମନ୍ତ୍ରୀ (Chief Minister) ଯେଉଁ ପରାମର୍ଶ ଦେଇଛନ୍ତି ତାହାକୁ ଅକ୍ଷର ଅକ୍ଷର ପାଳନ କରିବାକୁ ସଜବାର ଆରମ୍ଭ କରିଛନ୍ତି ମନ୍ତ୍ରୀମାନେ। ଅନେକ ମନ୍ତ୍ରୀ ଗ୍ରାଉଣ୍ଡକୁ ଯିବା ଆରମ୍ଭ କରିଥିବା ବେଳେ କିଛିମନ୍ତ୍ରୀ ଖୁବଶୀଘ୍ର ଜିଲ୍ଳାସ୍ତରେ ସମୀକ୍ଷା କରିବାକୁ ଯୋଜନା କରିଛନ୍ତି। ଲୋକଙ୍କ ପାଖକୁ ଯାଇ ସମସ୍ୟା ସମାଧାନ କରିବାର ବଡ଼ ଯୋଜନା।
ଭୁବନେଶ୍ୱରରେ ନିଆଯାଉଥିବା ନିଷ୍ପତିକୁ ଗ୍ରାଉଣ୍ଡରେ ଶତ ପ୍ରତିଶତ ସଫଳ କରିବାର ପ୍ରୟାସ। ପଂଚମ ପାଳିର ତୃତୀୟ ବର୍ଷରେ ଶାସନ ବ୍ୟବସ୍ଥାରେ ୫ଟି ସହ ୬ଟି ସାମିଲ କରି ମୁଖ୍ୟମନ୍ତ୍ରୀ ନବ ଗଠିତ ମନ୍ତ୍ରୀମାନଙ୍କୁ ଗୁରୁମନ୍ତ୍ର ଦେଇଥିଲେ।ମୌସୁମୀ ଅଧିବେଶନ ଶେଷ ହେବା ପରେ ଜିଲ୍ଲା ଗସ୍ତକୁ ଗୁରୁତ୍ବ ଦେଇଛନ୍ତି ମନ୍ତ୍ରୀମାନେ। ନିଜ ନିଜ ବିଭାଗକୁ ଜିଲ୍ଲାସ୍ତରରୁ ଚଳଚଞ୍ଚଳ କରିବାକୁ ଅଣ୍ଟା ଭିଡ଼ିଛନ୍ତି ନବୀନଙ୍କ କ୍ୟାବିନେଟ ଓ ରାଷ୍ଟ୍ରମନ୍ତ୍ରୀମାନେ । ମନ୍ତ୍ରୀମାନେ ଜିଲ୍ଲାଗସ୍ତ କରି ସମୀକ୍ଷା ଆରମ୍ଭ କରିଛନ୍ତି।
ଜିଲ୍ଲା ଗସ୍ତ କରି ମନ୍ତ୍ରୀମାନେ ନିଜ ବିଭାଗ କାମ ତଦାରଖ କରିବା ସହ ଲୋକମାନେ ରାଜ୍ୟ ସରକାର କରୁଥିବା ବିଭିନ୍ନ ଯୋଜନାରେ ଲୋକେ କେତେ ଉପକୃତ ହେଉଛନ୍ତି ସମୀକ୍ଷା କରିବେ। ସମୀକ୍ଷା ସମୟରେ ଲୋକମାନଙ୍କ ସହ ସିଧାସଳଖ ଆଲୋଚନା କରି ତାହାର ସମାଧାନ କରିବେ। ଏହା ସହ ୨୦୧୯ ରେ ଦିଆଯାଇଥିବା ନିର୍ବାଚନ ପ୍ରତିଶ୍ରୃତି ପାଳନ ଉପରେ ମଧ୍ୟ ଗୁରୁତ୍ବ ଦେବେ ବୋଲି କହିଛନ୍ତି। ସେପଟେ ରାଜନୀତି ସମୀକ୍ଷକଙ୍କ ମତ ପୂର୍ବରୁ ଅଫିସରମାନେ ତୃଣମୂଳ ସ୍ତରରେ ରହି ଲୋକଙ୍କ କଥା ବୁଝିବାକୁ ନିର୍ଦେଶ ଦିଆଯାଇଥିଲା। ଏହା କେତେଦୂର ପାଳନ ହେଲା ବୋଲି ସମୀକ୍ଷକ ମାନେ ପ୍ରଶ୍ନ ଉଠାଇଛନ୍ତି। ପ୍ରଶାସନ ଓ ଲୋକଙ୍କ ମଧ୍ୟରେ ଦୂରତା ନ ରହିବା ପାଇଁ ମୋ ସରକାର ଓ ୫ ଟିର ବ୍ୟବସ୍ଥା ହୋଇଛି । କିନ୍ତୁ ଏହା କେତେଦୂର ପ୍ରତିଫଳିତ ହେଉଛି ତା ଉପରେ ନଜର।