Pakistan Airlines, କରାଚି: ପାକିସ୍ତାନ ଅନ୍ତର୍ଜାତୀୟ ଏୟାରଲାଇନ (PIA)ପକ୍ଷରୁ ଏକ ଅଜବ ନିୟମ ଜାରି କରାଯାଇଛି। ତେବେ ଏହା ଯାତ୍ରୀଙ୍କ ପାଇଁ ନୁହଁ ବରଂ ତାର କ୍ୟାବିନ୍ କ୍ରିୟୁ ସଦସ୍ୟଙ୍କ ପାଇଁ ଉଦ୍ଧିଷ୍ଟ। ମିଡିଆ ରିପୋର୍ଟ ଅନୁସାରେ, PIA ଦ୍ୱାରା ଜାରି ଏକ ନିର୍ଦ୍ଦେଶନାମାରେ କୁହାଯାଇଛି ଯେ, ଏହାର କ୍ରିୟୁ ମେମ୍ବରମାନେ ନିଜର ପୋଷାକକୁ ନେଇ ଯତ୍ନବାନ ହେବେ। ତେବେ ଏୟାରଲାଇନ ବିଶେଷ କରି ଅନ୍ତବସ୍ତ୍ରକୁ ଅଧିକ ଗୁରୁତ୍ୱ ଦେଇଛି। କ୍ରିୟୁଙ୍କର ଅଶାଳୀନ ପୋଷାକ ପିନ୍ଧିବା ଶୈଳୀ ଯୋଗୁଁ ସଂସ୍ଥାର ଇମେଜ ଖରାପ ହେଉଥିବା PIA କହିଛି। 


COMMERCIAL BREAK
SCROLL TO CONTINUE READING

ଏୟାରଲାଇନର କ୍ରିୟୁଙ୍କ ପୋଷାକକୁ ନେଇ କ୍ଷୁବ୍ଧ ହୋଇଛି ପାକିସ୍ତାନ ଏୟାରଲାଇନ। PIAର କ୍ରିୟୁମାନେ କିପରି ପୋଷାକ ପିନ୍ଧିବେ ସେ ନେଇ ଏକ ନିୟମ ତିଆରି କରାଯାଇଛି। କେବଳ ଡ୍ୟୁଟି ସମୟରେ ନୁହଁ ବରଂ ବାହାରେ ମଧ୍ୟ କ୍ରିୟୁଙ୍କୁ ଏହି ନିୟମ ପାଳନ କରିବାକୁ ପଡିବ। କ୍ରିୟୁ ମେମ୍ବରଙ୍କୁ ଅନ୍ତବସ୍ତ୍ର ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ତେବେ ଏହା ଉଭୟ ପୁରୁଷ ଓ ମହିଳା କ୍ରିୟୁଙ୍କ ପାଇଁ ଲାଗୁ ହେବ। PIA ଦାବି କରିଛି ଯେ, ଏୟାର ଆଟେଣ୍ଡାଣ୍ଟଙ୍କ ଅଶାଳୀନ ପୋଷାକ ପାଇଁ ଏୟାରଲାଇନ ଉପରେ ଖାରପ ପ୍ରଭାବ ପକାଉଛି। ଏହା ବ୍ୟତୀତ ଲୋକଙ୍କ ମଧ୍ୟରେ ଏକ ନକରାତ୍ମକ ଛାପ ମଧ୍ୟ ଛାଡୁଛି।  


Also Read: Cost-cutting: ସଙ୍କଟରେ ସାମ୍ବାଦିକତା ପେଶା! ବନ୍ଦ ହେବାକୁ ଯାଉଛି ଏହି ଦୁଇଟି ସଂସ୍ଥା


