ପାକିସ୍ତାନ ଅଧିକୃତ କାଶ୍ମୀରରେ ନୂଆ ପ୍ରଧାନମନ୍ତ୍ରୀ, ଭାରତ ନେଲା ଏମିତି କାର୍ଯ୍ୟାନୁଷ୍ଠାନ
Advertisement
Article Detail0/zeeodisha/odisha1157318

ପାକିସ୍ତାନ ଅଧିକୃତ କାଶ୍ମୀରରେ ନୂଆ ପ୍ରଧାନମନ୍ତ୍ରୀ, ଭାରତ ନେଲା ଏମିତି କାର୍ଯ୍ୟାନୁଷ୍ଠାନ


ପାକିସ୍ତାନ ଅଧିକୃତ କାଶ୍ମୀରରେ ଚାଲିଲାନି ଇସଲାମାବାଦ ଚାଲ, ବାଜି ମାରିନେଲେ ଇମ୍ରାନ ଖାନ। ନୂଆ ନିର୍ବାଚନରେ ପିଟିଆଇ ନେତା ଇଲିୟାସ ୩୩ ଭୋଟ ପାଇଥିଲେ। ନିଆଜୀଙ୍କ ପାର୍ଟି ପିଟିଆଇର ୨୫ ଜଣ ଜନପ୍ରତିନିଧି ତାଙ୍କ ବିରୋଧରେ ଏକ ଅବିଶ୍ୱାସ ପ୍ରସ୍ତାବ ଉପସ୍ଥାପନ କରିବା ପରେ ସେ ଇସ୍ତଫା ଦେଇଥିଲେ।

ସୌ- ସୋସିଆଲ ମିଡିଆ

ଇସଲାମାବାଦ: ପାକିସ୍ତାନର ଅସ୍ଥିର ରାଜନୀତିରେ ଏକ ନୂଆ ମୋଡ ଆସିଛି। ଅନାସ୍ଥା ପ୍ରସ୍ତାବରେ ଇସଲାମାବାଦ ହରାଇଥିବା ଇମ୍ରାନ ଖାନ ଏବେ ପାକିସ୍ତାନ ଅଧିକୃତ କାଶ୍ମୀର କବଜା କରିଛନ୍ତି। ସର୍ଦ୍ଦାର ତନବୀର ଇଲିୟାସ୍, ପାକିସ୍ତାନ ଅଧିକୃତ କାଶ୍ମୀରର ନୂଆ ପ୍ରଧାନମନ୍ତ୍ରୀ ହୋଇଛନ୍ତି। ସର୍ଦ୍ଦାର ଅବ୍ଦୁଲ କାୟ୍ୟୁମ ନିୟାଜୀଙ୍କ ଇସ୍ତଫା ପରେ ଇଲିୟାସଙ୍କୁ ପିଟିଆଇ ଦଳର ପ୍ରାର୍ଥୀ ଭାବରେ ମନୋନୀତ କରିଥିଲେ। 

ଗତ ମାସରେ ଇସଲାମାବାଦ (Islamabad) ରେ ଯେଉଁ ସଙ୍କଟ ଦେଖା ଦେଇଥିଲା ତାହା ପାକିସ୍ତାନ ଅଧିକୃତ କାଶ୍ମୀରରେ ମଧ୍ୟ ଦେଖିବାକୁ ମିଳିଥିଲା। ପିଟିଆଇ ନେତା ତଥା ତତ୍କାଳୀନ ପିଓକେ ପ୍ରଧାନମନ୍ତ୍ରୀ ସର୍ଦ୍ଦାର ଅବ୍ଦୁଲ କାୟ୍ୟୁମ ନିୟାଜୀଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଆସିଥିଲା। ନୂଆ ନିର୍ବାଚନରେ ପିଟିଆଇ ନେତା ଇଲିୟାସ ୩୩ ଭୋଟ ପାଇଥିଲେ। ନିଆଜୀଙ୍କ ପାର୍ଟି ପିଟିଆଇର ୨୫ ଜଣ ଜନପ୍ରତିନିଧି ତାଙ୍କ ବିରୋଧରେ ଏକ ଅବିଶ୍ୱାସ ପ୍ରସ୍ତାବ ଉପସ୍ଥାପନ କରିବା ପରେ ସେ ଇସ୍ତଫା ଦେଇଥିଲେ।

