Operation Ajay: ଇସ୍ରାଏଲ୍‍ ରେ ଥିବା ଭାରତୀୟଙ୍କୁ ସୁରକ୍ଷିତ ଉଦ୍ଧାର କରିବା ଲାଗି ଭାରତ ସରକାରଙ୍କ ପକ୍ଷରୁ ଅପରେସନ୍‍ ଅଜୟ ଆରମ୍ଭ କରାଯାଇଛି। ଯେଉଁମାନେ ଏବେକାର ଇସ୍ରାଏଲ ସ୍ଥିତି (position of Israel)କୁ ଦେଇ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିବାକୁ ଚାହୁଁଛନ୍ତି ତାଙ୍କ ପାଇଁ ସ୍ୱତନ୍ତ୍ର ବିମାନ ବ୍ୟବସ୍ଥା କରିବାକୁ ଏହି ମିଶନର ଲକ୍ଷ୍ୟ ରହିଛି।  ଏହିକ୍ରମରେ ଗତକାଲି ରାତିରେ ପ୍ରଥମ ବିମାନ ଇସ୍ରାଏଲ୍‍ରୁ ଭାରତ (israel to india) ଅଭିମୁଖେ ଆସିଛି। ଏହି ସ୍ୱତନ୍ତ୍ର ବିମାନରେ ୨୧୨ ଜଣ ଭାରତୀୟ ସୁରକ୍ଷିତ ନିଜ ମାତୃଭୂମି ସ୍ପର୍ଶ କରିଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ (Ministry of External Affairs) ପକ୍ଷରୁ ମୁଖପାତ୍ର ଅରିନ୍ଦମ ବାଗ୍‍ଚି ଏ ବାବଦରେ ଟ୍ୱିଟ୍‍ କରି ସୂଚନା ଦେଇଛନ୍ତି ।


COMMERCIAL BREAK
SCROLL TO CONTINUE READING

ଗତକାଲି ବୈଦେଶିକ ମନ୍ତ୍ରୀ ଏସ୍‍ ଜୟଶଙ୍କର ଏନେଇ ଟ୍ୱିଟ୍‍ ଯୋଗେ ସୂଚନା ଦେଇଥିଲେ। ଯେମିତି ୟୁକ୍ରେନ-ଋଷ ଯୁଦ୍ଧ ଆରମ୍ଭ ସମୟରେ ୟୁକ୍ରେନ୍‍ରେ ଥିବା ଭାରତୀୟଙ୍କୁ ଉଦ୍ଧାର କରାଯାଇଥିଲା ଠିକ୍‍ ସେହି ବ୍ୟବସ୍ଥା ଆପଣାଯାଇଥିବା ସେ କହିଥିଲେ। 


Also Read- CBI ଜାଲରେ ସ୍ୱାସ୍ଥ୍ୟ ଅଧିକାରୀ ଆର୍.ଏନ୍ ପାଣିଗ୍ରାହୀ, ୨୪ ଘଣ୍ଟାରୁ ଅଧିକ ସମୟ ରେଡ୍


Also Read- National Cinema Day 2023: ଆପଣ ଜାଣନ୍ତି କି? କାହିଁକି ପାଳନ କରାଯାଏ ଜାତୀୟ ସିନେମା ଦିବସ?