Mohammed Moquim: କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କୁ ହାଇକୋର୍ଟରୁ ମିଳିଛି ବଡ଼ ଝଟକା । ମହମ୍ମଦ ମୋକିମଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କରିଛନ୍ତି ହାଇକୋର୍ଟ । ନାମାଙ୍କନ ବେଳେ ଭୁଲ ତଥ୍ୟ ଦେଇଥିବା ନେଇ ଅଭିଯୋଗ ହୋଇଥିଲା । ଯାହାର ଶୁଣାଣି କରି ହାଇକୋର୍ଟ ଆଜି ଏଭଳି ରାୟ ଦେଇଛନ୍ତି । ସେତେବେଳେ ପ୍ରତିଦ୍ୱନ୍ଦ୍ୱୀ ଥିବା ବିଜେଡି ପ୍ରାର୍ଥୀ ଦେବାଶିଷ ସାମନ୍ତରାୟ ନାମାଙ୍କନପତ୍ରରେ ଭୁଲ ଥିବା ଦର୍ଶାଇ ଅଭିଯୋଗ କରିଥିଲେ । ନାମାଙ୍କନରେ ଅପରାଧିକ ତଥ୍ୟ ଦିଆଯାଇନଥିବା ଅଭିଯୋଗ କରିଥିଲେ ଦେବାଶିଷ ସାମନ୍ତରାୟ।


COMMERCIAL BREAK
SCROLL TO CONTINUE READING

ନିର୍ବାଚନ ସତ୍ୟପାଠରେ(Election Fact Sheets) ଅନିୟମିତତା ଥିବା ନେଇ ଅଭିଯୋଗ ଆଣିଥିଲେ ଦେବାଶିଷ । ଯାହାର ଶୁଣାଣି ଶେଷ ହେବା ପରେ ରାୟ ସଂରକ୍ଷିତ କରାଯାଇଥିଲା । ଆଜି ଏହାର ରାୟ ପ୍ରକାଶ ପାଇବା ସହ ମୋକିମଙ୍କ ବିଧାୟକ ପଦକୁ ଅସିଦ୍ଧ ଘୋଷଣା କରିଛନ୍ତି ହାଇକୋର୍ଟ । ଏଭଳି ରାୟ ମୋକିମଙ୍କ ରାଜନୈତିକ ଭବିଷ୍ୟତ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । କଟକ-ବାରବାଟୀ ଏବେ ବିଧାୟକ ଶୂନ୍ୟ ବୋଲି ଓଡ଼ିଶା ଉଚ୍ଚ ନ୍ୟାୟାଳୟ ଘୋଷଣା କରିଛନ୍ତି। 


ଜଷ୍ଟିସ ସଙ୍ଗମ କୁମାର ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠ ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟଙ୍କ(Debashis Samantray) ତରଫରୁ ଦାୟର ନିର୍ବାଚନୀ ମୋକଦ୍ଦମାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ତେବେ କୁହାଯାଇପାରିବ କି କଟକ-ବାରବାଟୀ ଏବେ ବିଧାୟକ ଶୂନ୍ୟ ଅର୍ଥାତ୍ ସେହି ନିର୍ବାଚନ ମଣ୍ଡଳିରେ କେହି ବିଧାୟକ ନାହାଁନ୍ତି। ଅର୍ଥାତ୍ ଏକଥା ବି କୁହାଯାଉଛି ଯେ ମହମ୍ମଦ ମୋକିମ ସେଠାରୁ କେବେ ବିଧାୟକ ନଥିଲେ, ତେବେ ତାଙ୍କୁ ପେନସନ ମଧ୍ୟ ମିଳିନପାରେ । 


ହେଲେ ଏହାକୁ ନେଇ ମହମ୍ମଦ ମୋକିମଙ୍କ(Mohammed Moquim)ର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।  ସୂଚନା ଅନୁସାରେ ୧୫ ଜୁଲାଇ ୨୦୨୩ରେ କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ ଓ ଚିରଞ୍ଜୀବ ବିଶ୍ୱାଳଙ୍କୁ ସସ୍‌ପେଣ୍ଡ କରିଥିଲା କଂଗ୍ରେସ । ହେଲେ ପରେ  ଦବଦବା ଥିବା ନିଲମ୍ୱିତ ନେତାଙ୍କୁ ଫେରାଇ ଦଳ ରେ ପୁଣିଥରେ ଅଣାଯାଇଥିଲା । ହେଲେ ନିର୍ବାଚନ ମୁଣ୍ଡ ଉପରେ ଥିବା ବେଳେ ମହମ୍ମଦ ମୋକିମଙ୍କୁ ନେଇ ଏପରି ଏକ ରାୟ ଆସିବା ପରେ ଆଶା ଆଶଙ୍କାରେ କଂଗ୍ରେସ । 


Also Read: Prime Minister: ଲାଗିବନି ବ୍ରେକ, ୧୦ଦିନ-୧୨ ରାଜ୍ୟ-୨୯ ଟି କାର୍ଯ୍ୟକ୍ରମ...


Also Read: Odisha BJP: ଶକ୍ତ ହେଉଛି ବିଜେପି! ଆଜି ପଦ୍ମ ଧରିବେ ପୂର୍ବତନ ବିଧାୟକ ରାଜୁ ଦାସ ଓ ପ୍ରେମାନନ୍ଦ