Weather Update: ତାତିରୁ ମିଳିଛି ତ୍ରାହି, ସାରା ରାଜ୍ୟରେ ଜାରି ରହିଛି ବର୍ଷା (rain)। ମୌସୁମୀ ବାୟୁକୁ ବଳ ଦେଉଛି ଲଘୁଚାପ । ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ, ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁକୁ ଆହୁରି ସକ୍ରିୟ କରିଛି । ଲଘୁଚାପ ପ୍ରଭାବରେ ଆଜି ମଧ୍ୟ ରାଜ୍ୟରେ ବର୍ଷା (rain) ହେବାର ସମ୍ଭାବନା ରହିଛି । ତେବେ ଲଘୁଚାପ କ୍ଷେତ୍ରଟି ଆସନ୍ତା ୨ ଦିନ ଯାଏଁ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଉତର ଓଡ଼ିଶା ଓ ଝାଡ଼ଖଣ୍ଡ ଦେଇ ଗତି କରିବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ (imd) ପକ୍ଷରୁ କୁହାଯାଇଛି। 


COMMERCIAL BREAK
SCROLL TO CONTINUE READING

 





ଯାହାର ପ୍ରଭାବରେ ,ରାଜ୍ୟରେ କେତେକ ଜିଲ୍ଲାରେ  ପ୍ରବଳ ବର୍ଷାର ସମ୍ଭାବନା ଥିବା ବେଳେ ଆଉ କେତେକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଏନେଇ ୧୩ ଜିଲ୍ଲାକୁ (orange warning) ଅରେଞ୍ଚ ଓ୍ବାର୍ଣ୍ଣିଂ ଜାରି କରିଛି ବିଭାଗ । ଏହି ଜିଲ୍ଲା ଗୁ଼ଡିକ ହେଲା ଦେବଗଡ଼, ସମ୍ବଲପୁର, ସୋନପୁର, ବୌଦ୍ଧ, ବଲାଙ୍ଗିର, ଝାରସୁଗୁଡା, ବରଗଡ, ନୂଆପଡ଼ା, ଅନୁଗୁଳ, କେନ୍ଦୁଝର, ସୁନ୍ଦରଗଡ଼, କଳାହାଣ୍ଡି ଏବଂ କନ୍ଧମାଳ। ଲଘୁଚାପ ଜନିତ ବର୍ଷାର ପ୍ରଭାବରେ ତଳୁଆ ଅଞ୍ଚଳରେ ପାଣି ଜମିବା ସମ୍ଭାବନା  ଥିବା ବେଳେ ସହରାଅଞ୍ଚଳରେ ତୀବ୍ର ବର୍ଷା ସମୟରେ ଟ୍ରାଫିକ ଜନିତ ସମସ୍ୟା ଉପୁଜିପାରେ । ଏହା ସହ ମାଟିଚାଳ ଘରର କାନ୍ଥ ପଡ଼ିବାର ସମ୍ଭାବନା ରହିଛି । ତଳୁଆ ଚାଷଜମି ଗୁଡିକରେ ପାଣିଜମିବାର ସମ୍ଭାବନା ଥିବାରୁ ଜଳନିସ୍କାସନ ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ ପାଇଁ ସୂଚନା ଦେଇଛି ବିଭାଗ। 


Also Read: Monday Remedies: ସୋମବାର କରନ୍ତୁ ଏହି ଉପାୟ, କୃପା କରିବେ ମହାଦେବ, କରଜରୁ ମିଳିବ ମୁକ୍ତି ମାଡି଼ଯିବ ଧନ ସମୃଦ୍ଧି!


Also Read: Horoscope Today 26 June 2023: ଆଜି ସୂର୍ଯ୍ୟଙ୍କ ପରି ଚମକିବ ଏହି ୬ଟି ରାଶିର ଭାଗ୍ୟ; ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ସପ୍ତାହର ପ୍ରଥମ ଦିନ?


