Shah Mahmood Qureshi Arrested by Pakistan Police: ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ନେଇ ବିଭିନ୍ନ ସମୟରେ ସରଗରମ ହୋଇଉଠିଛି ପାକିସ୍ତାନ ରାଜନୀତି। କେବଳ ଇମ୍ରାନ ଖାନ ନୁହେଁ ବରଂ ତାଙ୍କ ଦଳ ପାକିସ୍ତାନ ତେହେରିକ ଇ ଇନସାଫ ଲାଗି ମଧ୍ୟ ସମସ୍ୟା ବଢିଯାଇଛି। ଏହି କ୍ରମରେ ଇମ୍ରାନ ଖାନଙ୍କ ନିକଟତମ ସହଯୋଗୀ ତଥା ତାଙ୍କ ଦଳର ଉପାଧ୍ୟକ୍ଷ ଶାହ ମହମୁଦ କ୍ୟୁରେଶୀଙ୍କୁ ଅଦିୟାଲା ଜେଲ ବାହାରେ ବୁଧବାର ଗିରଫ କରାଯାଇଛି। ଶାହ ମେହମୁଦ କ୍ୟୁରେଶୀଙ୍କୁ ଧକ୍କା ରାୱଲପିଣ୍ଡି ପୋଲିସ ଜେଲ୍ ପଠାଇଛି। ଗତ ସପ୍ତାହରେ ପାକିସ୍ତାନୀ ସୁପ୍ରିମକୋର୍ଟ ତାଙ୍କୁ ସିଫର ମାମଲାରେ ଜାମିନ ପ୍ରଦାନ କରିଥିଲେ। ଯେତେବେଳେ ଶାହ ମହମୁଦ କ୍ୟୁରେଶୀ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଥିଲେ, ସେତେବେଳେ ସେ ନିଜର ଭାରତ ବିରୋଧି ବୟାନବାଜି ପାଇଁ ଚର୍ଚ୍ଚାରେ ରହୁଥିଲେ। ବର୍ତ୍ତମାନ ତାଙ୍କ ଅବସ୍ଥା ଗୁରୁତର ହୋଇଉଠିଛି।


COMMERCIAL BREAK
SCROLL TO CONTINUE READING

ଧକ୍କା ମାରି ଜେଲ ନେଇଗଲା ପୋଲିସ 
ଏହି ଘଟଣା ସମ୍ପର୍କିତ ଖବର ଟିଭି ଚ୍ୟାନେଲ ଦ୍ୱାରା ପ୍ରସାରିତ ହୋଇସାରିଛି। ଏପରିକି ଏହାର ଏକ ଭିଡ଼ିଓ ପାକିସ୍ତାନ ତେହେରିକ ଇନସାଫ ପକ୍ଷରୁ ଏହାର ସୋସିଆଲ ମିଡ଼ିଆ ହ୍ୟାଣ୍ଡେଲ ଜରିଆରେ ସେୟାର କରାଯାଇଛି। ପାକିସ୍ତାନ ଗଣମାଧ୍ୟମ ଡନ୍‌ ରିପୋର୍ଟ ଅନୁଯାୟୀ ୬୭ ବର୍ଷୀୟ ପୂର୍ବତନ ବୈଦେଶିକ ମନ୍ତ୍ରୀ ଶାହ ମହମୁଦ କ୍ୟୁରେଶୀଙ୍କୁ ପୋଲିସ ଠେଲାପେଲେ କରି ଜେଲ ନେଇଯାଇଥିଲା। ଯାହାର ଭିଡ଼ିଓ ଖୁବ ଭାଇରାଲ ହେବାରେ ଲାଗିଛି। ଯାହା ସ୍ପଷ୍ଟ ଭାବରେ ଦେଖାଯାଉଛି। ଶାହ ମହମୁଦ କ୍ୟୁରେଶୀ ପୋଲିସ ପକ୍ଷରୁ ଗ୍ରହଣ କରାଯାଉଥିବା କାର୍ଯ୍ୟାନୁଷ୍ଠାନକୁ ବେଆଇନ ବୋଲି କହୁଛନ୍ତି। ହେଲେ ପାକିସ୍ତାନ ପୋଲିସ ଦେଶର ପୂର୍ବତନ ବୈଦେଶିକ ମନ୍ତ୍ରୀଙ୍କ ବିରୋଧରେ ଗ୍ରହଣ କରାଯାଇଥିବା କାର୍ଯ୍ୟାନୁଷ୍ଠାନକୁ ଆଇନଗତ ବୋଲି କହିଛି। ଠେଲେପେଲା ମଧ୍ୟରେ ପୋଲିସ ଶେଷରେ ଶାହ ମହମୁଦ କ୍ୟୁରେଶୀଙ୍କୁ ଗିରଫ କରିଥିଲା। ଏହି ଘଟଣାରେ ଭାଇରାଲ ହୋଇଥିବା ଭିଡିଓ ଦର୍ଶାଉଛି ଯେ ପୋଲିସ ୟୁନିଫର୍ମ ପିନ୍ଧିଥିବା ଜଣେ ଅଧିକାରୀ ତାଙ୍କୁ ଏକ ସଶସ୍ତ୍ର ଗାଡି ଭିତରକୁ ଠେଲି ଦେଉଥିବାର ନଜର ଆସିଛନ୍ତି। ଏନେଇ ତାଙ୍କ ଦଳ ପାକିସ୍ତାନ ତେହେରିକ ଇନସାଫ ପକ୍ଷରୁ ଜାରି ହୋଇଥିବା ବିବୃତ୍ତିରେ କୁହାଯାଇଛି ଯେ ସିଫର ମାମଲାରେ ଜାମିନ ମଞ୍ଜୁର ହେବା ପରେ ମଧ୍ୟ ଅଦିୟାଲା ଜେଲ ପରିସରରେ ଶାହ ମହମୁଦ କ୍ୟୁରେଶୀଙ୍କୁ ପୁଣି ଥରେ ଗିରଫ କରାଯାଇଛି।



