Petrol Pump Scam: ଯଦି ଆପଣଙ୍କ ପାଖରେ କୌଣସି ଗାଡ଼ି ରହିଛି ତାହେଲେ ଏହାକୁ ଚଳାଇବା ପାଇଁ ଆପଣ ପେଟ୍ରୋଲ କିମ୍ବା ଡିଜେଲ ଭରିଥାନ୍ତି। ଗାଡି଼ ଚଳାଇବା ପାଇଁ ବ୍ୟବହୃତ ହେଉଥିବା ଇନ୍ଧନ ଭରିବା ପାଇଁ ଆପଣ ପେଟ୍ରୋଲ ପମ୍ପ ଯାଇଥାନ୍ତି। ହେଲେ ପେଟ୍ରୋଲ ପମ୍ପ ଠାରେ ଗାଡ଼ିରେ ପେଟ୍ରୋଲ କିମ୍ବା ଡିଜେଲ ଭରିବା ସମୟରେ ଆପଣଙ୍କୁ ପେଟ୍ରୋଲ ପମ୍ପ ଆଟେଣ୍ଟାଣ୍ଟ ଉପରେ ନଜର ରଖିବାକୁ ହେବ। କାରଣ ବର୍ତ୍ତମାନ ବଜାରକୁ ଏପରି ଏକ ନୂଆ କୌଶଳ ଆସିଛି ଯାହା ସାହାଯ୍ୟରେ ପେଟ୍ରୋଲ ପମ୍ପ ଠାରେ କାର୍ଯ୍ୟ କରୁଥିବା କର୍ମଚାରୀ ଆପଣଙ୍କ ସହିତ ଠକାମି କରୁଛନ୍ତି।


COMMERCIAL BREAK
SCROLL TO CONTINUE READING

ଠକାମିର ଏହି ପଦ୍ଧତି ଏତେ ହାଇ-ଟେକ୍ ଯେ ଯଦି ଆପଣ ଏହା ଉପରେ ଧ୍ୟାନ ନ ଦିଅନ୍ତି, ତାହେଲେ ଆପଣ ଜାଣିପାରିବେ ନାହିଁ ଯେ ଆପଣ ଠକାମୀର ଶୀକାରୀ ହୋଇଛନ୍ତି। ବର୍ତ୍ତମାନ ଆମେ ଆପଣଙ୍କୁ ଏହି ନୂତନ ପ୍ରକାରର ଠକେଇ ବିଷୟରେ କହିବାକୁ ଯାଉଛୁ। ଯାହା କିଛି ପେଟ୍ରୋଲ ପମ୍ପ ଠାରେ ନିର୍ଦ୍ଦିଷ୍ଟ ଭାବରେ ଚାଲିଛି। କେହି ଏପରି କାରନାମା ଜାଣବାକୁ ସକ୍ଷମ ହୋଇନାହାଁନ୍ତି। ଏଭଳି ଧରଣର ଠକେଇ ବହୁତ ନୂଆ ନୁହେଁ। ହେଲେ ତଥାପି ଆପଣ ଏପରି ଠକେଇ ବିଷୟରେ ସଚେତନ ରହିବା ଆବଶ୍ୟକ। ଯାହା ଦ୍ୱାରା ଆପଣ ଆପଣଙ୍କ ଟଙ୍କା ବର୍ବାଦ ହେବାରୁ ରକ୍ଷା ପାଇଯିବେ। 


ପେଟ୍ରୋଲ ପମ୍ପ ଠାରେ ସାବଧାନ ରୁହନ୍ତୁ ଏବଂ ସତର୍କତା ଅବଲମ୍ବନ କରନ୍ତୁ। ଯଦି ଆପଣ ଏହି ଉପକରଣକୁ ପେଟ୍ରୋଲ ପମ୍ପ କର୍ମଚାରୀଙ୍କ ହାତରେ ଦେଖନ୍ତି, ତାହେଲେ ଆଖି ପିଛୁଳାକେ ଆପଣ ଠକାମୀର ଶିକାର ହୋଇଯିବେ।


