Advertisement
Photo Details/zeeodisha/odisha1753989
photoDetails0hindi

Horoscope Today 26 June 2023: ଆଜି ସୂର୍ଯ୍ୟଙ୍କ ପରି ଚମକିବ ଏହି ୬ଟି ରାଶିର ଭାଗ୍ୟ; ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ସପ୍ତାହର ପ୍ରଥମ ଦିନ?

Horoscope Today 26 June 2023: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ସ୍ୱାମୀ ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ଜୁନ୍ ୨୬ ହେଉଛି ସୋମବାର । ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତା ସହ ଚଳିବ ପଡ଼ିବ...

1/12

Horoscope Today 26 June 2023: ମେଷ- ଶାରୀରିକ ସୁସ୍ଥତା ବୋଧ ହେବ । ପ୍ରତ୍ୟେକଟି କାର୍ଯ୍ୟକୁ ସଫଳ ରୂପାୟନ ଦେବେ । ଗୃହକୁ ବନ୍ଧୁ ଆଗମନ ହୋଇପାରେ । ନୂତନ ବସ୍ତ୍ରାଦି କ୍ରୟ କରିବେ । ବ୍ୟୟ ଭରା ବୃଦ୍ଧି ପାଇବ ।

 

2/12

ବୃଷ- ଶାରୀରିକ ଅସୁସ୍ଥତା ଦେଖାଦେବ । କ୍ରୋଧକୁ ନିୟନ୍ତ୍ରଣରେ ନ ରଖିଲେ ଅସୁବିଧାରେ ପଡିବେ । ମନ ଭାରାକ୍ରାନ୍ତ ରହିବ । ପାରିବାରିକ ସୁଖଶାନ୍ତି ବାଧାପ୍ରାପ୍ତ ହେବ ।

 

3/12

ମିଥୁନ- ଆଜି ସ୍ୱାସ୍ଥ୍ୟ ଓ କର୍ମହାନି ସାଙ୍ଗକୁ ବିବାଦୀୟ ସ୍ଥିତି ମଧ୍ୟରେ ଅଣ ନିଃଶ୍ୱାସୀ ହୋଇପାରନ୍ତି । ବନ୍ଧୁଙ୍କ ପ୍ରେରଣାରେ କେତେକ ନୂତନ କାମର ପରିକଳ୍ପନା କରିବେ । ଶିଳ୍ପ ଓ ପରିବହନରେ ସମସ୍ୟା ଲାଗିରହିବ । ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଚିନ୍ତା କରିବେ ।

4/12

କର୍କଟ- ଦେହ ଓ ମନ ଭଲ ରହିବ । ବିବାହ ଭୋଜିରେ ଯୋଗଦେବେ । ଆୟ ଉତ୍ତମ ହେବ । କର୍ମ କ୍ଷେତ୍ରରେ ଉଚ୍ଚ ପ୍ରଶଂସା ଲାଭ କରିବେ ।  

 

5/12

ସିଂହ- କାର୍ଯ୍ୟରେ ବାଧା ଉପୁଜିବ । ମାନସିକ ଅବସାଦ ଦେଖାଦେବ । ଆୟ ବ୍ୟୟ ପ୍ରାୟ ସମାନ ରହିବ । କର୍ମ କ୍ଷେତ୍ରରେ ପ୍ରତିଯୋଗିତାପୂର୍ଣ୍ଣ ବାତାବରଣ ମିଳିବ ।

 

6/12

କନ୍ୟା- ଦେହ ଓ ମନ ଭଲ ରହିବ । ସୁସ୍ୱାଦୁ ଭୋଜନ ପ୍ରାପ୍ତି ହେବ । ଦାନ ଧର୍ମ ପ୍ରତି ମନ ବଳିବ । କର୍ମ କ୍ଷେତ୍ର ସହଜ ସରଳ ହେବ । ବ୍ୟବସାୟୀକ ଦୃଷ୍ଟିକୋଣରୁ ଦିନଟି ଅନୁକୂଳ ।

 

7/12

ତୁଳା- ମନ ଚଞ୍ଚଳ ରହିବ । ଆୟ ପରିମାଣ ବୃଦ୍ଧି ପାଇବ । ବାରମ୍ବାର ଚେଷ୍ଟା କଲେ ସଫଳତା ମିଳିବ । ଉତ୍ତମ ଭୋଜନରେ ଆପ୍ୟାୟିତ ହୋଇପାରନ୍ତି । ଉନ୍ନତି ପଥରେ ଆଗେଇ ଚାଲିବେ । ସରକାରଙ୍କ କୃପା ଦୃଷ୍ଟି ରହିଛି । ଜନାଦୃତ ଲାଭ କରିବେ ।     

8/12

ବିଛା- ଶରୀର ଆରୋଗ୍ୟ ରହିବ । ଆୟ ଉତ୍ତମ ହେବ । କର୍ମ କ୍ଷେତ୍ରରେ ଶାନ୍ତିର ବାତାବରଣ ମିଳିବ । ଶୁଭ କାର୍ଯ୍ୟରେ ଯୋଗ ଦେବେ । ବନ୍ଧୁବାନ୍ଧବଙ୍କ ଆଗମନ ହୋଇପାରେ । 

 

9/12

ଧନୁ- ଆଜି ଆକସ୍ମିକ ଭାବରେ ମୋଟା ଅଙ୍କର ଅର୍ଥ ଆବଶ୍ୟକ ହୋଇପାରେ । ପରିବାରରେ ସନ୍ତାନଙ୍କ ସ୍ୱାସ୍ଥ୍ୟ ଯୋଗୁ ବିଚଳିତ ହେବେ । ଜମିଜମା କିମ୍ବା ଯାନ୍ତ୍ରିକ ଜିନିଷ କ୍ଷେତ୍ରରେ କିଛି ଅର୍ଥ ବ୍ୟୟ କରିବାକୁ ବାଧ୍ୟ ହେବେ । ପ୍ରତଯୋଗିତା କିମ୍ବା ପ୍ରତିଦ୍ୱନ୍ଦିତାରେ ସଫଳତା ପାଇ ପାରିବେ ।  

 

10/12

ମକର- କର୍ତ୍ତବ୍ୟ ପରାୟଣ ହେବେ । ଉଚ୍ଚ ଆଶା ଫଳବତୀ ହେବ । ଶୁଭ କାର୍ଯ୍ୟରେ ଯୋଗ ଦେବେ । ପାରିବାରିକ ସୁଖଶାନ୍ତି ବିରାଜମାନ ହେବେ । ମୂଲ୍ୟବାନ ଦ୍ରବ୍ୟ କ୍ରୟ କରିବେ ।

 

11/12

କୁମ୍ଭ- ଦିନଟି ଆପଣଙ୍କ ସପକ୍ଷରେ । ମାନସିକ ଓ ଶାରୀରିକ ସୁସ୍ଥତା ମିଳିବ । ଶତ୍ରୁ ପରାଜିତ ହେବେ । ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ । ପାରିବାରିକ ସୁଖଶାନ୍ତି ଭୋଗ କରିବେ ।

 

12/12

ମୀନ- ଶାରୀରିକ କ୍ଲେଶ ବୃଦ୍ଧିପାଇବ । ମାନସିକ ଅବସାଦ ଦେଖାଦେବ । ଆୟ ତୁଳନାରେ ବ୍ୟୟ ବୃଦ୍ଧି ପାଇବ । ଗାଡିମଟର ଚାଳନାରେ ସତର୍କତା ଅବଲମ୍ବନ କରନ୍ତୁ ।