ଗତକାଲି ସକ୍ରିୟ ଲଘୁଚାପ ପ୍ରଭାବରେ ଅନୁଗୁଳ ଠାରେ ସର୍ବାଧିକ ୧୫୨ ମିମି ବର୍ଷା ରେକର୍ଡ ହୋଇଥିବା ବେଳେ ବୌଦ୍ଧରେ ୬୨ ମିମି, ଢେଙ୍କାନାଳ ରେ ୫୭ ମିମି, ହୀରାକୁଦ ରେ ୪୩.୨ ମିମି ଏବଂ ପୁରୀ ରେ ୪୦.୨ ମିମି ବର୍ଷା ରେକର୍ଡ ହୋଇଛି । ସେହିପରି ମୌସୁମୀ ଆରମ୍ଭରୁ ରାଜ୍ୟରେ କେତେକ ସ୍ଥାନରେ ଏବେଠୁ ଜଳବନ୍ଦୀ ସ୍ଥିତି ଉପୁଜିଲାଣି ତ ଆଉ କେଉଁ ନଦୀ ନାଳରେ ପ୍ରଥମ ବନ୍ୟା ଜଳ ପ୍ରବେଶ କଲାଣୀ। ମୌସୁମୀ ବର୍ଷା ପ୍ରଭାବରେ ବ୍ରଜରାଜନଗର ଅଞ୍ଚଳର ନାଳରେ ଜଳ ପ୍ରବାହ ବୃଦ୍ଧି ପାଇବା ସହିତ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଅଂଚଳର ଅଧିକାଂଶ ଜଳାଶୟ ଗୁଡିକ ବର୍ଷା ଜଳରେ ପରିପୂର୍ଣ୍ଣ ହୋଇ ଉଛୁଳି ପଡିବାରୁ ଚାଷ ଜମି ଗୁଡିକରେ ବର୍ଷା ପାଣି ପ୍ରବାହ ହେବା ସାଙ୍ଗକୁ କେତେକ ଜମିରେ ପାଣି ଭର୍ତ୍ତି ହୋଇ ରହିଛି। 


ଅନ୍ୟ ପକ୍ଷରେ ଗତକାଲି ରାତିର ଲଗାଣ ବର୍ଷା ଯୋଗୁଁ ବସୁନ୍ଧରା, ଇବ ନଦୀ ଓ ଅନ୍ୟ ନାଳରେ ବର୍ଷା ଜଳ ଦୁଇ କୂଳ ଖାଇ ପ୍ରବାହ ହେଉଛି। ଆଜି ସକାଳୁ ବ୍ରଜରାଜନଗର ମାର୍କେଟ ନିକଟ ଟନେଲ ବ୍ରିଜ ରେ ଆଣ୍ଠୁଏ ରୁ ଅଧିକ ପାଣି ପ୍ରବାହ ହେଉଥିବା ଯୋଗୁଁ, ଯାତାୟାତ ଅନେକ ସମୟ ବ୍ୟାହତ ହୋଇଥିଲା। ଆଗକୁ ଲଘୁଚାପ ଏବଂ ମୌସୁମୀ ଜନିତ ବର୍ଷା ଆଶଙ୍କା ଥିବାରୁ ନଦୀ ଶଯ୍ୟା ଗାଁ ଏବଂ ତଳି ଅଂଚଳ ଗାଁ ଗୁଡ଼ିକରେ ବନ୍ୟା ପରିସ୍ଥିତିର ସମ୍ଭାବନାକୁ ନେଇ ଚିନ୍ତା ବଢିଯାଇଛି। ସେହିପରି, କଟକ ଜିଲ୍ଲା ତିଗିରିଆ ବ୍ଲକ  ଗଦାଧରପୁର ପଞ୍ଚାୟତ ଅନ୍ତର୍ଗତ ହରିଶରଣପୁର ଗ୍ରାମ୍ୟ ରାସ୍ତା ସାମାନ୍ୟ ବର୍ଷାରେ ବେହାଲ ହୋଇପଡ଼ିଛି । ଗ୍ରାମରୁ ବର୍ଷା ଜଳ ନିଷ୍କାସିତ ହୋଇ ନପାରି ମୁଖ୍ୟ ରାସ୍ତାରେ ଜମି ରହିବା ଫଳରେ ଉକ୍ତ ରାସ୍ତା ଦେଇ ଯିବା ଆସିବାରେ ସମସ୍ୟା ସୃଷ୍ଟି ହେଉଛି । ଯାହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଘୋର ଅସନ୍ତୋଷ ପ୍ରକାଶ ପାଇଛି।