ସୁପ୍ରିମକୋର୍ଟ ଆଦେଶର ଉପହାସ
ପାକିସ୍ତାନ ତେହେରିକ ଇ ଇନସାଫ ପକ୍ଷରୁ କୁହାଯାଇଛି ଯେ ଶାହ ମହମୁଦ କ୍ୟୁରେଶୀଙ୍କୁ ୧୫ ଦିନ ପାଇଁ ଜାରି ହୋଇଥିବା ଆଦେଶ ଗତ ମଙ୍ଗଳବାର ପ୍ରତ୍ୟାହାର କରି ନିଆଯାଇଥିଲା। ଏହି ଆଦେଶ ରାୱଲପିଣ୍ଡି ଡେପୁଟି କମିଶନର ହାସନ ୱାକର ଖେମାଙ୍କ ପକ୍ଷରୁ ଜାରି ହୋଇଥିଲା। ଏହି ପ୍ରସଙ୍ଗରେ ପୋଲିସ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଦେଇନାହିଁ। ପୋଲିସ ତାଙ୍କୁ ଗିରଫ କରୁଥିବା ବେଳେ ଠେଲାପେଲା ହୋଇଥିଲା। ଏନେଇ ପିଟିଆଇ ନେତା ଲଗାତାର ଭାବେ କହି ଆସୁଛନ୍ତି ଯେ ତାଙ୍କୁ ବେଆଇନ ଭାବେ ଗିରଫ କରାଯାଉଛି। ଶାହ ମହମୁଦ କୁରେଶି କହିଛନ୍ତି ଯେ ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶକୁ ପୋଲିସ ପରିହାସ କରୁଛି ଏବଂ କ୍ରୁରତା ଏବଂ ଅନ୍ୟାୟ ଚରମ ସୀମାରେ ପହଞ୍ଚିଛି।


ଇମ୍ରାନ ଖାନଙ୍କ ନିକଟତମ ସହଯୋଗୀ ହେଉଛନ୍ତି ଶାହ ମହମୁଦ କ୍ୟୁରେଶୀ
ମିଥ୍ୟା ମାମଲାରେ ସେମାନେ ମୋତେ ପୁଣି ଥରେ ପୋଲିସ ଗିରଫ କରିଛି ବୋଲି କହିଛନ୍ତି ଶାହ ମହମୁଦ କ୍ୟୁରେଶୀ। ମୁଁ ଦେଶର ପ୍ରତିନିଧିତ୍ୱ କରୁଛି, ମୁଁ ନିର୍ଦ୍ଦୋଷ ଏବଂ ମୋତେ ବିନା କାରଣରେ ରାଜନୈତିକ ପ୍ରତିଶୋଧ ନେବା ପାଇଁ ଟାର୍ଗେଟ କରାଯାଇଛି। ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଶୁକ୍ରବାର ଦିନ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏବଂ ତାଙ୍କ ଘନିଷ୍ଠ ସହଯୋଗୀ ଶାହ ମହମୁଦ କ୍ୟୁରେଶୀଙ୍କୁ ସିଫର ମାମଲାରେ ଜାମିନ ପ୍ରଦାନ କରିଛନ୍ତି। ପାକିସ୍ତାନ ସୁପ୍ରିମୋକୋର୍ଟ ଉଭୟଙ୍କୁ ସିଫର ମାମଲାରେ ୧୦-୧୦ ଲକ୍ଷ ଟଙ୍କା ଜମାନତ ରାଶି ଜମା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।