Bilawal Bhutto Visit India: ପାକିସ୍ତାନର ବୈଦେଶିକ ମନ୍ତ୍ରୀ ବିଲାୱାଲ ଭୁଟ୍ଟୋ ଜରଦାରୀ (Bilawal Bhutto Zardari) ଭାରତ ଗସ୍ତରେ ଆସିବେ । ବିଲାୱାଲଙ୍କ ଏହି ଗସ୍ତ ଆସନ୍ତା ମାସ ଆରମ୍ଭରେ ୪ ମଇରେ ହେବ । ୨୦୧୪ ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ (Nawaz Sharif) ପରେ ଜଣେ ଶାସକ ଦଳର ପାକିସ୍ତାନୀ ନେତାଙ୍କ ଏହା ପ୍ରଥମ ଭାରତ ଗସ୍ତ ହେବ । ସରକାରୀ ସୂତ୍ର ଅନୁଯାୟୀ, ଭାରତରେ ଚାଇନାର ନେତୃତ୍ୱାଧୀନ ସାଂଘାଇ ସହଯୋଗ ସଂଗଠନ (SCO) ର ଏକ ବୈଠକ ଆସନ୍ତା ୪-୫ ତାରିଖ ଦିନ ଅନୁଷ୍ଠିତ ହେବ । ଏହି ସଂଗଠନରେ ପ୍ରଥମେ ଚୀନ୍, ଋଷ, କାଜାଖସ୍ତାନ, ଉଜବେକିସ୍ତାନ, କିର୍ଗିଜସ୍ଥାନ ଓ ତାଜିକିସ୍ତାନ ସାମିଲ ହୋଇଥିଲେ, ପରେ ଭାରତ ଓ ପାକିସ୍ଥାନ ମଧ୍ୟ ଏଥିରେ ଯୋଗ ଦେଇଥିଲେ । ଏଥର ଯେତେବେଳେ ଭାରତରେ ଅନୁଷ୍ଠିତ ହେବାକୁ ଥିବା ଏସସିଓ ବୈଠକ ସ୍ଥିର ହୋଇଥିଲା, ସେତେବେଳେ ପାକିସ୍ତାନ ଏହାକୁ ବିରୋଧ କରିଥିଲା, କିନ୍ତୁ ବର୍ତ୍ତମାନ ଏହି ବୈଠକରେ ପାକିସ୍ତାନର ବୈଦେଶିକ ମନ୍ତ୍ରୀ (Foreign Minister of Pakistan) ବିଲାୱାଲ ଭୁଟ୍ଟୋ ଅଂଶଗ୍ରହଣ କରିବେ ବୋଲି ସୂଚନା ମିଳିଛି । ସେଦିନ ସାଂଘାଇ ସହଯୋଗ ସଂଗଠନ ସଦସ୍ୟ ଦେଶଗୁଡ଼ିକର ବୈଦେଶିକ ମନ୍ତ୍ରୀମାନଙ୍କର ଏକ ସମ୍ମିଳନୀ ମଧ୍ୟ ଅନୁଷ୍ଠିତ ହେବ ।


COMMERCIAL BREAK
SCROLL TO CONTINUE READING

SCO ବୈଠକରେ ଭାଗ ନେବେ ପାକିସ୍ତାନୀ ବୈଦେଶିକ ମନ୍ତ୍ରୀ
ପାକିସ୍ତାନୀ ଗଣମାଧ୍ୟମରେ ବିଲାୱାଲଙ୍କ ଏସସିଓ ବୌଠକରେ ଅଂଶଗ୍ରହଣ ବିଷୟରେ କଳ୍ପନାଜଳ୍ପନା କରାଯାଉଥିଲା । କହିରଖୁଛୁ ଯେ ବିଲାୱାଲ ଭୁଟ୍ଟୋ ପାକିସ୍ତାନର କନିଷ୍ଠ ମନ୍ତ୍ରୀମାନଙ୍କ ମଧ୍ୟରୁ ଜଣେ । ତାଙ୍କର ବୟସ ୩୪ ବର୍ଷ । ସେ ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ଆସିଫ ଅଲି ଜରଦାରୀଙ୍କ ପୁଅ । ବିଲାୱାଲ ୨୧ ସେପ୍ଟେମ୍ବର ୧୯୮୮ ରେ ପାକିସ୍ତାନର କରାଚି ସହରରେ ଜନ୍ମଗ୍ରହଣ କରିଥିଲେ । ସେ ବିଦେଶରୁ ନିଜ ଅଧ୍ୟୟନ ସମାପ୍ତ କରିଥିଲେ । ୨୭ ଏପ୍ରିଲ ୨୦୨୨ ରେ ବିଲାୱାଲଙ୍କୁ ଦେଶର ୩୭ ତମ ବୈଦେଶିକ ମନ୍ତ୍ରୀ ଭାବରେ ନିଯୁକ୍ତ କରାଯାଇଥିଲା । ସେ ଯେଉଁ ପାର୍ଟିରେ ଅଛନ୍ତି, ତାହାର ନାମ ହେଉଛି 'ପାକିସ୍ତାନ ପିପୁଲ୍ସ ପାର୍ଟି' ।


