Petrol-Diesel Price Today 25 February 2024: ପେଟ୍ରୋଲ- ଡିଜେଲର ନୂଆ ମୂଲ୍ୟ ଆଜି ସାରା ଦେଶରେ ଜାରି ହୋଇଛି। କିଛି ସ୍ଥାନରେ ତୈଳ ଦର କମି ଥିବା ବେଳେ ଆଉ କେତେକ ସ୍ଥାନରେ ସାମାନ୍ୟ ବୃଦ୍ଧି ପାଇଛି। ଜାତୀୟ ସ୍ତରରେ ଇନ୍ଧନରେ ଦରରେ କୌଣସି ପରିବର୍ତ୍ତନ ବଡ଼ ହୋଇ ନାହିଁ। ଆଶୋଧିତ ତୈଳର ଆନ୍ତର୍ଜାତୀୟ ମୂଲ୍ୟ ଅନୁଯାୟୀ ଭାରତରେ ଇନ୍ଧନର ମୂଲ୍ୟ ସ୍ଥିର ହୋଇଥାଏ। ତେବେ, ଆସନ୍ତୁ ଜାଣିବା କେଉଁ ସହରରେ କେତେ ରହିଛି ପେଟ୍ରୋଲ-ଡିଜେଲର ଦର। ... 


COMMERCIAL BREAK
SCROLL TO CONTINUE READING

କେଉଁ ସହରରେ କେତେ ରହିଛି ପେଟ୍ରୋଲ-ଡିଜେଲର ଦର:
ଭାରତର ରାଜଧାନୀ ନୂଆଦିଲ୍ଲୀରେ ଆଜି ପେଟ୍ରୋଲ ଲିଟର ପିଛା (୧ ଲିଟର) ୯୬ ଟଙ୍କା ୭୨ ପଇସା ଥିବା ବେଳେ ଡିଜେଲ  (୧ ଲିଟର) ୯୦ ଟଙ୍କା ୦୮ ପଇସା ରହିଛି। ସେହିପରି, ମାୟାନଗରୀ ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା (୧ ଲିଟର) ୧୦୬ ଟଙ୍କା ୩୧ ପଇସା ଥିବା ବେଳେ ଡିଜେଲ୍ ଲିଟର ପିଛା  (୧ ଲିଟର) ୯୪ ଟଙ୍କା ୨୭ ପଇସା ରହିଛି।  କୋଲକାତାରେ ପେଟ୍ରୋଲ ଲିଟର ପିଛା (୧ ଲିଟର) ୧୦୬ ଟଙ୍କା ୦୩ ପଇସା ଏବଂ ଡିଜେଲ୍ ଲିଟର ପିଛା (୧ ଲିଟର) ୯୨ଟଙ୍କା ୭୬  ପଇସା ରହିଛି । ଅନ୍ୟପଟେ ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ପେଟ୍ରୋଲ ଲିଟର ପିଛା (୧ ଲିଟର) ୧୦୨ ଟଙ୍କା ୭୪ ପଇସା ଥିବା ବେଳେ ଡିଜେଲର ଦାମ୍  (୧ ଲିଟର) ପିଛା ୯୪ ଟଙ୍କା ୩୩ ପଇସା ରହିଛି । 



ଏହି କ୍ରମରେ ଓଡି଼ଶାର ରାଜଧାନୀ ଭୁବନେଶ୍ବରରେ ମଧ୍ୟ ପେଟ୍ରୋଲ ଲିଟର ପିଛା (୧ ଲିଟର) ୧୦୩ ଟଙ୍କା ୧୮ ପଇସା ଥିବା ବେଳେ ଡିଜେଲ୍ (୧ ଲିଟର)  ଲିଟର ପିଛା ୯୪ ଟଙ୍କା ୭୫ ପଇସା ରହିଛି। ତେବେ, ଏଠି ଆମେ ଆପଣଙ୍କୁ ସୂଚନା ଦେବାକୁ ଚାହିଁବୁ ଯେ, ରାଜଧାନୀରେ ଉଭୟ ପେଟ୍ରୋଲ-ଡିଜେଲରେ ଲିଟର ପିଛା (୧ ଲିଟର) ୧ ପଇସା ହ୍ରାସ ହୋଇଛି।  ସେହିପରି ମହାରାଷ୍ଟ୍ରରେ  ପେଟ୍ରୋଲ ଲିଟର ପିଛା ୫୭ ପଇସା ଏବଂ ଡିଜେଲ ୫୪ ପଇସା ଶସ୍ତା ହୋଇଛି। ଏବଂ ଛତିଶଗଡରେ ପେଟ୍ରୋଲ ୬୦ ପଇସା ଏବଂ ଡିଜେଲ ୫୬  ପଇସା ଶସ୍ତା ହୋଇଛି। ରାଜସ୍ଥାନ ଏବଂ ଉତ୍ତରପ୍ରଦେଶରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ମଧ୍ୟ ହ୍ରାସ ହୋଇଛି। ଏହା ବ୍ୟତୀତ ହିମାଚଳ ପ୍ରଦେଶ, ହରିୟାଣା, ଗୁଜୁରାଟ ଏବଂ ଜାମ୍ମୁ କାଶ୍ମୀରରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ପାଉଛି।


ଏମିତି ଭାବେ ପ୍ରତ୍ୟକ ଦିନ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଯାଞ୍ଚ କରିପାରିବେ:


ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ପ୍ରତିଦିନ ସକାଳ ୬ ଟାରେ ବଦଳିଥାଏ (Today Petrol Diesel Price)। ସକାଳ ୬ ଟାରୁ ନୂତନ ଦର କାର୍ଯ୍ୟକାରୀ ହୋଇଥାଏ। ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ଏକ୍ସାଇଜ୍ ଡ୍ୟୁଟି, ଡିଲର କମିଶନ, ଭାଟ୍ ଏବଂ ଅନ୍ୟାନ୍ୟ ଜିନିଷ ଯୋଡିବା ପରେ ଏହାର ମୂଲ୍ୟ ମୂଳ ମୂଲ୍ୟଠାରୁ ଦ୍ୱିଗୁଣିତ ହୁଏ। ଏହି କାରଣରୁ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଏତେ ଅଧିକ ଦେଖାଯାଏ।


ଆପଣ ଘରେ ବସି ଏପରି ଯାଞ୍ଚ କରିପାରିବେ ମୂଲ୍ୟ:
ଆପଣ ନିଜ ସହରରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ସହଜରେ ଜାଣିପାରିବେ। ଏଥିପାଇଁ ତୌଳ ମାର୍କେଟିଂ କମ୍ପାନୀଗୁଡିକର ୱେବସାଇଟକୁ ଯିବାକୁ କିମ୍ବା ଏକ SMS ପଠାଇବାକୁ ପଡିବ। ଯଦି ଆପଣ ଜଣେ ଇଣ୍ଡିଆନ ଅଏଲ୍ ଗ୍ରାହକ ତେବେ ଆପଣ RSP ସହିତ 9224992249 ନମ୍ବରକୁ SMS ପଠାଇ ପାରିବେ ଏବଂ ଯଦି ଆପଣ ଜଣେ BPCL ଗ୍ରାହକ ତେବେ ଆପଣ RSP ଲେଖି 9223112222 ନମ୍ବରକୁ SMS ପଠାଇ ପାରିବେ । ଏହାପରେ ଆପଣଙ୍କୁ SMS ମାଧ୍ୟମରେ ଦର ବିଷୟରେ ସୂଚନା ମିଳିଯିବ।