Operation Prosperity Guardian: କ`ଣ ଏହି ନୌସେନା ଅଭିଯାନ; ଯାହାକୁ ନେଇ କମ୍ପି ଉଠିଛନ୍ତି ହୁଥି ବିଦ୍ରୋହୀ
Naval Operation Against Houthi Rebels in Red Sea: ଲାଲ ସାଗରରେ ହେଉଥିବା ଆତଙ୍କ ସୃଷ୍ଟି କରିଥିବା ହୁଥି ବିଦ୍ରୋହୀଙ୍କ ବିରୋଧରେ ଆରମ୍ଭ ହୋଇସାରିଛି ଜବାବୀ କାର୍ଯ୍ୟାନୁଷ୍ଠାନ। ଯାହାର ନାଁ ହେଉଛି ନାଁ ହେଉଛି `ଅପରେସନ ପ୍ରସ୍ପିରିଟି ଗାର୍ଡିୟାନ`।
Operation Prosperity Guardian Against Houthi Rebels: ବିଗତ କିଛି ଦିନ ଧରି ଆରବ ସାଗର ସମତେ ଲାଲ ସାଗର ଏବଂ ଆଡେନ ଉପସାଗରରେ ଆତଙ୍କ ସୃଷ୍ଟି କରିଥିବା ହୁଥି ବିଦ୍ରୋହୀଙ୍କ ବିରୋଧରେ ଜବାବୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆରମ୍ଭ କରି ସାରିଛନ୍ତି ଆମେରିକା-ବ୍ରିଟେନ। ଏନେଇ କାର୍ଯ୍ୟକାରୀ କରାଯାଉଥିବା ନୌସେନା ଅଭିଯାନର ନାଁ ହେଉଛି "ଅପରେସନ ପ୍ରସ୍ପିରିଟି ଗାର୍ଡିୟାନ"। ଏହି ଅଭିଯାନ ଅଧିନରେ ୟମେନ ଠାରେ ହୁତି ବିଦ୍ରୋହୀଙ୍କ ସହ ଜଡିତ ବିଭିନ୍ନ ସ୍ଥାନ ଉପରେ ଆମେରିକା-ବ୍ରିଟେନ ପକ୍ଷରୁ କରାଯାଇଛି ଆକ୍ରମଣ। ଇରାନ ସମର୍ଥିତ ହୁତି ବିଦ୍ରୋହୀ ଗତ ବର୍ଷ ଶେଷରେ ଲୋହିତ ସାଗରରେ ଜାହାଜ ଯୋଗେ ହେଉଥିବା ଅନ୍ତର୍ଜାତୀୟ ପରିବହନକୁ ଟାର୍ଗେଟ କରୁଥିଲେ। ଯାହାର ଜବାବ ଏବେ ଆମେରିକା, ବ୍ରିଟେନ ସମେତ ଅନ୍ୟାନ୍ୟ ଦେଶ ଆରମ୍ଭ କରି ଦେଇଛନ୍ତି। ୟେମେନ ଠାରେ ହୁତି ବିଦ୍ରୋହୀଙ୍କ ସହ ଜଡିତ ବିଭିନ୍ନ ସ୍ଥାନ ଉପରେ ଆମେରିକା-ବ୍ରିଟେନ ପକ୍ଷରୁ କରାଯାଇଛି ଜବରଦସ୍ତ ବିମାନ ଆକ୍ରମଣ।
ଲାଲ ସାଗରରେ ଆତଙ୍କ ସୃଷ୍ଟି କରଛନ୍ତି
ଗତ ଡିସେମ୍ବର ମାସରେ ହୁଥି ବିଦ୍ରୋହୀ ଲାଲ ସାଗରରେ ବିଭିନ୍ନ ଦେଶର ମାଲବାହାକ ଜାହାଜ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ କରିଥିଲେ। ଏହାର ଜବାବ ଦେବାକୁ ଯାଇ ଆମେରିକୀୟ ଏହାର ଯୁଦ୍ଧ ଜାହଜ ଲାଲ ସାଗରରେ ନିୟୋଜିତ କରିଥିଲା। ହୁଥି ବିଦ୍ରୋହୀ ଗୋଷ୍ଠୀ ପକ୍ଷରୁ କୁହାଯାଇଛି ଯେ ଇସ୍ରାଏଲ ଅଭିମୁଖେ ଯାଉଥିବା ସମସ୍ତ ଜାହାଜକୁ ସେମାନେ ଟାର୍ଗେଟ କରିବ। ତାହା ଯେ କୌଣସି ଦେଶରୁ ଆସିଥାଉ ନାଁ କାହିଁକି ସେମାନେ ସେହି ଜାହାଜ ଉପରେ ଆକ୍ରମଣ କରିବେ।
"ଅପରେସନ ପ୍ରସ୍ପିରିଟି ଗାର୍ଡିୟାନ"କ’ଣ?
