Pakistan Economic Crisis: ଆର୍ଥିକ ଦୃଷ୍ଟିରୁ ପାକିସ୍ତାନ ନିଜର ସବୁଠାରୁ ଖରାପ ପର୍ଯ୍ୟାୟ  (Pakistan Economic Crisis) ଦେଇ ଗତି କରୁଛି । ବୈଦେଶିକ ମୁଦ୍ରା ଭଣ୍ଡାର ହ୍ରାସ ଓ ଋଣ ଭାର ବୃଦ୍ଧି ପାକିସ୍ତାନର ଅର୍ଥନୀତି (Pakistan Economi) କୁ ଧ୍ୱଂସ କରିଦେଇଛି । ପାକିସ୍ତାନରେ ଦରଦାମ୍ ବୃଦ୍ଧି ନିୟନ୍ତ୍ରଣ ବାହାରେ ହୋଇଛି । ଏହାର ଅନୁମାନ ଏଥିରୁ ଲଗାଇପାରେ କି ପାକିସ୍ତାନରେ ବାଣିଜ୍ୟିକ ଗ୍ୟାସ ସିଲିଣ୍ଡରର ମୂଲ୍ୟ (Pakistan LPG Price) ୧୦,୦୦୦ ପାକିସ୍ତାନୀ ଟଙ୍କାରେ ପହଞ୍ଚିଛି । ପାକିସ୍ତାନ ସରକାର (Pakistan Govt) ମଧ୍ୟ ସ୍ୱୀକାର କରିଛନ୍ତି ଯେ ଦେଶର ପରିସ୍ଥିତି ଗମ୍ଭୀର ରହିଛି । ଅନେକ ଜିନିଷ ମଧ୍ୟ ପାକିସ୍ତାନରୁ ଭାରତକୁ ଆସିଥାଏ । ଏଥିମଧ୍ୟରେ ତାଜା ଫଳ, ସିମେଣ୍ଟ ଏବଂ ଚମଡ଼ା ସାମଗ୍ରୀ ସାମିଲ ରହିଛି । ଏହି ଜିନିଷଗୁଡ଼ିକର ଚାହିଦା ମଧ୍ୟ ଭାରତରେ ଅଧିକ ରହିଥାଏ । 


COMMERCIAL BREAK
SCROLL TO CONTINUE READING

୨୦୧୭ ମସିହାରେ ଭାରତ ପାକିସ୍ତାନରୁ ୪୮୮.୫ ମିଲିୟନ ଡଲାର ସାମଗ୍ରୀ ଆମଦାନୀ (India-Pakistan Trade) କରିଥିଲା । ସେଥିରେ ଡ୍ରାଇଫୁଡ୍ସ, ତରଭୁଜ ଏବଂ ଅନ୍ୟାନ୍ୟ ଫଳ ସାମିଲ ଥିଲା । ପାକିସ୍ତାନର ତାଜା ଫଳ ପାଇଁ ଏକ ବଡ଼ ବଜାର ମଧ୍ୟ ଅଛି । ରିପୋର୍ଟ ଅନୁଯାୟୀ, ୨୦୧୭ରେ ଭାରତ ପାକିସ୍ତାନରୁ ୮୯.୬୨ ମିଲିୟନ ଡଲାର (୬୩ କୋଟି) ମୂଲ୍ୟର ଫଳ ଆମଦାନୀ କରିଥିଲା । ପାକିସ୍ତାନରୁ ଆସୁଥିବା ଫଳ କାଶ୍ମୀର ଦେଇ ରାଜଧାନୀ ଦିଲ୍ଲୀ ବଜାରରେ ପହଞ୍ଚିଥାଏ ।


