Gold Rate Today: ଲଗାତର ତୃତୀୟ ଦିନରେ ବଢିଲା ସୁନା ଦର, ଜାଣନ୍ତୁ ଭରି ପିଛା ଭୁବନେଶ୍ବରରେ କେତେ ରହିଛି ରେଟ୍?
Gold Rate Today: ସୁନା ପ୍ରେମୀଙ୍କ ପାଇଁ ବଡ଼ ଖବର। ଉଛୁଳୁଛି ସୁନା ବଜାର । ଦୀପାବଳୀ ଓ ଦଶହରା ପୂର୍ବରୁ ବଢିଲା ସୁନା ରେଟ୍। ଯାହା ଗ୍ରାହକଙ୍କ ଚିନ୍ତା ବଢାଇ ଦେଇଛି। ଯଦି ଆପଣ ଆଜି ସୁନା-ଅଳଙ୍କାର କିଣିବା ପାଇଁ ଯୋଜନା କରିଛନ୍ତି। ତେବେ, ଏହି ଖବରଟି ଆପଣଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ଅଟେ। ତେବେ, ଆସନ୍ତୁ ଜାଣିବା କେଉଁ ସହରରେ କେତେ ରହିଛି ରେଟ୍।...
ଭାରତୀୟ ବଜାରରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ମୂଲ୍ୟ ୭୩,୪୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୮୦, ୦୭୦ ଟଙ୍କା ରହିଛି। ୨୨ ଓ ୨୪ କ୍ୟାରେଟ୍ ରେ ଭରି ପିଛା ୪୦୦ ଓ ୪୩୦ ଟଙ୍କା ବୃଦ୍ଧି ପାଇଛି। ALSO READ: Horoscope 2025: ଏହିସବୁ ରାଶିଙ୍କ ଭାଗ୍ୟ ଖୋଲିବ ଶନି-ବୃହସ୍ପତି-ରାହୁଙ୍କ ଶୁଭଯୋଗ, କିଣିବେ ନୂଆ ଘର ସହ ଚାକିରିରେ ମିଳିବ ପଦୋନ୍ନତି! ALSO READ: Road Accident: ଟ୍ରକ୍ -କାର୍ ମୁହାଁମୁହିଁ ଧକ୍କା, ୫ ମୃତ
ସେହିପରି ଦେଶର ରାଜଧାନୀ ନୂଆଦିଲ୍ଲୀରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍ ୭୩,୫୫୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୮୦,୨୨୦ ଟଙ୍କା ରହିଛି। ୨୨ ଓ ୨୪ କ୍ୟାରେଟ୍ ରେ ୪୦୦ ଓ ୪୩୦ ଟଙ୍କା ବୃଦ୍ଧି ପାଇଛି।
ମାୟାନଗରୀ ମୁମ୍ବାଇରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍ ୭୩, ୪୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୮୦,୦୭୦ ଟଙ୍କା ରହିଛି। ୨୨ ଓ ୨୪ କ୍ୟାରେଟ୍ ରେ ଭରି ପିଛା ୪୦୦ ଓ ୪୩୦ ଟଙ୍କା ବୃଦ୍ଧି ପାଇଛି।
ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍ ୭୩,୪୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୮୦, ୦୭୦ ଟଙ୍କା ରହିଛି। ୨୨ ଓ ୨୪ କ୍ୟାରେଟ୍ ରେ ଭରି ପିଛା ୪୦୦ ଓ ୪୩୦ ଟଙ୍କା ବଢିଛି।
ସେହିପରି, ଓଡି଼ଶାର ରାଜଧାନୀ ଭୁବନେଶ୍ବରରେ ୧୮ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍ ୬୦,୦୬୦ ଥିବା ବେଳେ ୨୨ କ୍ୟାରେଟ୍ ର ଦାମ୍ ୭୩,୪୦୦ ଓ ୨୪ କ୍ୟାରେଟ୍ ର ଦାମ୍ ୮୦,୦୭୦ ଟଙ୍କା ରହିଛି। ୧୮ ,୨୨ ଓ ୨୪ କ୍ୟାରେଟ୍ ଭରି ପିଛା ୩୩୦, ୪୦୦ ଓ ୪୩୦ ଟଙ୍କା ବଢିଛି।