ଭୁଟ୍ଟୋ ପ୍ରାୟତ 'ବିଷ ଓଗାଳନ୍ତି' ବିଲାୱାଲ ଭୁଟ୍ଟୋ 
ତାଙ୍କର 'ଭାରତ ବିରୋଧୀ' ଭାଷଣ ଯୋଗୁଁ ବିଲାୱାଲ ଭୁଟ୍ଟୋ ପାକିସ୍ତାନ ରାଜନୀତିରେ ମୁଖ୍ୟ ଖବର ପାଲଟିଥାନ୍ତି । ସେ ବର୍ଷ ବର୍ଷ ଧରି କାଶ୍ମୀରକୁ ନେଇ ଭାରତ ବିରୁଦ୍ଧରେ କଟୁ ମନ୍ତବ୍ୟ ଦେଇ ଆସୁଛନ୍ତି । ମିଳିତ ଜାତିସଂଘରେ ସେ ବାରମ୍ବାର କାଶ୍ମୀର ବିଳାପ କରିଥିଲେ । ତେବେ ସେଠାରେ ଥିବା ଭାରତୀୟ ପ୍ରତିନିଧୀ ତାଙ୍କୁ ପ୍ରତ୍ୟେକ ଥର ଉପଯୁକ୍ତ ଭାଷାରେ ପ୍ରତିକ୍ରିୟା ଦେଇଥିଲେ ।


୨୦୧୪ ରେ ପ୍ରଥମ ଥର ପାଇଁ ଶପଥ ଗ୍ରହଣ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତ ଓ ପାକିସ୍ଥାନ ମଧ୍ୟରେ ସମ୍ପର୍କକୁ ସୁଦୃଢ଼ କରିବାକୁ ଚେଷ୍ଟା କରିଥିଲେ । ସେ ଶପଥ ଗ୍ରହଣ ଉତ୍ସବରେ ପାକିସ୍ତାନୀ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କୁ ନିମନ୍ତ୍ରଣ କରିଥିଲେ । ଏହା ପରେ, ୨୦୧୫ ମସିହାରେ, ପ୍ରଧାନମନ୍ତ୍ରୀ ମୋଦି ହଠାତ୍ ପାକିସ୍ତାନରେ ପହଞ୍ଚି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରାଇଥିଲେ । ସେ ନୱାଜ ସରିଫଙ୍କ ନାତୁଣୀ ମେହେରୁନିସାଙ୍କୁ ତାଙ୍କ ବିବାହରେ ଆଶୀର୍ବାଦ ଦେଇଥିଲେ ଓ ନୱାଜ ସରିଫଙ୍କୁ ତାଙ୍କ ଜନ୍ମଦିନରେ ଶୁଭକାମନା ମଧ୍ୟ କରିଥିଲେ । କିନ୍ତୁ ୧୮ ସେପ୍ଟେମ୍ବର ୧୦୧୬ ପରେ କାଶ୍ମୀରର ଉରିରେ ଥିବା ଏକ ଭାରତୀୟ ସେନା ଶିବିରରେ ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନ ସହ ସମ୍ପର୍କ ଖରାପ ହେବାକୁ ଲାଗିଲା । ପୁଲୱାମା ଆକ୍ରମଣ ପରେ ଦୁଇଦେଶ ମଧ୍ୟରେ ସମ୍ପର୍କ ଖରାପ ହୋଇଯାଇଥିଲା ।


ଏହା ବି ପଢ଼ନ୍ତୁ: National Quantum Mission: ନେସନାଲ କ୍ୱାଣ୍ଟମ୍ ମିଶନ୍ କ’ଣ? ଯାହାକୁ ଆଜି ଅନୁମୋଦନ କରିଛି କେନ୍ଦ୍ର କ୍ୟାବିନେଟ୍