ଭାରତରେ ବିକ୍ରି ହେଉଥିବା ବିନାନି ସିମେଣ୍ଟ (Binani Cement) ପାକିସ୍ତାନରେ ଉତ୍ପାଦିତ ହୁଏ । ପାକିସ୍ତାନର ଲୁଣ, ଗନ୍ଧକ, ପଥର ଏବଂ ଚୂନ ମଧ୍ୟ ଭାରତରେ ବହୁତ ବିକ୍ରି ହେଉଛି । ବ୍ରତ ଉପବାସରେ ବ୍ୟବହୃତ ସୈନ୍ଧୁକ ଲୁଣ କେବଳ ପାକିସ୍ତାନରୁ ଆସିଥାଏ । ଏହା ବ୍ୟତୀତ ମୁଲତାନି ମାଟି ମଧ୍ୟ ପାକିସ୍ଥାନରୁ ଆସିଥାଏ, ଯାହା ପ୍ରସାଧନ ସାମଗ୍ରୀରେ ବ୍ୟବହୃତ ହୁଏ । ଏହା ବ୍ୟତୀତ ଆମ ଚଷମାରେ ବ୍ୟବହୃତ ଅପ୍ଟିକାଲ୍ସ ମଧ୍ୟ ପାକିସ୍ତାନରୁ ବହୁ ପରିମାଣରେ ଆସିଥାଏ । ଭାରତ ମଧ୍ୟ ପଡୋଶୀ ଦେଶରୁ କିଛି ଚିକିତ୍ସା ଉପକରଣ ଆମଦାନୀ କରିଥାଏ । ଭାରତ ମଧ୍ୟ ପାକିସ୍ତାନରୁ ବହୁ ପରିମାଣରେ ଚମଡ଼ା ସାମଗ୍ରୀ ଆମଦାନୀ କରିଥାଏ ।


ପାକିସ୍ତାନ ବହୁ ପରିମାଣରେ ଭାରତକୁ କପା ରପ୍ତାନି କରେ । ଭାରତ ମଧ୍ୟ ପାକିସ୍ତାନରୁ ଇସ୍ପାତ ଆମଦାନୀ କରେ ଓ ପଡୋଶୀ ଦେଶରୁ ତମ୍ବା ମଧ୍ୟ ବହୁ ପରିମାଣରେ ଆସେ । ପାକିସ୍ତାନ ମଧ୍ୟ ଅଣ ଜୈବ ରାସାୟନିକ ପଦାର୍ଥ, ଧାତୁ ଭାରତକୁ ରପ୍ତାନି କରେ । ଚିନିରୁ ପ୍ରସ୍ତୁତ କନଫେରେନାରୀ ଉତ୍ପାଦ ମଧ୍ୟ ପାକିସ୍ତାନରୁ ଆସିଥାଏ । ଲାହୋର କୁର୍ତ୍ତା, ପେଶୱାରୀ ଚାପଲ ମଧ୍ୟ ଭାରତରେ ବହୁତ ବିକ୍ରି ହୁଏ ।


ଅଧିକ ପଢ଼ନ୍ତୁ:-ବୃଦ୍ଧଙ୍କ ପାଇଁ ବଡ଼ ଖୁସି ଖବର; ପ୍ରତି ମାସକୁ ମିଳିବ ୩୦୦୦ ଟଙ୍କା ପେନସନ, ଟ୍ୟାକ୍ସରେ ବି ପାଇବେ ରିହାତି!


ଅଧିକ ପଢ଼ନ୍ତୁ:-ଆଫଗାନିସ୍ତାନ ଉପରେ ଅସନ୍ତୁଷ୍ଟ ଅଷ୍ଟ୍ରେଲିଆ, କ୍ଷତି ସହିବାକୁ ବି ପ୍ରସ୍ତୁତ; ଖେଳିବନି କ୍ରିକେଟ୍ ମ୍ୟାଚ୍, ଏହା ହେଉଛି ବଡ଼ କାରଣ


ଅଧିକ ପଢ଼ନ୍ତୁ:-ଗୁଡ୍ ନ୍ୟୁଜ୍! ପୁଣି ଶସ୍ତା ହେଲା ଖାଇବା ତେଲ, ହ୍ରାସ ପାଇଲା ସୋରିଷ ତେଲ ସମେତ ସମସ୍ତ ତେଲ ଦର


 


ଏହି ୧୦ଟି ଜିନିଷ ପାକିସ୍ତାନରୁ ଭାରତକୁ ଆସିଥାଏ 


୧. ଡ୍ରାଇଫୁଡ୍ସ, ତରଭୁଜ ଏବଂ ଅନ୍ୟାନ୍ୟ ଫଳ 


୨. ସିମେଣ୍ଟ 


୩. ସୈନ୍ଧୁକ ଲୁଣ 


୪. ପଥର 


୫. ଚୂନ 


୬. ଚଷମା ଅପ୍ଟିକ୍ସ 


୭. କପା


୮. ଇସ୍ପାତ 


୯. ଜୈବିକ ରାସାୟନିକ ପଦାର୍ଥ ଓ ମେଟାଲ କମ୍ପାଉଣ୍ଡ


୧୦. ଚମଡ଼ା ସାମଗ୍ରୀ