Election Symbol in Pakistan: ଚଳିତ ବର୍ଷ ଫେବୃଆରୀ ୮ ତାରିଖରେ ଅନୁଷ୍ଠିତ ହେଉଛି ପାକିସ୍ତାନ ସାଧାରଣ ନିର୍ବାଚନ। ଏନେଇ ପାକିସ୍ତାନ ନିର୍ବାଚନ ଆୟୋଗ ପକ୍ଷରୁ ପ୍ରସ୍ତୁତି ଶେଷ ହୋଇଛି।  ନିର୍ବାଚନ ଲଢୁଥିବା ବିଭିନ୍ନ ଦଳର ପ୍ରାର୍ଥୀ ସେମାନଙ୍କ ନିର୍ବାଚନ ସଂଙ୍କେତ ସହ ଜନସାଧାରଣଙ୍କ ପାଖରେ ପହଞ୍ଚି ଭୋଟ ମାଗିଛନ୍ତି। ହେଲେ କ'ଣ ଆପଣ ଜାଣିଛନ୍ତି ପାକିସ୍ତାନ ଭଳି ଦେଶରେ ରାଜନୈତିକ ଦଳକୁ କିପରି ନିର୍ବାଚନ ଚିହ୍ନ ମିଳିଥାଏ। ଆଜ୍ଞା ହଁ ପାକିସ୍ତାନ ଠାରେ ରାଜନୈତିକ ଦଳ ଅଥବା ନିର୍ବାଚନ ଲଢୁଥିବା ପ୍ରାର୍ଥୀଙ୍କୁ କବରସ୍ଥାନ ପଥ, ଗଧ ଗାଡ଼ି, ଜୋତା ଭଳି ନିର୍ବାଚନ ଚିହ୍ନ ମିଳିଥାଏ। କେବଳ ସେତିକି ନୁହେଁ ଅନ୍ୟାନ୍ୟ ନିର୍ବାଚନ ସଙ୍କେତ ମଧ୍ୟ ରହିଛି। ଯାହାକୁ ଅନେକ ପ୍ରାର୍ଥୀ ନେବାକୁ ଚାହୁଁନାହାଁନ୍ତି। ପସ୍ତୋ ଭାଷାରେ ବୋତଲ୍ ଶବ୍ଦ ଜଣେ  ମୂର୍ଖ ବ୍ୟକ୍ତିଙ୍କୁ ବୁଝାଇବା ପାଇଁ ବ୍ୟବହୃତ ହୋଇଥାଏ। ହେଲେ ୨୦୨୪ ପାକିସ୍ତାନ ସଂସଦୀୟ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଜଣେ ପ୍ରାର୍ଥୀଙ୍କୁ ବୋତଲ୍ ନିର୍ବାଚନ ସଂଙ୍କେତ ମିଳିଛି।


COMMERCIAL BREAK
SCROLL TO CONTINUE READING

ଇମ୍ରାନ ଖାନଙ୍କ ଠାରୁ ଦଳୀୟ ନିର୍ବାଚନୀ ଚିହ୍ନ ଛଡ଼ାଇ ନେଇଥିଲେ ପାକିସ୍ତାନ ନିର୍ବାଚନ ଆୟୋଗ
ଦାରିଦ୍ର, ଆତଙ୍କବାଦ ଏବଂ ରାଜନୈତିକ ଅସ୍ଥିରତା ମଧ୍ୟରେ ପାକିସ୍ତାନ ଭଳି ଦେଶରେ ଅନୁଷ୍ଠିତ ହେଉଛି ସାଧାରଣ ନିର୍ବାଚନ। ଯାହା ଉପରେ ସମଗ୍ର ବିଶ୍ୱର ନଜର ରହିଛି। ଏହି ନିର୍ବାଚନରେ ଦେଶର ପ୍ରଧାନମନ୍ତ୍ରୀ ପଦ ପାଇଁ ​​ନୱାଜ ସରିଫ ଏବଂ ବିଲାୱାଲ ଭୁଟ୍ଟୋଙ୍କ ମଧ୍ୟରେ ଲଢେଇ ଚାଲିଛି। ଯେତେବେଳେ କି ପାକିସ୍ତାନୀ ଭୋଟର ଇମ୍ରାନ ଖାନଙ୍କୁ ସେମାନଙ୍କ ପ୍ରଥମ ପସନ୍ଦ ଭାବରେ ଦେଖୁଛନ୍ତି। ହେଲେ ରାଜନୈତିକ ଷଡ଼ଯନ୍ତ୍ର ହେତୁ ଇମ୍ରାନ ଖାନ ନିର୍ବାଚନ ଲଢିବାରୁ ବାଦ ପଡ଼ିଛନ୍ତି। ଏପରିକି ନିର୍ବାଚନ ଆୟୋଗ ଗତ ମାସରେ ଇମ୍ରାନ ଖାନଙ୍କ ଦଳ ପାକିସ୍ତାନ ତେହେରିକ-ଇ-ଇନସାଫ ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗରେ ଦଳୀୟ ନିର୍ବାଚନ ପ୍ରତୀକ "କ୍ରିକେଟ୍ ବ୍ୟାଟ୍" ଛଡ଼ାଇ ନେଇଥିଲେ ଦେଶର ନିର୍ବାଚନ ଆୟୋଗ। ସେବେଠାରୁ ନିର୍ବାଚନ ପ୍ରତୀକକୁ ପାକିସ୍ତାନ ରାଜନୀତିରେ ଅନେକ ଚର୍ଚ୍ଚା ହୋଇଥିଲା।


