Pakistan School Girls Viral Video: ସଦ୍ୟ ପାକିସ୍ତାନର ଏକ ବିଦ୍ୟାଳୟର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଗୋଟିଏ ବିଦ୍ୟାଳୟର ଛାତ୍ରୀଙ୍କ କାରନାମା ସମ୍ପର୍କରେ ଦେଖିବାକୁ ମିଳୁଛି। ପାକିସ୍ତାନର ଏହି ବିଦ୍ୟାଳୟର ଭିଡିଓ ସାମ୍ନାକୁ ଆସିବା ପରେ ସୋସିଆଲ ମିଡିଆରେ ବହୁଳ ଭାବରେ ଟ୍ରେଣ୍ଡ କରୁଛି। ଲୋକେ ଏହି ଭାଇରାଲ ଭିଡ଼ିଓ ସମ୍ପର୍କରେ ଜାଣିବାକୁ ଆଗ୍ରହୀ ହୋଇ ଉଠିଛନ୍ତି। ଏହି ଭିଡିଓ କେଉଁ ଘଟଣା ସହ ଜଡ଼ିତ ଏବଂ କାହିଁକି ଭାଇରାଲ ହେବାରେ ଲାଗିଛି ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।


COMMERCIAL BREAK
SCROLL TO CONTINUE READING

ଭାଇରାଲ ଭିଡ଼ିଓ (Viral Video) ପାକିସ୍ତାନ (Pakistan) ଲାହୋର (Lahore) ଠାରେ ଅବସ୍ଥିତ ସ୍କାର୍ସଡେଲ ଆମେରିକୀୟ ଇଣ୍ଟରନ୍ୟାସନାଲ ସ୍କୁଲ (Scarsdale American International School) ନାମକ ବିଦ୍ୟାଳୟର ବୋଲି ଜଣାପଡ଼ିଛି। ଯେଉଁଥିରେ ଦେଖିବାକୁ ମିଳିଛି ଦଳେ ଛାତ୍ରୀ ସେମାନଙ୍କର ଜଣେ ସହପାଠୀଙ୍କୁ ନିର୍ଯାତନା ଦେଉଥିବାର ଦେଖିବାକୁ ମିଳୁଛି। ଛାତ୍ରୀଙ୍କ ଏହି ଗୋଷ୍ଠୀ ଅନ୍ୟ ଜଣେ ଛାତ୍ରୀଙ୍କୁ ଧରିନେବା ପରେ ତାଙ୍କୁ ତଳେ ପକାଇ ଦେଉଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ତାଙ୍କ ଉପରେ ଆସି ବସି ଯାଉଛନ୍ତି। ଏହା ପରେ ସେମାନେ ତାଙ୍କ ଟୁଟି ଟାଣୁଛନ୍ତି। ସେମାନ ତାଙ୍କୁ ଦୁର୍ବ୍ୟବହାର କରିବା ସହ ଭୁଲ ମାଗିବାକୁ କହୁଥିବାର ଦେଖିବାକୁ ମିଳୁଛି। 



ସହପାଠୀଙ୍କୁ ନିର୍ଯାତନା ଦେଉଥିବା ସେହି ବାଳିକାଙ୍କ ଗୋଷ୍ଠୀ ତାଙ୍କ ଉପରେ ରାଗି ଯାଇଥିଲେ। କାରଣ ସେ ମଦ୍ୟପାନ କରିବାକୁ ଏବଂ ସେମାନଙ୍କ ସହ ଡ୍ରଗ୍ ନେବାକୁ ମନା କରିଦେଇଥିଲେ। ଜଣେ ଛାତ୍ରୀ ପୀଡିତାଙ୍କ ମୁଣ୍ଡକୁ ଗୋଇଠା ମାରି ଦେଇଥିଲେ। ଏହି ସମୟରେ ତାଙ୍କର ଜଣେ ସାଥୀ ମୋବାଇଲ୍ ଫୋନ୍ ସହିତ ପୁରା ଘଟଣାର ଭିଡିଓ ପ୍ରସ୍ତୁତ କରି ଚାଲିଥିଲେ। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ପୀଡିତାଙ୍କ ପିତାମାତା ଏହି ମାମଲାରେ ପାକିସ୍ତାନ ପୋଲିସ ନିକଟରେ ଅଭିଯୋଗ ଦାଖଲ କରିଛନ୍ତି। 


ଲାହୋରସ୍ଥିତ ସ୍କାର୍ସଡେଲ ଆମେରିକୀୟ ଇଣ୍ଟରନ୍ୟାସନାଲ ସ୍କୁଲ ଠାରେ ଘଟିଥିବା ଏହି ଘଟଣାକୁ ଲୋକେ ଗରୁତର ସହ ନେଇଛନ୍ତି। ଏହି ଘଟଣାର ଭିଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି। ଏନେଇ ପ୍ରତିକ୍ରିୟା ରଖି ସେମାନେ କହିଛନ୍ତି ଯେ ବଡ ବିଦ୍ୟାଳୟରେ ଆଡମିଶନ ନେଇଗଲେ ସଂସ୍କାର ଆସେନାହିଁ। ଏ ପର୍ଯ୍ୟନ୍ତ ପାକିସ୍ତାନ ଶିକ୍ଷା ମନ୍ତ୍ରୀ କିମ୍ବା କୌଣସି ପ୍ରମୁଖ ଶିକ୍ଷା ଅଧିକାରୀଙ୍କ ଦ୍ୱାରା ଏହି ଘଟଣା ସମ୍ପର୍କରେ କୌଣସି ପ୍ରତିକ୍ରିୟା ରଖା ଯାଇନାହିଁ।