Attack on Chinese Engineers in Pakistan: ପୁଣି ଥରେ ଆକ୍ରମଣରେ କମ୍ପିଉଠିଛି ପାକିସ୍ତାନ ବେଲୁଚିସ୍ତାନ ପ୍ରଦେଶରେ ଅବସ୍ଥିତ ଗ୍ୱାଦର ବନ୍ଦର। ଅଗଷ୍ଟ ୧୩ ତାରିଖ ରବିବାର ଚୀନୀ ଇଞ୍ଜିନିୟର ଙ୍କ କନଭୟ ଉପରେ ଆକ୍ରମଣ କରିଛନ୍ତି ସଶସ୍ତ୍ର ବିଦ୍ରୋହୀ। ଏହି ଆକ୍ରମଣ ଗ୍ୱାଦର ବନ୍ଦର ନିକଟରେ ଘଟିଥିବା ଜଣାପଡ଼ିଛି। "ଦି ବେଲୁଚିସ୍ତାନ ପୋଷ୍ଟ" ରିପୋର୍ଟ ଅନୁଯାୟୀ ବନ୍ଦର ସହର ଭାବରେ ପରିଚିତ ଗ୍ୱାଦର ଠାରେ ବିସ୍ଫୋରଣ ଏବଂ  ଗୁଳିଗୋଳା ବିନିମୟ ଶବ୍ଦ ଶୁଣିବାକୁ ମିଳିଥିଲା।


COMMERCIAL BREAK
SCROLL TO CONTINUE READING

ଗ୍ୱାଦର ବନ୍ଦର (Gwadar Sea Port) ଠାରେ ଚୀନୀ ଇଞ୍ଜିନିୟରଙ୍କ ଉପରେ ଆକ୍ରମଣ (Attack on Chinese Engineers in Pakistan) ହୋଇଥିବା ନେଇ ନିଶ୍ଚିତ କରିଛନ୍ତି ଘଟଣାସ୍ଥଳରେ ଉପସ୍ଥିତ ରହିଥିବା ସରକାରୀ କର୍ମଚାରୀ। "ଦି ବେଲୁଚିସ୍ତାନ ପୋଷ୍ଟ" ଏକ ଗଣମାଧ୍ୟମ ପ୍ରେସ ବିଜ୍ଞପ୍ତିକୁ ଦର୍ଶାଇ କହିଛି ଯେ ଚୀନୀ ଇଞ୍ଜିନିୟର ଙ୍କ କନଭୟ (Attacks on Chinese Engineers Convoy in Pakistan) ଉପରେ ଆକ୍ରମଣ ସକାଳ ପ୍ରାୟ ୯:୩୦ ସମୟରେ ଆକ୍ରମଣ ହୋଇଥିଲା। ଏହି ଆକ୍ରମଣ ହେବା ପରେ ପ୍ରାୟ ୨ ଘଣ୍ଟା ଧରି ଗୁଳିଗୋଳା ବିନିମୟ ଜାରି ରହିଥିଲା।



