ପଞ୍ଜାବ: ରାଜନୈତିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନରୁ ପତ୍ୟେକ ଦିନ କୌଣସି ନା କୌଣସି ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସୁଛି। ଇସଲାମାବାଦରେ ସରକାର ପରିବର୍ତ୍ତନ ହୋଇଥିବା ବେଳେ ଏବେ ପ୍ରାନ୍ତୀୟ ସରକାର ଉପରେ PMLNର ନଜର ରହିଛି। ଏହାରି ମଧ୍ୟରେ ଜଣେ ବିଧାୟକଙ୍କ ଭିଡିଓ ଭାଇରାଲ ହୋଇଛି। 


COMMERCIAL BREAK
SCROLL TO CONTINUE READING

ଶନିବାର ପଞ୍ଜାବ ବିଧାନସଭା ଅଧିବେଶନ ବେଳେ ଶାସକ ଓ ବିରୋଧି ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା। ବିତର୍କରୁ କଥା ହାତାହାତି ପର୍ଯ୍ୟନ୍ତ ଯାଇଥିଲା। ଏପରିକି ମାର୍ଶଲ ଓ ପୋଲିସଙ୍କୁ ମଧ୍ୟ ବିଧାୟକମାନେ ଆକ୍ରମଣ କରିବାକୁ ପଛାଇନଥିଲେ। ଏହି ଘଟଣାରେ ପୋଲିସ ଖୁବଶୀଘ୍ର ଅଭିଯୁକ୍ତ ବିଧାୟକଙ୍କୁ ଗିରଫ କରିପାରେ ବୋଲି ସୂଚନା ମିଳିଛି।


Also Read: ପାକିସ୍ତାନ ଅଧିକୃତ କାଶ୍ମୀରରେ ନୂଆ ପ୍ରଧାନମନ୍ତ୍ରୀ, ଭାରତ ନେଲା ଏମିତି କାର୍ଯ୍ୟାନୁଷ୍ଠାନ


ଅନ୍ୟପଟେ PMLN ବିଧାୟକ ମୁହମଦ ଜାମିଲ ଚର୍ଚ୍ଚାର ବିଷୟବସ୍ତୁ ପାଲଟିଛନ୍ତି। ଜାମିଲଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି। ପିଟିଆଇ ନେତାମାନେ ମଧ୍ୟ ଭିଡିଓଟିକୁ ବିପୁଳ ମାତ୍ରାରେ ସେୟାର କରୁଛନ୍ତି। ଗୋଟିଏପଟେ ବିଧାନସଭା ଭିତରେ ହିଂସାକାଣ୍ଡ ଓ ଆଲୋଚନା ଭିତରେ ବିଧାୟକଙ୍କ ଶୟନ ଦୃଶ୍ୟ, ଅନ୍ୟପଟେ ବିଧାୟକଙ୍କ ରମ୍ପାରମ୍ପି ଭିଡିଓ ପାକିସ୍ତାନ ରାଜନୀତିକୁ ସରଗରମ କରିଛି।


ବାସ୍ତବରେ ଗତ ଶନିବାର ପଞ୍ଜାବ ବିଧାନସଭା ଗୃହରେ ହୋହାଲ୍ଲା ହୋଇଥିଲା। ଏହି ସମୟରେ ଅଧିକାଂଶ ବିଧାୟକ ଗୃହର ମଧ୍ୟ ଭାଗକୁ ଯାଇ ପାଟିତୁଣ୍ଡ କରିବା ସହ ହାତାହାତି ହୋଇଥିଲେ। କିନ୍ତୁ PMLN ବିଧାୟକ ମୁହମଦ ଜାମିଲ ନିଜ ସିଟରେ ବସି ରହିଥିଲେ। ଆଉ ସେ ନିଜ କୁର୍ତ୍ତାକୁ ଟେକି ପେଟ କୁଣ୍ଡାଇ ହେଉଥିଲେ। ବିଧାୟକଙ୍କ ପେଟ କୁଣ୍ଡାଇ ହେବା ଭିଡିଓକୁ କେହି ଜଣେ ସୋସିଆଲରେ ସେୟାର କରିଛନ୍ତି।