PAN Card: ବର୍ତ୍ତମାନ ସମୟରେ ପ୍ୟାନ୍ କାର୍ଡ ଏକ ଜରୁରୀ କାଗଜପତ୍ର ହୋଇଯାଇଛି। ବ୍ୟାଙ୍କ୍‌ରେ ଆକାଉଣ୍ଟ ଖୋଲିବାଠାରୁ ଆରମ୍ଭ କରି ସେୟାର ମାର୍କେଟ୍‌ରେ ନିବେଶ କରିବା ଯାଏଁ ସବୁ କାର୍ଯ୍ୟରେ ପ୍ୟାନ୍ କାର୍ଡର ଆବଶ୍ୟକତା ରହିଛି। ଯଦି ଆପଣଙ୍କ ପ୍ୟାନ୍ କାର୍ଡ ହଜିଯାଏ, ତେବେ ଆପଣଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ। ତେବେ ଆଉ ଚିନ୍ତା କରନ୍ତୁ ନାହିଁ। ମାତ୍ର ୫୦ ଟଙ୍କାର ଘରେ ବସି ଅନ୍‌ଲାଇନ୍‌ରେ ନୂଆ ପ୍ୟାନ୍ କାର୍ଡ ଆବେଦନ କରିପାରିବେ।


COMMERCIAL BREAK
SCROLL TO CONTINUE READING

ଏହି ସୁବିଧା ସେହି ଲୋକମାନଙ୍କୁ ମିଳିବ, ଯାହାର ପ୍ୟାନ୍ କାର୍ଡ ଆୟକର ବିଭାଗର TIN-NSDL କିମ୍ବା UTIITSL ଜରିଆରେ ହୋଇଛି। ଏଥିସହିତ ପ୍ୟାନ୍ କାର୍ଡରେ ଆପଣଙ୍କ ଫୋନ୍‌ ନମ୍ବର ଏବଂ ଇ-ମେଲ୍ ରେଜିଷ୍ଟର ହୋଇଥିବା ଆବଶ୍ୟକ। କାହିଁକି ନା ଡୁପ୍ଲିକେଟ୍ ପ୍ୟାନ୍ କାର୍ଡ ଆବେଦନ କରିବା ବେଳେ ଫୋନ୍ ନମ୍ବର ଏବଂ ଇ-ମେଲକୁ ଓଟିପି ଆସିଥାଏ।


TIN-NSDLରେ କେମିତି କରିବେ ଆବେଦନ?


- ପ୍ରଥମେ TIN-NSDL ପୋର୍ଟାଲକୁ ଯାଆନ୍ତୁ। ୱେବସାଇଟ୍‌ରେ ‘Online PAN Services’ ଅଧିନରେ ଥିବା ‘Apply for PAN Online’ ରେ କ୍ଲିକ୍ କରନ୍ତୁ।
- ତଳକୁ ସ୍କ୍ରୋଲ କରିବା ପରେ ‘Reprint of PAN Card’ ଉପରେ କ୍ଲିକ୍ କରନ୍ତୁ। ଏଥିରେ ଥିବା ‘Request for Reprint of PAN card’ ଉପରେ କ୍ଲିକ୍ କଲେ ଏହା ଆପଣଙ୍କୁ ଏକ ନୂଆ ୱେବ ପେଜକୁ ନେଇଯିବ।
- ବର୍ତ୍ତମାନ ଏହି ପେଜରେ ଥିବା ଖାଲି ସ୍ଥାନରେ ଆବଶ୍ୟକ ଡାଟା ଯଥା, PAN ନମ୍ବର, ଜନ୍ମ ତାରିଖ ଏବଂ ଆଧାର ନମ୍ବର ଭରନ୍ତୁ। ଏହା ପରେ କ୍ୟାପଚା ଦେଇ ଆବେଦନ ଦାଖଲ କରନ୍ତୁ।
- ଏହା ପରେ ଭେରିଫିକେସନ ପାଇଁ ଆପଣଙ୍କ ଫୋନକୁ ଏକ ଓଟିପି ଆସିବ। ୱେବସାଇଟରେ ଓଟିପି ଦାଖଲ କରି ସମସ୍ତ ଇନପୁଟ୍ କୁ ବୈଦ୍ଧ କରାନ୍ତୁ। ଏହା ପରେ ପେମଣ୍ଟ୍ ପାଇଁ ଆଉ ଏକ ପେଜ୍ ଖୋଲିଯିବ।
- ଡୁପ୍ଲିକେଟ୍ ପ୍ୟାନ କାର୍ଡ ଆବେଦନ କରିବା ପାଇଁ ପ୍ରତ୍ୟେକ ଭାରତୀୟ ନାଗରିକଙ୍କୁ ୫୦ ଟଙ୍କା ଶୁଳ୍କ ଦେବାକୁ ପଡ଼େ। ସେହିପରି ବିଦେଶୀ ନାଗରିକଙ୍କ ପାଇଁ ୯୫୯ ଟଙ୍କା ଧାର୍ଯ୍ୟ କରାଯାଇଛି। ପେମେଣ୍ଟ କରିବା ପରେ  ନୂଆ ପ୍ୟାନ୍ କାର୍ଡ ଆବେଦନ ହୋଇଯିବ। ଆବେଦନ କରିବାର କିଛି ଦିନରେ ଆପଣଙ୍କ ଘରକୁ ଡାକରେ ପ୍ୟାନ୍ କାର୍ଡ ପହଞ୍ଚିଯିବ।


