Online Fraud: ବିଭିନ୍ନ ଉପାୟରେ ଅପରାଧିକ କାର୍ଯ୍ୟକଳାପରେ ଲିପ୍ତ ରହି ଟଙ୍କା ରୋଜଗାର (Money income) କରିବାକୁ ବର୍ତ୍ତମାନ ଅନେକ ଖଳ ପ୍ରକୃତିର ବ୍ୟକ୍ତିବିଶେଷ ଚେଷ୍ଟା ଚଳାଇଛନ୍ତି । ବିଶେଷ କରି ଚିହ୍ନା ପରିଚିତ ଚେହାର ସହ ବଡ଼ ବଡ଼ ବ୍ୟବସାୟୀ (Business man) ଅଭିନେତା (Actor), ଲୋକପ୍ରିୟ ୟୁଟୁବର ଓ କ୍ରିକେଟ ତାରକାଙ୍କ ଫଟୋ ବ୍ୟବହାର କରି ଠକେଇ (Fraud) କରାଯାଉଛି । ସେମିତି ଏକ ଅପରାଧ ବିଷୟରେ ଇଓଡବ୍ଲ୍ୟୁ (Economic Offences Wing) ସୂଚନା ଦେଇଛି । ସୋସିଆଲ ମିଡିଆକୁ ସାହାରା କରି ଅନଲାଇନ ସ୍କାମର (Online scammers)ମାନେ ଲୋକଙ୍କୁ ଟାର୍ଗେଟ୍ କରୁଛନ୍ତି । ବିଶେଷ କରି ଫେସବୁକ Facebook, ଇନଷ୍ଟାଗ୍ରାମ, ୟୁଟୁବ (Youtube) ସମେତ ବହୁଳ ବ୍ୟବହାରକାରୀ ସୋସିଆଲ ମିଡିଆ ଆପ (Social media app) ତଥା ପ୍ଲାଟଫର୍ମରେ ଲୋକଙ୍କୁ ପ୍ରଭାବିତ କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି । କେବଳ ସେତିକି ନୁହେଁ ଅନେକତ ବଡ଼ ବଡ଼ କମ୍ପାନୀର ଲୋଗୋ (Logo) ସମେତ ଫଟୋ ବ୍ୟବାହର କରି ଲୋକଙ୍କୁ ଠକାମୀର ପକାଇବା ପାଇଁ ବିଭିନ୍ନ ପ୍ରକାର ପ୍ରଲୋଭନ (Temptation) ଦେଖାଉଛନ୍ତି ।


