Gold Rate Today: ଲଗାତର ତୃତୀୟ ଦିନରେ ସୁନା ଦରରେ ହ୍ରାସ, ୫୮ ହଜାର ତଳକୁ ଖସିଲା ରେଟ୍!
Gold Rate Today: ସୁନାପ୍ରେମୀଙ୍କ ପାଇଁ ବଡ଼ ଖବର। ବିବାହ ସିଜିନ୍ -ରେ ପୁଣି ଖସିଲା ସୁନା ଦର। ଲଗାତର ତୃତୀୟ ଦିନରେ ଶସ୍ତା ହେଲା ସୁନା । ଯାହା ଗ୍ରାହକଙ୍କ ପାଇଁ ବଡ଼ ଆଶ୍ବସ୍ତି କହିଲେ ଅତୃକ୍ତି ହେବ ନାହିଁ। ଯଦି ଆପଣ ଆଜି ସୁନା -ଅଳଙ୍କାର କିଣିବା ପାଇଁ ଯୋଜନା କରିଛନ୍ତି। ତେବେ, ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ଅଟେ। ତେବେ, ଆସନ୍ତୁ ଜାଣିବା କେଉଁ ସହରରେ କେତେ ରହିଛି ସୁନା ରେଟ୍
ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍ ୭୧,୩୫୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୭୭,୮୪୦ ଟଙ୍କା ରହିଛି। ୨୨ ଓ ୨୪ କ୍ୟାରେଟ୍ ରେ ୧୫୦ ଓ ୧୬୦ ଟଙ୍କା ହ୍ରାସ ପାଇଛି।
ALSO READ: Shani Budh Yuti 2024: ୨୦୨୫-ଜାନୁଆରୀ ୧ ରୁ ଫିଟିବ ଏହିସବୁ ରାଶିଙ୍କ ଭାଗ୍ୟ, ଚାକିରି ଓ ବ୍ୟବସାୟରେ ପାଇବେ ସଫଳତା
ଦେଶର ରାଜଧାନୀ ନୂଆଦିଲ୍ଲୀରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍ ୭୧,୫୦୦ ରହିଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୭୭,୯୯୦ ଟଙ୍କା ରହିଛି। ୨୨ ଓ ୨୪ କ୍ୟାରେଟ୍ ରେ ଭରି ପିଛା ୧୫୦ ଓ ୧୬୦ ଟଙ୍କା କମିଛି।
ସେହିପରି ମାୟା-ନଗରୀ ମୁମ୍ବାଇରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍ ୭୧, ୩୫୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ର ରେଟ୍ ୭୭,୮୪୦ ଟଙ୍କା ରହିଛି। ୨୨ ଓ ୨୪ କ୍ୟାରେଟ୍ ରେ ୧୫୦ ଓ ୧୬୦ ଟଙ୍କା ଖସିଛି।
ଅନ୍ୟପଟେ, ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍ ୭୧,୩୫୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୭୭,୮୪୦ ଟଙ୍କା ରହିଛି। ୨୨ ଓ ୨୪ କ୍ୟାରେଟ୍ ରେ ୧୫୦ ଓ ୧୬୦ ଟଙ୍କା କମିଛି।
ଓଡି଼ଶାର ରାଜଧାନୀ ଭୁବନେଶ୍ବରରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍ ୭୧,୩୫୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟର ରେଟ୍ ୭୭,୮୪୦ ଟଙ୍କା ରହିଛି। ଏବଂ ୧୮ କ୍ୟାରେଟ୍ ର ଦାମ୍ ୫୮,୩୮୦ ଟଙ୍କା ରହିଛି। ତେବେ, ଏଠାରେ ଆମେ ଆପଣଙ୍କୁ ସୂଚନା ଦେବା ପାଇଁ ଚାହିଁବୁ ଯେ, ୨୨ ଓ ୨୪ କ୍ୟାରେଟ୍ ରେ ଭରି ପିଛା ୧୫୦ ଓ ୧୬୦ ଟଙ୍କା ହ୍ରାସ ପାଇଥିବା ବେଳେ ୧୮ କ୍ୟାରେଟ୍ ରେ ୧୨୦ ଟଙ୍କା ଖସିଛି।
ALSO READ: Petrol Diesel Price Today: ନୂଆ ତୈଳ ଦର ଜାରି, ରାଜ୍ୟର ଏହିସବୁ ସହରରେ ଖସିଲା ପେଟ୍ରୋଲ-ଡିଜେଲ ରେଟ୍