UTIITSLରେ କେମିତି କରିବେ ଆବେଦନ?


- TIN-NSDL ଭଳି UTIITSLରେ ମଧ୍ୟ ସମାନ ପଦ୍ଧତିରେ ପ୍ୟାନ୍ କାର୍ଡ ଆବେଦନ କରାଯାଏ । ହେଲେ ଏଥିପାଇଁ ଆପଣଙ୍କୁ UTIITSL ପୋର୍ଟାଲକୁ ଯିବାକୁ ହେବ। ୱେବସାଇଟ୍‌ରେ ‘PAN Card Services’ ଅଧିନରେ ଥିବା ‘Apply PAN Card’ରେ କ୍ଲିକ୍ କରନ୍ତୁ।
- ତଳକୁ ସ୍କ୍ରୋଲ କରିବା ପରେ ‘Reprint of PAN Card’ ଉପରେ କ୍ଲିକ୍ କରନ୍ତୁ। ଏହା ଆପଣଙ୍କୁ ଏକ ନୂଆ ୱେବ ପେଜକୁ ନେଇଯିବ।
- ବର୍ତ୍ତମାନ ଏହି ପେଜରେ ଥିବା ଖାଲି ସ୍ଥାନରେ ଆବଶ୍ୟକ ଡାଟା ଯଥା, PAN ନମ୍ବର, ଜନ୍ମ ତାରିଖ ଏବଂ ଆଧାର ନମ୍ବର ଭରନ୍ତୁ। ଏହା ପରେ କ୍ୟାପଚା ଦେଇ ଆବେଦନ ଦାଖଲ କରନ୍ତୁ।
- ଏହା ପରେ ଆପଣଙ୍କ ଫୋନକୁ ଏକ ଓଟିପି ଆସିବି । ୱେବସାଇଟରେ ଓଟିପି ଦାଖଲ କରି ସମସ୍ତ ଇନପୁଟ୍ କୁ ବୈଦ୍ଧ କରାନ୍ତୁ। ଏହା ପରେ ପେମଣ୍ଟ୍ ପାଇଁ ଏକ ପେଜ୍ ଖୋଲିଯିବ। ୫୦ ଟଙ୍କାର ପେମେଣ୍ଟ କରିବା ପରେ ନୂଆ ପ୍ୟାନ୍ କାର୍ଡ ଆବେଦନ ସମ୍ପୂର୍ଣ୍ଣ ହେବ।


ଏହା ବି ପଢ଼ନ୍ତୁ: Instagram New Feature: ବର୍ତ୍ତମାନ ପିତାମାତା ପିଲାଙ୍କ ଉପରେ ରଖିପାରିବେ ନଜର, ଜାଣନ୍ତୁ କେମିତି?