Also Read: ସରକାର ନେଲେ ବଡ଼ ନିଷ୍ପତ୍ତି, ଏଣିକି ମାସ୍କ ପିନ୍ଧିବା ହେଲା ବାଧ୍ୟତାମୂଳକ

ଶାସକ ଦଳରେ ତାଙ୍କ ବିରୋଧରେ ବିଦ୍ରୋହ ପରେ ଗୁରୁବାର ଦିନ ସର୍ଦ୍ଦାର ଅବ୍ଦୁଲ କାୟ୍ୟୁମ ନିୟାଜୀ, ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ନିୟାଜୀଙ୍କ ଇସ୍ତଫା ପରେ ସର୍ଦ୍ଦାର ତନବୀର ଇଲିୟାସ (Sardar Tanveer Ilyas) ଙ୍କୁ ପିଟିଆଇ ଦଳର ପ୍ରାର୍ଥୀ ଭାବରେ ଇମ୍ରାନ ଖାନ ମନୋନୀତ କରିଥିଲେ। ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିପି) ଏବଂ ପାକିସ୍ତାନୀ ମୁସଲିମ ଲିଗ୍ ନୱାଜ (ପିଏମଏଲ-ଏନ) ମିଳିତ ଭାବେ ଚୌଧୁରୀ ୟାସିନଙ୍କୁ ଇଲିୟାସଙ୍କ ବିରୋଧରେ ପ୍ରାର୍ଥୀ କରିଥିଲେ।

'ଡନ୍'ର ଖବର ଅନୁଯାୟୀ, ପ୍ରଧାନମନ୍ତ୍ରୀ ନିର୍ବାଚନ ଅଧିବେଶନକୁ ମିଳିତ ବିରୋଧୀ ଦଳ ବହିଷ୍କାର କରିଥିଲେ, ଯେଉଁଥିପାଇଁ ଇଲିୟାସଙ୍କ ବିରୋଧରେ ଦୈଡ଼ରେ କୌଣସି ପ୍ରାର୍ଥୀ ନଥିଲେ। ପିଟିଆଇ ନେତା ୩୩ ଭୋଟ ପାଇଥିଲେ। ଏହାର କିଛି ଦିନ ପୂର୍ବରୁ ଆସ୍ଥାଭୋଟରେ ଇମ୍ରାନ ଖାନ ପରାସ୍ତ ହୋଇଥିଲେ। ଗତବର୍ଷ ପିଟିଆଇ ୫୩ ସଦସ୍ୟ ବିଶିଷ୍ଟ ଗୃହରେ ୩୨ଟି ସିଟ୍ ପାଇବା ପରେ ନିଆଜୀ କ୍ଷମତାକୁ ଆସିଥିଲେ। 

Also Read: ଇମ୍ରାନଙ୍କୁ ଚାପୁଡ଼ା ମାରିଥିଲେ ISI ଚିଫ୍! ସାମ୍ନାକୁ ଆସିଲା ଏହାର କାରଣ

POKରେ ହୋଇଥିବା ମତଦାନକୁ ଭାରତ ଖାରଜ କରିଦେଇଛି। ଏହା ପାକିସ୍ତାନର ବେଆଇନ ଦଖଲକୁ ଲୁଚାଇବା ପାଇଁ ଏକ ପ୍ରୟାସ ବୋଲି କହିଛି। ପିଓକେରେ ହୋଇଥିବା ନିର୍ବାଚନରେ ​​ଦୃଢ ପ୍ରତିକ୍ରିୟା ପ୍ରକାଶ କରି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚି କହିଛନ୍ତି ଯେ, ଏହି ଭାରତୀୟ ଅଞ୍ଚଳ ଉପରେ ପାକିସ୍ତାନର କୌଣସି ଅଧିକାର ନାହିଁ ଏବଂ ଏହା ବେଆଇନ ଭାବେ ଦଖଲ କରିଥିବା ସମସ୍ତ ଭାରତୀୟ ଅଞ୍ଚଳକୁ ଖାଲି କରିବା ଉଚିତ।