ମୋଟ ୩୯ ଦେଶର ମିଳିତ ସାମୁଦ୍ରିକ ଶକ୍ତି ଅଧିନରେ କାର୍ଯ୍ୟାକାରୀ ହେଉଥିବା ନୌସେନା ଅଭିଯାନ ହେଉଛି "ଅପରେସନ ପ୍ରସ୍ପିରିଟି ଗାର୍ଡିୟାନ"। ଲାଲ ସାଗରରେ ଯାତ୍ରା କରୁଥିବା ଆନ୍ତର୍ଜାତୀୟ ବାଣିଜ୍ୟକ ଜାହାଜ ଉପରେ ହୁଥି ବିଦ୍ରୋହୀଙ୍କ ପକ୍ଷରୁ କରାଯାଉଥିବା ଆକ୍ରମଣର ଜବାବ ଦେବାକୁ ଯାଇ ଆମେରିକା ଆନ୍ତର୍ଜାତୀୟ ସ୍ତରରେ ଏକ ସାମରିକ ମେଣ୍ଟ ଗଠନ କରିଛି। ଅପରେସନ "ପ୍ରସ୍ପିରିଟି ଗାର୍ଡିୟାନ" ଅଭିଯାନରେ ବାହାରିନ, କାନାଡା, ଫ୍ରାନ୍ସ, ଇଟାଲୀ, ନେଦରଲ୍ୟାଣ୍ଡ, ନରୱେ, ସେଚେଲ୍ସ, ସ୍ପେନ୍, ବ୍ରିଟେନ ଏବଂ ଆମେରିକା ଭଳି ଦେଶ ଅନ୍ତର୍ଭୂକ୍ତ ଅଛନ୍ତି। ବିଗତ କିଛି ଦିନ ହେବ ଲାଲ ସାଗରରେ ହୁଥି ବିଦ୍ରୋହୀ ଅନେକ ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ କରିଛନ୍ତି। ଯାହାର ଫଳ ସ୍ୱରୂପ ଲାଲ ସାଗରରେ ହେଉଥିବା ଆନ୍ତର୍ଜାତୀୟ ବାଣିଜ୍ୟ ପ୍ରଭାବିତ ହୋଇଛି। ଆକ୍ରମଣ କାରଣରୁ ବାଣିଜ୍ୟକ ଜାହାଜ ଲାଲ ସାଗରରେ ଯାତ୍ରା କରିବାରୁ ଦୂରେଇ ରହୁଛନ୍ତି। ଏହି ସାମୁଦ୍ରିକ ମାର୍ଗରେ ହେଉଥିବା ଆନ୍ତର୍ଜାତୀୟ ବାଣିଜ୍ୟକୁ ସୁରକ୍ଷିତ କରିବା ପାଇଁ ଅପରେସନ "ପ୍ରସ୍ପିରିଟି ଗାର୍ଡିୟାନ" ଅଭିଯାନରେ ସାମିଲ ହୋଇଥିବା ଦେଶ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ଆରମ୍ଭ କରିଛନ୍ତି। ପ୍ରାୟ ୩୯ ଦେଶର ନୌସେନା ଲାଲ ସାଗରରେ ହୁଥି ବିଦ୍ରୋହୀଙ୍କ ମୁକାବିଲା ପାଇଁ ନିୟୋଜିତ ହୋଇଛନ୍ତି। ବିଶେଷଜ୍ଞଙ୍କ କହିବା କଥା ଯେ ଯଦି ହୁଥି ବିଦ୍ରୋହୀଙ୍କ ବିରୋଧରେ କାର୍ଯ୍ୟକାରୀ ହେଉଥିବା ଆନ୍ତର୍ଜାତୀୟ ନୌସେନା ସେନା ଯଦି ସଫଳ ହୋଇଯାଏ. ତାହେଲେ ଲାଲ ସାଗରରେ ସ୍ୱାଭାବିକ ଭାବରେ ଆନ୍ତର୍ଜାତୀୟ ସାମୁଦ୍ରିକ ବ୍ୟବସାୟ ପୁଣି ଥରେ ଆରମ୍ଭ ହୋଇପାରିବ।