Ayodhya Ram Mandir: ପ୍ରାଣ ପ୍ରତିଷ୍ଠା ସମାରୋହକୁ ବିଦେଶରେ ବଢିଲା ଉତ୍ସାହ; ବଡ଼ ନିଷ୍ପତ୍ତି ନେଲେ ମରିସସ୍ ସରକାର
Advertisement
Article Detail0/zeeodisha/odisha2062847

Ayodhya Ram Mandir: ପ୍ରାଣ ପ୍ରତିଷ୍ଠା ସମାରୋହକୁ ବିଦେଶରେ ବଢିଲା ଉତ୍ସାହ; ବଡ଼ ନିଷ୍ପତ୍ତି ନେଲେ ମରିସସ୍ ସରକାର

Ayodhya Ram Mandir Pran Pratishtha: ଅଯୋଧ୍ୟା ରାମ ମନ୍ଦିରରେ ଆୟୋଜିତ ହେବାକୁ ଯାଉଥିବା ପ୍ରାଣ ପ୍ରତିଷ୍ଠା ସମାରୋହ ପାଇଁ ମରିସସ୍ ସରକାର ନେଇଛନ୍ତି ଏକ ବଡ଼ ନିଷ୍ପତ୍ତି।

Ayodhya Ram Mandir: ପ୍ରାଣ ପ୍ରତିଷ୍ଠା ସମାରୋହକୁ ବିଦେଶରେ ବଢିଲା ଉତ୍ସାହ; ବଡ଼ ନିଷ୍ପତ୍ତି ନେଲେ ମରିସସ୍ ସରକାର

Ayodhya Ram Mandir Pran Pratishtha Ceremony: ଆସନ୍ତା ୨୨ ତାରିଖରେ ହେବାକୁ ଯାଉଛି ଅଯୋଧ୍ୟା ସ୍ଥିତ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା। ଯାହାକୁ ନେଇ କେବଳ ଦେଶ ନୁହେଁ ବରଂ ସାରା ବିଶ୍ୱର ରାମ ଭକ୍ତ ଉତ୍ସାହିତ ହୋଇଉଠିଛନ୍ତି। ଆଉ ମାତ୍ର ସପ୍ତାହେ ପରେ ଅଯୋଧ୍ୟା ରାମ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା ସମାରୋହ ଆୟୋଜିତ ହେବ। ଏହି ସମୟରେ ଆଫ୍ରିକୀୟ ଦେଶ ମରିସସ ଠାରୁ ଆସିଛି ଏକ ବଡ଼ ଖବର। ଆସନ୍ତା ୨୨ ତାରିଖରେ ଆୟୋଜିତ ହେଉଥିବା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ ଅବସରରେ ୨ ଘଣ୍ଟାର ସ୍ୱତନ୍ତ୍ର ବିରତି ଦେବାକୁ ଘୋଷଣା କରିଛନ୍ତି ମରିସସ ସରରର। 

ମରିସସ ଠାରେ କାର୍ଯ୍ୟ କରୁଥିବା ହିନ୍ଦୁ ଧର୍ମାବଲମ୍ବ (Hindu in Mauritius) ୨ ଘଣ୍ଟାର ସ୍ୱତନ୍ତ୍ର ବିରତି ଅବସରରେ ପୂଜାର୍ଚ୍ଚନା କରିବା ସହ ଏହି କାର୍ଯ୍ୟକ୍ରମର ସିଧା ପ୍ରସାରଣ ଦେଖିପାରିବେ। ମରିସସ ଠାରେ ବସବାସ କରୁଥିବା ହିନ୍ଦୁ ସ୍ଥାନୀୟ ସରକାରଙ୍କ (Mauritius Govt) ପକ୍ଷରୁ ନିଆଯାଇଥିବା ଏପରି ନିଷ୍ପତ୍ତିକୁ ନେଇ ବହୁତ ଖୁସି ଅଛନ୍ତି। ଏ ସମ୍ପର୍କରେ ମତସ ରଖି ସେମାନେ କହିଛନ୍ତି ଯେ ପ୍ରାୟ ୫୫୦ ବର୍ଷ ପରେ ଯେତେବେଳେ ଭଗବାନ ଶ୍ରୀରାମ ତାଙ୍କ ମନ୍ଦିରରେ ବିରାଜମାନ କରିବେ, ସେତେବେଳେ ସେମାନେ ମଧ୍ୟ ସେହି ଐତିହାସିକ ମୁହୂର୍ତ୍ତର ସାକ୍ଷୀ ହେବେ। ମରିସସ ସରକାରଙ୍କ ପକ୍ଷରୁ ଅଯୋଧ୍ୟା ରାମ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା ସମାରୋହ ଲାଗି ପ୍ରଦାନ କରାଯାଇଥିବା ସ୍ୱତନ୍ତ୍ର ବିରତି (Mauritius Govt Special Break for Ayodhya Ram Mandir Pran Pratishtha) ଅବସରରେ ଧାର୍ମିକ ଉତ୍ସବ ପାଳନ କରିବେ।