ନିର୍ବାଚନ ଲଢୁଥିବା ପ୍ରାର୍ଥୀଙ୍କ ଅଭିଯୋଗ 
ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସମର୍ଥକ ଅମୀର ମୋଗଲଙ୍କୁ ନିର୍ବାଚନ ପ୍ରତୀକ ଭାବେ ବାଇଗଣ ମିଳିଛି। ପସ୍ତୋ ଭାଷାରେ ବୋତଲ୍ ଶବ୍ଦ ଜଣେ ମୂର୍ଖ ବ୍ୟକ୍ତିଙ୍କୁ ବୁଝାଇବା ପାଇଁ ବ୍ୟବହୃତ ହୋଇଥାଏ। ଜଣେ ପ୍ରାର୍ଥୀଙ୍କୁ ବୋତଲ୍ ନିର୍ବାଚନୀ ଚିହ୍ନ ମିଳିଛି। କେବଳ ସେତିକି ଅନେକ ପ୍ରାର୍ଥୀଙ୍କୁ ଜୋତା, ୱାଶ୍ ବେସିନ୍, ଚିମୁଟା, ପିଞ୍ଜରା, ନେଲ କଟର, ମୋବାଇଲ୍ ଫୋନ୍ ଚାର୍ଜର, ସିମ୍ କାର୍ଡ, ସ୍କ୍ରୁ, ଚାମଚ, ତାୱା, ବ୍ୟାଡ଼ମିଣ୍ଟନ ଖେଳିବା ପାଇଁ ବ୍ୟବହୃତ ହେଉଥିବା ସଟଲକକ୍ ଚିହ୍ନ ମଧ୍ୟ ମିଳିଛି। ଏଭଳି ନିର୍ବାଚନ ଚିହ୍ନ ପାଇଥିବା ପ୍ରାର୍ଥୀ ଅଭିଯୋଗ କରିଛନ୍ତି ଯେ ପାକିସ୍ତାନ ନିର୍ବାଚନ ଆୟୋଗ ଜାଣିଶୁଣି ସେମାନଙ୍କୁ ଅପମାନଜନକ ଏବଂ ଅଜବ ନିର୍ବାଚନ ପ୍ରତୀକ ଦେଇଛନ୍ତି। ଇମ୍ରାନ ଖାନଙ୍କ ଦଳ ପାକିସ୍ତାନ ତେହେରିକ-ଇ-ଇନସାଫ ପାର୍ଟି  ନିର୍ବାଚନ ପ୍ରତୀକ ବାତିଲ ହେବା ପରେ ଏହି ବିବାଦ ଆରମ୍ଭ ହୋଇଥିଲା। ଗତ ମାସରେ ତାଙ୍କ ଦଳର ପାକିସ୍ତାନ ତେହେରିକ-ଇ-ଇନସାଫ ନିର୍ବାଚନ ପ୍ରତୀକ କ୍ରିକେଟ ବ୍ୟାଟ ତାଙ୍କ ଠାରୁ ଛଡ଼ାଇ ନିଆଯାଇଥିଲା।


ଚଳିତ ବର୍ଷ ଅନୁଷ୍ଠିତ ହେଉଥିବା ପାକିସ୍ତାନ ସାଧାରଣ ନିର୍ବାଚନରେ ପାକିସ୍ତାନ ତେହେରିକ-ଇ-ଇନସାଫ ପାର୍ଟି ପକ୍ଷରୁ ନିର୍ବାଚନ ଲଢୁଥିବା ପ୍ରାର୍ଥୀ ବର୍ତ୍ତମାନ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଇମ୍ରାନ ଖାନଙ୍କ ପକ୍ଷରୁ ନିର୍ବାଚନ ଲଢୁଥିବା ପିଟିଆଇ ପ୍ରାର୍ଥୀ ଅମୀର ମୋଗଲ ତାଙ୍କୁ ମିଳିଥିବା ନିର୍ବାଚନକୁ ପ୍ରତୀକକୁ ନେଇ ଅସନ୍ତୁଷ୍ଟ ଅଛନ୍ତି। ହେଲେ ବର୍ତ୍ତମାନ ତାଙ୍କୁ ବାଇଗଣ ଚିହ୍ନରେ ନିର୍ବାଚନ ଲଢିବାକୁ ହେବ। ସାଧାରଣ ନିର୍ବାଚନ ୨୦୨୪ ପାକିସ୍ତାନ ପାଇଁ ଗୁରୁତ୍ୱପୂର୍ଣ୍ଣ। କାରଣ ଏହି ନିର୍ବାଚନ ଦେଶର ରାଜନୈତିକ ଦିଗ ସ୍ଥିର କରିବ। ଏଭଳି ପରିସ୍ଥିତିରେ ଅଜବ ନିର୍ବାଚନ ପ୍ରତୀକ ପାକିସ୍ତାନ ଭଳି ଦେଶର ଅସ୍ଥିର ରାଜନୈତିକ ପରିସ୍ଥିତିକୁ ପ୍ରତିଫଳିତ କରୁଛି।