ରିମୋଟ୍ କଣ୍ଟ୍ରୋଲ୍ ସ୍କାମ
ବଜାରକୁ ଆସିଥିବା ନୂତନ ହାଇ-ଟେକ୍ ସ୍କାମ (High Tech Scam), ରିମୋଟ୍ କଣ୍ଟ୍ରୋଲ୍ ସ୍କାମ (Remote Control Scam) ନାମରେ ଜଣାଶୁଣା। କାରଣ ଏଥିରେ ଏକ ବିଶେଷ ପ୍ରକାରର ହାଇ-ଟେକ୍ ରିମୋଟ କଣ୍ଟ୍ରୋଲ (High Tech Remote Control) ବ୍ୟବହାର କରି ପେଟ୍ରୋଲ ପମ୍ପ ଆଟେଣ୍ଟାଟ୍ (Petrol Pump Attendant) ପେଟ୍ରୋଲ କିମ୍ବା ଡିଜେଲ ଭରିବା ଯନ୍ତ୍ରକୁ (Petrol Diesel Filling Machine) ନିୟନ୍ତ୍ରଣ କରି ଏହାର ପରିମାଣକୁ ହ୍ରାସ କରି ଦେଇଥାନ୍ତି। ଯାହା ଫଳରେ ଆପଣ ପେଟ୍ରୋଲ (Petrol) ଡିଜେଲ (Diesel) ଭରିବା ପାଇଁ ଯେତିକି ଟଙ୍କା ଖର୍ଚ୍ଚ କରିଥାନ୍ତି, ଆପଣଙ୍କ ଗାଡ଼ିରେ ସେତିକି ପରିମାଣର ଇନ୍ଧନ ଭରାଯାଇ ନଥାଏ କିମ୍ବା ବହୁତ କମ୍ ପରିମାଣର ଭରାଯାଇଥାଏ। ଏପରି ଠକେଇ କାହା ସହିତ ହୋଇପାରେ। ଯେତେବେଳେ ଆପଣ ଆପଣଙ୍କ ଗାଡିରେ ୧ ଲିଟର କିମ୍ବା ୨ ଲିଟର ପେଟ୍ରୋଲ ଅଥବା ଡିଜେଲ ଭରି ଦେଇଛନ୍ତି ହେଲେ କିଛି କିଲୋମିଟର ଗାଡ଼ି ଚଲାଇବା ପରେ ଆପଣଙ୍କ ଗାଡି ଅଟକି ଯାଉଛି ଏବଂ ଆପଣଙ୍କ ଗାଡି଼ରେ ଭରାଯାଇଥିବା ଇନ୍ଧନ ସରିଯାଇଛି। ତାହେଲେ ଆପଣଙ୍କ ସହିତ ଏପରି କିଛି ଘଟିଛି, ତାହେଲେ ଆପଣ ଏହି ରିମୋଟ୍ କଣ୍ଟ୍ରୋଲ୍ ସ୍କାମ ଦ୍ୱାରା ଠକାମୀର ଶିକାର ହୋଇଛନ୍ତି।


କିପରି ଆପଣଙ୍କ ସହ ଠକାମୀ କରିଥାନ୍ତି ପେଟ୍ରୋଲ ପମ୍ପ ଆଟେଣ୍ଟାଟ୍
ପେଟ୍ରୋଲ୍ ଫିଲିଂ ମେସିନ୍ ସହିତ ଟ୍ୟାମ୍ପରିଂ (Petrol Filling Machine Tampering) କରି ପେଟ୍ରୋଲ୍ ପମ୍ପ ମାଲିକ (Petrol Pump Owner) ଏପରି କାରନାମା କରିଥାନ୍ତି। ଯାହା ଦ୍ୱାରା ପ୍ରତ୍ୟେକ ଥର ପେଟ୍ରୋଲ କିମ୍ବା ଡ଼ିଜେଲ ଭରିବା ସମୟରେ କିଛି ପରିମାଣର ଇନ୍ଧନ ସଞ୍ଚୟ (Fuel Saving) ହୋଇଥାଏ। ଏପରି ଠକାମୀ କରି ପେଟ୍ରୋଲ ପମ୍ପ ମାଲିକ ବହୁତ ଲାଭ କରିଥାନ୍ତି। ଆପଣଙ୍କୁ କହିରଖୁଛୁ ଯେ ଯଦି ଆପଣ କୌଣସି ପେଟ୍ରୋଲ ପମ୍ପ ଆଟେଣ୍ଟାଟ୍ ପେଟ୍ରୋଲ ପମ୍ପ ଠାରେ ରିମୋଟ୍ କଣ୍ଟ୍ରୋଲ୍ (Petrol Pump Remote Control) ନେଉଥିବାର ଦେଖନ୍ତି, ତାହେଲେ ଆପଣ ସେଠାରେ ପେଟ୍ରୋଲ୍ ଡିଜେଲ ଭରିବା ଠିକ୍ ନୁହେଁ। ରିମୋଟ ସହାୟତାରେ ପେଟ୍ରୋଲ ଫିଲିଂ ମେସିନ ମଧ୍ୟରେ ପ୍ରବେଶ କରିବାକୁ, ରିମୋଟ କଣ୍ଟ୍ରୋଲ ବାହାରେ ରହିବା ଆବଶ୍ୟକ। ଏପରି ପରିସ୍ଥିତିରେ ଅନ୍ୟ କୌଣସି ବ୍ୟକ୍ତି ରିମୋଟ କଣ୍ଟ୍ରୋଲ ମଧ୍ୟ ଚଲାଇ ପାରିବେ। ଆପଣଙ୍କୁ ନ ଦେଖାଇ ସେମାନେ ଠକାମି କରିପାରିବେ। ପେଟ୍ରୋଲ ପମ୍ପ ଠାରେ କୌଣସି ପ୍ରକାରର ଠକାମୀର ବର୍ତ୍ତିବା ପାଇଁ ସର୍ବଦା ସତର୍କତା ଅବଲମ୍ବନ କରନ୍ତୁ।