Gold Rate Today: ଧନତେରାସ୍ ପୂର୍ବରୁ ଗ୍ରାହକଙ୍କୁ ବଡ଼ ଝଟକା, ଆଜି ପୁଣି ବଢିଲା ସୁନାଦର
Gold Rate Today: ସୁନାପ୍ରେମୀଙ୍କ ଲାଗି ବଡ଼ ଖବର। କିଛିଦିନ ପରେ ଆସୁଛି ଧନତେରାସ୍ ଓ ଦୀପାବଳୀ। ଏହା ପୂର୍ବରୁ ବଢିଲା ସୁନା ଦର । ଯଦି ଆପଣ ଆଜି ସୁନା-ଅଳଙ୍କାର କିଣିବା ପାଇଁ ପ୍ଲାନ୍ କରୁଛନ୍ତି । ତେବେ, ଏହି ଖବରଟି ଆପଣଙ୍କ ଲାଗି ଗୁରୁତ୍ବପୂର୍ଣ୍ଣ ଅଟେ। ତେବେ, ଜାଣନ୍ତୁ ଭାରତର ପ୍ରମୁଖ ସହର ଗୁଡିକରେ କେତେ ରହିଛି ସୁନା ରେଟ୍ ?
ଭାରତୀୟ ବଜାରରେ ଆଜି ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ମୂଲ୍ୟ ୭୩,୬୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୮୦,୨୯୦ ଟଙ୍କା ରହିଛି। ୨୨ ଓ ୨୪ କ୍ୟାରେଟ୍ ରେ ୬୫୦ ଓ ୭୧୦ ଟଙ୍କା ବୃଦ୍ଧି ପାଇଛି।
ALSO READ: Guru Shukra Yuti 2024: ଦୀପାବଳିରେ ବୃହସ୍ପତି-ଶୁକ୍ରଙ୍କ ଶୁଭଯୋଗ,ଚମକିବ ଏହିସବୁ ରାଶିଙ୍କ ଭାଗ୍ୟ!
ସେହିପରି ଦେଶର ରାଜଧାନୀ ନୂଆଦିଲ୍ଲୀରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍ ୭୩,୭୫୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୮୦,୪୪୦ ଟଙ୍କା ରହିଛି। ୨୨ ଓ ୨୪ କ୍ୟାରେଟ୍ ରେ ୬୫୦ ଓ ୭୧୦ ଟଙ୍କା ବୃଦ୍ଧି ହୋଇଛି।
ମାୟା ନଗରୀ ମୁମ୍ବାଇରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍ ୭୩,୬୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୮୦,୨୯୦ ଟଙ୍କା ରହିଛି । ୨୨ ଓ ୨୪ କ୍ୟାରେଟ୍ ରେ ୬୫୦ ଓ ୭୧୦ ଟଙ୍କା ବଢିଛି।
ଚେନ୍ନାଇରେ ମଧ୍ୟ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ମୂଲ୍ୟ ୭୩,୬୦୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୮୦,୨୯୦ ଟଙ୍କା ରହିଛି। ୨୨ ଓ ୨୪ କ୍ୟାରେଟ୍ ରେ ୬୫୦ ଓ ୭୧୦ ଟଙ୍କା ବଢିଛି।
ସେହିପରି ଓଡି଼ଶାର ରାଜଧାନୀ ଭୁବନେଶ୍ବରରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ସୁନାର ରେଟ୍ ୭୩,୬୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୮୦,୨୯୦ ଟଙ୍କା ରହିଛି। ଏଠାରେ ମଧ୍ୟ ୨୨ ଓ ୨୪ କ୍ୟାରେଟ୍ ରେ ଭରି ପିଛା ୬୫୦ ଓ ୭୧୦ ଟଙ୍କା ବୃଦ୍ଧି ପାଇଛି।