Gold Rate Today: ସୁନା ଦରରେ ବୃହତ ବୃଦ୍ଧି, ଜାଣନ୍ତୁ ଭୁବନେଶ୍ବରରେ ଭରି ପିଛା କେତେ ରହିଛି ରେଟ୍

Gold Rate Today: ଗ୍ରାହକଙ୍କୁ ଝଟକା। ଉପରମୁହାଁ ହୋଇଛି ସୁନା ଦର। ଗତ ତିନି ଦିନ ହେବ ସୁନା ଦର ବୃଦ୍ଧି ପାଇବାରେ ଲାଗିଛି। ଯାହା କେବଳ ଗ୍ରାହକଙ୍କର ନୁହେଁ, ଦୋକାନୀଙ୍କର ମଧ୍ୟ ଚିନ୍ତା ବଢାଇ ଦେଇଛି। ଯଦି ଆପଣ ଆଜି ସୁନା-ଅଳଙ୍କାର କିଣିବା ପାଇଁ ଯୋଜନା କରୁଛନ୍ତି। ଏହି ଖବରଟି ଆପଣଙ୍କ ପାଇଁ ବେଶ୍ ଗୁରୁତ୍ବପୂର୍ଣ୍ଣ ଅଟେ। ତା ପୂର୍ବରୁ ଜାଣି ନିଅନ୍ତୁ କେଉଁ ସହରରେ କେତେ ରହିଛି ସୁନା ରେଟ୍...

Narmada Behera Jan 10, 2025, 10:21 AM IST
1/5

ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍ ୭୨,୮୫୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୭୯,୪୭୦ ଟଙ୍କା ରହିଛି। ୨୨ ଓ ୨୪ କ୍ୟାରେଟ୍ ରେ ୨୫୦ ଓ ୨୭୦ ଟଙ୍କା ବୃଦ୍ଧି ପାଇଛି। 

ALSO READ: Prakruti Mishra Video: ବାବୁଶାନ-ଙ୍କୁ ଭୂଲି ଏହି ଯୁବକଙ୍କୁ ଡେଟ୍ କରୁଛନ୍ତି ପ୍ରକୃତି! ଭିଡିଓ ହେଲା ଭଇରାଲ୍

ALSO READ: Shani Gochar 2025: ଶନିଙ୍କ ଚଳନ ଫିଟାଇବ ଏହିସବୁ ରାଶିଙ୍କ ଭାଗ୍ୟ, ବର୍ଷସାରା ହେବନି ଧନର ଅଭାବ, ସବୁ ସ୍ବପ୍ନ ହେବ ସାକାର!

2/5

ସେହିପରି ରାଜଧାନୀ ନୂଆଦିଲ୍ଲୀରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍ ୭୩,୦୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ଦାମ ୭୯,୬୨୦ ଟଙ୍କା ରହିଛି।  ୨୨ ଓ ୨୪ କ୍ୟାରେଟ୍ ରେ ୨୫୦,୨୭୦ ଟଙ୍କା ବଢିଛି। 

3/5

ମାୟାନଗରୀ ମୁମ୍ବାଇରେ ୨୨ କ୍ୟାରେଟ ସୁନାର ୧୦ ଗ୍ରାମ୍ ରେଟ୍ ୭୨,୮୫୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୭୯,୪୭୦ ଟଙ୍କା ରହିଛି। ୨୨ ଓ ୨୪ କ୍ୟାରେଟ୍ ରେ  ୨୫୦ ଓ ୨୭୦ ଟଙ୍କା ବଢିଛି।

4/5

ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍  ରେଟ୍ ୭୨,୮୫୦ ଟଙ୍କା  ଥିବା ବେଳେ ୨୪ କ୍ୟାରେଟ୍ ସୁନାର ରେଟ୍ ୭୯,୪୭୦ ଟଙ୍କା ରହିଛି। ୨୨ ଓ ୨୪ କ୍ୟାରେଟ୍ ରେ  ୨୫୦ ଓ ୨୭୦ ଟଙ୍କା ବଢିଛି। 

5/5

ସେହିପରି ଓଡ଼ିଶାର ରାଜଧାନୀ ଭୁବନେଶ୍ବରରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍ ୭୨,୮୫୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ସୁନାର ରେଟ୍ ୭୯, ୪୭୦ ଟଙ୍କା ରହିଛି। ଏବଂ ୧୮ କ୍ୟାରେଟ୍ ର ରେଟ୍ ୫୯,୬୧୦ ଟଙ୍କା ରହିଛି। ୨୨ ଓ ୨୪ କ୍ୟାରେଟ୍ ରେ ୨୫୦ ଓ ୨୭୦ ଟଙ୍କା ବୃଦ୍ଧି ପାଇଥିବା ବେଳେ ୧୮ କ୍ୟାରେଟ୍ ରେ ୨୧୦ ଟଙ୍କା ବଢିଛି।       

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link