Gold Rate Today: ଆଜି ସୁନା ଦରରେ ରେକର୍ଡ ହ୍ରାସ, ୫୭ ହଜାର ତଳକୁ ଖସିଲା ରେଟ୍
Gold Rate Today: ସୁନା ପ୍ରେମୀଙ୍କ ପାଇଁ ଖୁସି ଖବର। ଆଜିବି ଖସିଲା ରେଟ୍। ଲଗାତର ତିନି ଦିନ ହେବ ସୁନାଦର କ୍ରମଶଃ ହ୍ରାସ ପାଇବାରେ ଲାଗିଛି। କାର୍ତ୍ତିକ ପୂର୍ଣ୍ଣିମା ଓ ପ୍ରଥମା ଅଷ୍ଟମୀ ପୂର୍ବରୁ ସୁନାଦରରେ ବଡ଼ ଧରଣର ହ୍ରାସ ଦେଖିବାକୁ ମିଳିଛି। ଯାହା ଗ୍ରାହକଙ୍କୁ ବଡ଼ ଆଶ୍ବସ୍ତି ଦେଇଛି। ଯଦି ଆପଣ ଆଜି ସୁନା-ଅଳଙ୍କାର କିଣିବା ପାଇଁ ଯୋଜନା କରୁଛନ୍ତି , ତେବେ, ଏହି ଖବରଟି ଆପଣଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ଅଟେ। ତେବେ, ଆସନ୍ତୁ ଜାଣିବା କେଉଁ ସହରରେ କେତେ ରହିଛି ସୁନା ରେଟ୍?
ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍ ୬୯,୩୫୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୭୫, ୬୫୦ ଟଙ୍କା ରହିଛି । ୨୨ ଓ ୨୪ କ୍ୟାରେଟ୍ ରେ ୧୧୦୦ ଓ ୧୨୦୦ ଟଙ୍କା ହ୍ରାସ ପାଇଛି।
ALSO READ: ୧୬ରୁ ବଦଳିବ ରାଶିଚକ୍ର; ମାର୍ଗଶୀର ମାସରେ କେଉଁ ବ୍ୟବସାୟ ପାଇଁ କେଉଁ ଦିନ ଶୁଭ, ଜାଣନ୍ତୁ
ସେହିପରି, ଦେଶର ରାଜଧାନୀ ନୂଆଦିଲ୍ଲୀରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍ ୬୯,୫୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୭୫,୮୦୦ ଟଙ୍କା ରହିଛି । ୨୨ ଓ ୨୪ କ୍ୟାରେଟ୍ ରେ ଭରି ପିଛା ୧୧୦୦ ଓ ୧୨୦୦ ଟଙ୍କା କମିଛି।
ମୁମ୍ବାଇରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍ ୬୯,୩୫୦ ଟଙ୍କା ଥିବାବେଳେ ୨୪ କ୍ୟାରେଟ୍ ର ଦାମ୍ ୭୫,୬୫୦ ଟଙ୍କା ରହିଛି। ୨୨ ଓ ୨୪ କ୍ୟାରେଟ୍ ରେ ୧୧୦୦ ଓ ୧୨୦୦ ଟଙ୍କା ହ୍ରାସ ହୋଇଛି।
ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ସୁନା ରେଟ୍ ଖସିଛି। ୨୨ କ୍ୟାରେଟ୍ ର ୧୦ ଗ୍ରାମ୍ ମୂଲ୍ୟ ୬୯,୩୫୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୭୫,୬୫୦ ଟଙ୍କା ରହିଛି। ୨୨ ଓ ୨୪ କ୍ୟାରେଟ୍ ରେ ୧୧୦୦ ଓ ୧୨୦୦ ଟଙ୍କା ଖସିଛି।
ସେହିପରି ଓଡି଼ଶାର ରାଜଧାନୀ ଭୁବନେଶ୍ବରରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍ ୬୯,୩୫୦ ଟଙ୍କା ଓ ୨୪ କ୍ୟାରେଟ୍ ର ଦାମ୍ ୭୫,୬୫୦ ଟଙ୍କା ରହିଛି। ଏବଂ ୧୮ କ୍ୟାରେଟ୍ ର ରେଟ୍ ୫୬ ହଜାର ୭୪୦ ଟଙ୍କା ରହିଛି। ତେବେ, ଆମେ ଏଠାରେ ଆପଣଙ୍କୁ ସୂଚନା ଦେବା ପାଇଁ ଚାହିଁବୁ ଯେ, ୨୨ କ୍ୟାରେଟ୍ ରେ ୧୧୦୦ ଟଙ୍କା, ୨୪ କ୍ୟାରେଟ୍ ରେ ୧୨୦୦ ଓ ୧୮ କ୍ୟାରେଟ୍ ରେ ୯୦୦ ଟଙ୍କା ହ୍ରାସ ପାଇଛି।