ମରିସସ୍ ସରକାର ଦେଲେ ୨ ଘଣ୍ଟାର ସ୍ୱତନ୍ତ୍ର ବିରତି 
ଆପଣଙ୍କୁ କହିରଖୁଛୁ ଯେ ମରିସସ ସ୍ଥିତ ହିନ୍ଦୁ ସାମାଜିକ-ସାଂସ୍କୃତିକ ସଙ୍ଗଠନ ପକ୍ଷରୁ ଆସନ୍ତା ୨୨ ତାରିଖରେ ୨ ଘଣ୍ଟାର ସ୍ୱତନ୍ତ୍ର ବିରତି ପ୍ରଦାନ କରିବାକୁ ଦେଶର ସରକାରଙ୍କ ନିକଟରେ ଦାବି କରିଥିଲା। ବର୍ତ୍ତମାନ ୨ ଘଣ୍ଟାର ସ୍ୱତନ୍ତ୍ର ବିରତି ପ୍ରଦାନ କରିବାକୁ ଅନୁମତି ମିଳି ସାରିଥିବାରୁ ମରିସସ ଠାରେ ରହୁଥିବା ହିନ୍ଦୁ ଅଯୋଧ୍ୟା ରାମ ମନ୍ଦିରରେ ଆୟୋଜିତ ହେଉଥିବା ପ୍ରାଣ ପ୍ରତିଷ୍ଠା ସମାରୋହକୁ ଦେଖି ଉତ୍ସବ ପାଳନ କରିବେ।

ପ୍ରାଣ ପ୍ରତିଷ୍ଠା ସମାରୋହ ପାଳନ କରିବେ ମରିସସ ହିନ୍ଦୁ 
ମରିସସ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ବିବୃତ୍ତିରେ କୁହାଯାଇଛି ଯେ ଆସନ୍ତା ୨୨ ତାରିଖରେ କ୍ୟାବିନେଟ୍ ୨ ଘଣ୍ଟାର ସ୍ୱତନ୍ତ୍ର ବିରତି ପ୍ରଦାନ କରିବାକୁ ଅନୁମୋଦନ କରିଛି। ହିନ୍ଦୁ ଧର୍ମ ଅନୁସରଣ କରୁଥିବା କର୍ମଚାରୀଙ୍କ ପାଇଁ ଜାନୁଆରୀ ୨୨ ତାରିଖରେ ଦିନ ଦୁଇଟାରୁ ୨ ଘଣ୍ଟାର ବିରତି ଆରମ୍ଭ ହେବ। ଯାହା ଦ୍ୱାରା ସେମାନେ ମରିସସ ଠାରେ ଅବସ୍ଥାନ କରିବା ସତ୍ତ୍ୱେ ମଧ୍ୟ ଅଯୋଧ୍ୟା ଠାରେ ଆୟୋଜିତ ହେଉଥିହା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ଏବଂ ଉତ୍ସବରେ ଅଂଶଗ୍ରହଣ କରିପାରିବେ।

ମରିସସ ଜନସଂଖ୍ୟାରେ ୪୮.୫ ପ୍ରତିଶତ ହେଉଛନ୍ତି ହିନ୍ଦୁ 
ମରିସସ ଜନସଂଖ୍ୟାର ପ୍ରାୟ ୪୮.୫ ପ୍ରତିଶତ ଲୋକ ହେଉଛନ୍ତି ହିନ୍ଦୁ (Hinduism in Mauritius)। ଆଫ୍ରିକା ମହାଦେଶରେ (African Continent) ମରିସସ୍ ହେଉଛି ଏକମାତ୍ର ଦେଶ ଯେଉଁଠାରେ ହିନ୍ଦୁ ଧର୍ମକୁ ଅଧିକ ଅନୁସରଣ କରାଯାଏ। ଯଦି ବିଶ୍ୱର ହିନ୍ଦୁ ଧର୍ମାବଲମ୍ବୀ ଜନସଂଖ୍ୟା ଅନୁପାତକୁ ଦେଖାଯାଏ ତାହେଲେ ଭାରତ ଏବଂ ନେପାଳ ପରେ, ସର୍ବାଧିକ ସଂଖ୍ୟାରେ ହିନ୍ଦୁ ମରିସସ ଠାରେ ବସବାସ କରିଥାନ୍ତି।