ଆକ୍ରମଣ ପାଇଁ ନିଜକୁ ଦାୟୀ କଲା ବେଲୁଚ ଲିବରେସନ ଆର୍ମୀ
ବେଲୁଚିସ୍ତାନ ପ୍ରଦେଶରେ (Balochistan Province) ଅବସ୍ଥିତ ଗ୍ୱାଦର ବନ୍ଦର (Gwadar Port) ଠାରେ ଚୀନୀ ଇଞ୍ଜିନିୟରଙ୍କ ଉପରେ ହୋଇଥିବା ଆକ୍ରମଣ ପରେ ଘଟଣାସ୍ଥଳରେ ଯାତାୟତ ବନ୍ଦ କରି ଦିଆଯାଇଛି। ସ୍ଥାନୀୟ ସରକାରୀ ଅଧିକାରୀଙ୍କ କହିବା ଅନୁସାରେ ଚୀନ ଇଞ୍ଜିନିୟରଙ୍କ ଉପରେ ହୋଇଥିବା ଆକ୍ରମଣ ଗ୍ୱାଦର ଫକୀର କଲୋନୀ ନିକଟରେ (Faqir Colony Area in Gwadar) ହୋଇଥିଲା। ବେଲୁଚ ଲିବରେସନ ଆର୍ମୀ (Balochistan Liberation Army) ଆତ୍ମଘାତୀ ଦଳ ମାଜିଦ୍ ବ୍ରିଗେଡ୍ (BLA Suicide Squad Majeed Brigade) ଚୀନ୍ ଇଞ୍ଜିନିୟରଙ୍କ ଉପରେ ହୋଇଥିବା ଆକ୍ରମଣ (BLA Attack on Chinese Engineers in Gwadar) ପାଇଁ ନିଜକୁ ଦାୟୀ କରିଛି। ଏକ ରିପୋର୍ଟ ମାଧ୍ୟମରେ କୁହାଯାଇଛି ଯେ ପାକିସ୍ତାନ ଠାରେ ଅବସ୍ଥାପିତ ଚୀନ୍ ବାଣିଜ୍ୟ ଦୂତାବାସ (Chinese Consulate in Pakistan) ବେଲୁଚିସ୍ତାନ ଏବଂ ସିନ୍ଧ ପ୍ରଦେଶ (Sindh Province) ଠାରେ ରହିଥିବା ନାଗରିକଙ୍କୁ ପରବର୍ତ୍ତୀ ଆଦେଶ ଜାରି ନ ହେବା ପର୍ଯ୍ୟନ୍ତ ସେମାନଙ୍କ ଘର ଭିତରେ ରହିବାକୁ ନିର୍ଦ୍ଦେଶ ଦେଇଛି।


ଗତ ବର୍ଷ ମେ ମାସରେ ବୁର୍ଖା ପିନ୍ଧିଥିବା ବେଲୁଚ ମହିଳା ଆତ୍ମଘାତୀ ବିସ୍ଫୋରଣକାରୀ କରାଚି ବିଶ୍ୱବିଦ୍ୟାଳୟ (Karachi University) ଠାରେ ଚୀନ୍ ଦ୍ୱାରା ନିର୍ମିତ କନଫୁସିୟସ୍ ପ୍ରତିଷ୍ଠାନ (Confucius Institute China) କର୍ମଚାରୀଙ୍କୁ ନେଇ ଯାଉଥିବା ଏକ ମିନିଟ୍ରକ ଉପରେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ୩ ଜଣ ଚୀନ୍ ନାଗରିକଙ୍କ (Attack on Chinese Citizen in Pakistan) ସମେତ ୪ ଜଣଙ୍କ ମୃତ୍ୟୁ ହୋଇଥିଲା। ମୃତକଙ୍କ ମଧ୍ୟରେ ପ୍ରାୟ ୩ ଜଣ ଶିକ୍ଷକ ରହିଥିବା କୁହାଯାଉଛି।



ପୂର୍ବରୁ ମଧ୍ୟ ଚୀନ ନାଗରିକଙ୍କ ଉପରେ ହୋଇସାରିଛି ଆକ୍ରମଣ
ଗତ ବର୍ଷ ଜୁଲାଇ ମାସରେ ଉତ୍ତର-ପଶ୍ଚିମ ପାକିସ୍ତାନରେ ଇଞ୍ଜିନିୟର (Attack on Chinese Engineers in North West Pakistan) ଙ୍କୁ ନେଇ ଯାତ୍ରା କରୁଥିବା ଏକ ବସ୍ ଉପରେ ବୋମା ମାଡ଼ କରାଯାଇଥିଲା। ଏହି ଘଟଣାରେ ୯ ଜଣ ଚୀନୀ ଶ୍ରମିକଙ୍କ (Chinese Labour Death in Pakistan) ସମେତ ମୋଟ ୧୩ ଜଣଙ୍କ ମୃତ୍ୟୁ ହୋଇଥିଲା। ଏହି ଆକ୍ରମଣ ପରେ ଚାପରେ ଆସି ପାକିସ୍ତାନ ନିହତ ଚୀନ ଶ୍ରମିକଙ୍କ ପରିବାରକୁ ଲକ୍ଷ ଲକ୍ଷ ଟଙ୍କାର କ୍ଷତିପୂରଣ ଦେଇଥିଲା। ଏହି ଆକ୍ରମଣର ତଦନ୍ତ ପାଇଁ ଚୀନ୍ ମଧ୍ୟ ନିଜ ଏକ ତଦନ୍ତକାରୀ ଦଳ ପଠାଇଥିଲା।