Gold Rate Today: ସପ୍ତାହ ଶେଷରେ ହ୍ରାସ ପାଇଲା ସୁନା ରେଟ୍, ଭୁବନେଶ୍ବରରେ ଭରି ପିଛା ଏତେ ଟଙ୍କା କମିଲା ଦର

Gold Rate Today: ସପ୍ତାହ ଶେଷରେ ଖସିଲା ସୁନା ରେଟ୍। ଲଗାତର ଷଷ୍ଠ ଦିନରେ ହ୍ରାସ ପାଇଲା ଦର। ବିବାହ ସିଜିନ୍-ରେ ଲାଗାତର ସୁନା ଦର ହ୍ରାସ ଗ୍ରାହକଙ୍କୁ ଖୁସି କରିଦେଇଛି। ଆଗକୁ ଆସୁଛି ନୂଆ ବର୍ଷ । ଫଳରେ ସୁନା କାରବାର ଭଲ ହେବ ବୋଲି ଆଶା ରଖିଛନ୍ତି ବ୍ୟବସାୟୀ। ଯଦି ଆପଣ ଆଜି ସୁନା ଅଳଙ୍କାର କିଣିବା ପାଇଁ ଯୋଜନା କରିଛନ୍ତି। ତେବେ, ଏହି ଖବରଟି ଆପଣଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ଅଟେ। ତେବେ, ଆସନ୍ତୁ ଜାଣିବା କେଉଁ ସହରରେ କେତେ ରହିଛି ସୁନା ରେଟ୍ ?

Narmada Behera Dec 21, 2024, 09:59 AM IST
1/5

  ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍ ୭୦, ୩୯୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୭୬,୭୯୦ ଟଙ୍କା ରହିଛି। ୨୨ ଓ ୨୪ କ୍ୟାରେଟ୍ ରେ ୧୦ ଟଙ୍କା ହ୍ରାସ ପାଇଛି। 

 

ALSO READ : Chandra Guru Yuti 2025: ୨୦୨୫ରେ ଚନ୍ଦ୍ର-ବୃହସ୍ପତି ସଂଯୋଗ, ମାଲାମାଲ୍ ହେବେ ୫ରାଶି, କିଣିବେ ନୂଆ ଗାଡି଼!

ALSO READ : Petrol Diesel Price Today: ଗ୍ରାହକଙ୍କ ପାଇଁ ଖୁସି ଖବର! ଟ୍ବିନସିଟି ସମେତ ଏହିସବୁ ସ୍ଥାନରେ ହ୍ରାସ ପାଇଲା ତେଲ ରେଟ୍

2/5

ସେହିପରି ଦେଶର ରାଜଧାନୀ ନୂଆଦିଲ୍ଲୀରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍ ୭୦,୫୪୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୭୬,୯୪୦ ଟଙ୍କା ରହିଛି। ୨୨ ଓ ୨୪ କ୍ୟାରେଟ୍ ରେ ୧୦ ଟଙ୍କା କମିଛି। 

3/5

  ମାୟାନଗରୀ ମୁମ୍ବାଇରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍ ୭୦,୩୯୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ର ରେଟ୍ ୭୬,୭୯୦ ଟଙ୍କା ରହିଛି । ୨୨ ଓ ୨୪ କ୍ୟାରେଟ୍ ରେ ଭରି ପିଛା ୧୦ ଟଙ୍କା ଖସିଛି। 

4/5

ସେହିପରି ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍ ୭୦,୩୯୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ର ରେଟ୍ ୭୬,୭୯୦ ଟଙ୍କା ରହିଛି। ୨୨ ଓ ୨୪ କ୍ୟାରେଟ୍ ରେ ୧୦ ଟଙ୍କା ହ୍ରାସ ପାଇଛି।

5/5

ଅନ୍ୟପଟେ, ଓଡି଼ଶାର ରାଜଧାନୀ ଭୁବନେଶ୍ବରରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍ ୭୦,୩୯୦ ଟଙ୍କା ରହିଥିବା ୨୪ କ୍ୟାରେଟ୍ ର ଦାମ୍ ୭୬,୭୯୦ ଟଙ୍କା ରହିଛି। ଏବଂ ୧୮ କ୍ୟାରେଟ୍ ର ରେଟ୍ ୫୭,୫୯୦ ଟଙ୍କା ରହିଛି। ୨୨ ,୨୪ ଓ ୧୮ କ୍ୟାରେଟ୍ ରେ ମାତ୍ର ୧୦ ଟଙ୍କା ହ୍ରାସ ପାଇଛି।       

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link