କର୍ମଚାରୀଙ୍କ ପାଇଁ ଜାରି ନିର୍ଦ୍ଦେଶନାମାନ ନେଇ PIAର ମହାନିର୍ଦ୍ଦେଶକ ଆମିର ବାସିର କହିଛନ୍ତି, "ଦେଖାଯାଉଛି ଯେ କିଛି କ୍ୟାବିନ କ୍ରିୟୁ ମେମ୍ବର ଟ୍ରାଭେଲିଂ, ହୋଟେଲରେ ରହିବା ତଥା ଅନ୍ୟ କୌଣସି ସ୍ଥାନରେ ବୁଲିବା ବେଳେ କାଜୁଆଲ ଡ୍ରେସ ପିନ୍ଧୁଛନ୍ତି। ଫଳରେ ଦେଖଣାହାରୀଙ୍କ ଉପରେ ତାହାର ଖବାପ ପ୍ରଭାବ ପଡୁଛି ଓ ଏକ ନକରାତ୍ମକ ଛବି ମଧ୍ୟ ସୃଷ୍ଟି କରୁଛି। ତେବେ ଏହା କେବଳ ବ୍ୟକ୍ତି ନୁହଁ ଅନୁଷ୍ଠାନ ପାଇଁ ମଧ୍ୟ ଖରାପ।" ତବେ କ୍ରିୟୁଙ୍କୁ ଉପଯୁକ୍ତ ଫର୍ମାଲ ପୋଷାକ ସହ ଉପଯୁକ୍ତ ଅନ୍ତ୍ରବସ୍ତ୍ର ପିନ୍ଧିବାକୁ ବାସିର ନିର୍ଦ୍ଦେଶ ଦେବା ସହ ସୃଜନଶୀଳ ପୋଷାକ ପରିଧାନ କରିବା ପାକିସ୍ତାନର ସଂସ୍କୃତି ଓ ଜାତୀୟ ନୈତିକତା ବୋଲି କହିଛନ୍ତି।


କେବଳ ଏତିକି ନୁହଁ କ୍ୟାବିନ କ୍ରିୟୁଙ୍କ ଉପରେ ୨୪ ଘଣ୍ଟା ନଜର ରଖାଯିବ। ଏଥିପାଇଁ ଗ୍ରୁମିଂ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଗ୍ରୁମିଂ କର୍ମଚାରୀମାନେ କ୍ୟାବିନ କ୍ରିୟୁଙ୍କ ଉପରେ ସବୁବେଳେ ନଜର ରଖିବେ। ଯଦି କେହି ନିୟମ ଉଲ୍ଲଙ୍ଘନ କରନ୍ତି ତେବେ ସେମାନେ ସେହି ବାବଦରେ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଇବେ। PIA ହେଉଛି ପାକିସ୍ତାନର ଜାତୀୟ ଏୟାରଲାଇନ। ଏହା ସରକାରଙ୍କ ବିମାନ ଚଳାଚଳ ମନ୍ତ୍ରାଳୟ ଦ୍ୱାରା ପରିଚାଳିତ ହୋଇଥାଏ। PIA ପାକିସ୍ତାନରେ ଘରୋଇ ଓ ଅନ୍ତର୍ଜାତୀୟ ସେବା ପ୍ରଦାନ କରିଥାଏ।


Also Read: Orissa High Court: ଜଷ୍ଟିସ୍ ଯସୱନ୍ତ ସିଂହଙ୍କ ପାଇଁ ଚ୍ୟାଲେଞ୍ଜ 'ସଂଖ୍ୟା'! ୩୩% ପଦବି ଫାଙ୍କା, ୨୨ରେ ମାତ୍ର ଜଣେ ମହିଳା


କିଛି ଦିନ ତଳେ PIA ଚର୍ଚ୍ଚାକୁ ଆସିଥିଲା। ଜଣେ ଯାତ୍ରୀ ବିମାନର ଝରକା ଭାଙ୍ଗିବା ପାଇଁ ଚେଷ୍ଟା କରିଥିଲେ। ଯାହାର ଭିଡିଓ ଖୁବ ଭାଇରାଲ ହୋଇଥିଲା। କୁହାଯାଉଛି ଯେ, ବିମାନରେ ନମାଜ ପଠିବାକୁ ମନା କରିବାକୁ ଉତ୍ୟକ୍ତ ହୋଇ ଝରକା କାଚ ଭାଙ୍ଗୁଥିଲେ। ପ୍ରଥମେ ବିମାନରେ ନମାଜ ନ ପଢିବାପାଇଁ କ୍ରିୟୁ ମେମ୍ବର ମନା କରିଥିଲେ। ପରେ ଯୁବକ ଜଣକ ନିଜ ସିଟରେ ବସିଥିଲେ। ଓ ହଠାତ ଏଭଳି ଉନ୍ମୁକ୍ତ କାଣ୍ଡ ଘଟାଇଥିଲେ। PIA ବିମାନଟି ପେସାୱାରରୁ ଦୁବାଇ ଯାଉଥିଲା। ୨୦୧୯ରେ କ୍ୟାବିନ କ୍ରିୟୁଙ୍କୁ ଓଜନ ହ୍ରାସ କରିବାକୁ ନିର୍ଦ୍ଦେଶ ଦେଇ PIA ଚର୍ଚ୍ଚାକୁ ଆସିଥିଲାଯ