COMMERCIAL BREAK
SCROLL TO CONTINUE READING

ଇଓଡବ୍ଲ୍ୟୁ (EOW) ପକ୍ଷରୁ ଗଣମାଧ୍ୟମକୁ ମିଳିଥିବା ସୂଚନା ଅନୁସାରେ ଏମଭି ଟ୍ରେଡର, ଡାଇସ୍, ୟୁନୋ (UNO), ଫ୍ଲାଏ ଆଭିଏଟର (Fly Aviator), ଫରେକ୍ସଡାନା, ଆଭିଏଟର ଏକ୍ସ, ଲାଇଭ୍ ୨୨ କ୍ୟାସ (Live 22 cash), ସିଟି ୫ ସହିତ ଉକ୍ତ ବ୍ୟାଙ୍କ୍ ଆକାଉଣ୍ଟ (Account) ଗୁଡିକ ଜଡିତ ଥିଲା । ଦେଢ କୋଟିରୁ ଉର୍ଦ୍ଧ ଡାଉନଲୋଡ (Download) ହୋଇଥିବା ଏହି ଆପ ଗୁଡିକ ସିଧାସଳଖ ଅନଲାଇନ ଫ୍ରଡ (Online fraud)ଙ୍କ ଟାର୍ଗେଟରେ ରହିଥିଲା । ଅନେକ ସୋସଆଲ ମିଡିଆ ବ୍ୟବହାରକାରୀ ଉକ୍ତ ଆପ ଗୁଡିକୁ ନିଜର ବ୍ୟାଙ୍କ୍ ଆକାଉଣ୍ଟ ସହିତ ଲିଙ୍କ୍ (Account link) କରିଥିଲେ । ଅନେକ ସମୟରେ ବଡ଼ ବଡ଼ ଷ୍ଟାର୍ ଓ ବ୍ୟବସାୟୀଙ୍କ ଫଟୋକୁ ବ୍ୟବହାର କରି ପ୍ରମୋଶନ (promotion) କରାଯାଇ ଉକ୍ତ ଆପ ମାଧ୍ୟମରେ ନୋଟିଫିକେସନ (Notification) ମଧ୍ୟ ପଠାଯାଉଥିଲା । ବଡ଼ ବଡ଼ ଷ୍ଟାରଙ୍କ ଫଟୋ ଦେଖି ଲୋକେ ଏହାକୁ ବିଶ୍ୱାସ କରିନେଉଥିଲେ । ଲିଙ୍କରେ କ୍ଲିକ୍ କରି ଆଗକୁ ବଢୁଥିଲେ ସୋସିଆଲ ମିଡିଆ ୟୁଜର । କିନ୍ତୁ ସ୍କାମରମାନେ ତାହାର ଭରପୁର ଫାଇଦା ଉଠାଉଥିଲେ । ଚୁଟକିରେ ଆକାଉଣ୍ଟ ଖାଲି କରିଦେଉଥିଲେ । ଏପରି କି  ଅନେକ ବଲିଉଡ ଷ୍ଟାର (Bollywood star)ଙ୍କ ଫଟୋ ବ୍ୟବହାର କରାଯାଇ ଲୋକଙ୍କ ବିଶ୍ୱାସଭାଜନ (trust) ହେବାକୁ ଚେଷ୍ଟା କରାଯାଉଥିଲା । ଅନଲାଇନ୍ ଆପ (Online app) ମାଧ୍ୟମରେ ସହଜରେ ଟଙ୍କା ରୋଜଗାର କରିବା ପାଇଁ ସ୍କାମରମାନେ ଲୋକଙ୍କୁ ପ୍ରବର୍ତ୍ତାଉଥିଲେ ।


Also read- ସିଦ୍ଧାନ୍ତଙ୍କୁ ଅପମାନ ! ଦୁର୍ଘଟଣାରେ ସାହାଯ୍ୟ ପରେ ସୋସିଆଲ ମିଡିଆରେ ଟ୍ରୋଲ


ସନ୍ଦେହ କରାଯାଉଥିବା ବ୍ୟାଙ୍କ ଆକାଉଣ୍ଟ ଗୁଡିକରେ ସବୁଦାୟ ୧ ହଜାର କୋଟି ଟଙ୍କାରୁ ଅଧିକ କାରବାର (transaction) ହୋଇଛି । ଇଓଡବ୍ଲ୍ୟୁ (EOW) ସନ୍ଦେହ ଘେରକୁ ଅନେକ ତଥ୍ୟ ମଧ୍ୟ ଆସୁଛି । ଡିଜିଟାଲ୍ (Digital) ମାଧ୍ୟମରେ ବେଆଇନ ଋଣ ପ୍ରଦାନ (loan payment), ସୋସିଆଲ୍ ମିଡିଆରେ ଫଲୋୟର୍ସ ତଥା ଲାଇକ୍ ସ୍କାମ୍ପ (like scamp) , କୌଣସି ପେଜକୁ ଭଲ ରେଟିଂ ପ୍ରଦାନ କରିବା ତଥା ଡିଜିଟାଲ ଯୁଗରେ ଲୋକଙ୍କ ନିକଟତର ହୋଇ ସବୁ ପ୍ରକାରର ଚେଷ୍ଟା କରି ଲୋକଙ୍କଠାରୁ ଟଙ୍କା ହାସଲ କରିବା ଥିଲା ସ୍କାମରଙ୍କ ପ୍ଲାନ । ଟଙ୍କା ନେଣଦେଣ ପାଇଁ ବ୍ୟବହାର ହୋଇଥିବା ୧ ହଜାର କୋଟିରୁ ଅଧିକ ବ୍ୟାଙ୍କ୍ ଆକାଉଣ୍ଟ (Bank account)କୁ ଏହି ସବୁ କାର୍ଯ୍ୟରେ ବ୍ୟବହାର କରାଯାଇଥିଲା ।


Also read- Papaya Farming: ଭାଗ୍ୟ ବଦଳାଇଦେଲା ଅମୃତଭଣ୍ଡା, ଚାଷରୁ ମିଳିଲା ୧୦ଲକ୍ଷ !