Gold Rate Today: ନୂଆ ସୁନା ଦର ଜାରି! ୫୫ ହଜାର ତଳେ ଭରି ପିଛା ମୂଲ୍ୟ

Gold Rate Today: ଆଗକୁ ଆସୁଛି ପାର୍ବଣ ଋତୁ । ଆଉ ତା ପୂର୍ବରୁ ମହଙ୍ଗା ହେଉଛି ସୁନା । ଗତକାଲି ସୁନା ଦର ଖସି ଥିବା ବେଳେ ଆଜି କେତେ ରହିଛି ସୁନା ରେଟ୍ । ବଢିଛି ନା ଖସିଛି । ଯଦି ଆପଣ ଆଜି ସୁନା- ଅଳଙ୍କାର କିଣିବା ପାଇଁ ଯୋଜନା କରୁଛନ୍ତି । ତେବେ, ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ଅଟେ। ତେବେ, ଆସନ୍ତୁ ଜାଣିବା ଭାରତର ପ୍ରମୁଖ ସହର ଗୁଡିକରେ କେତେ ରହିଛି ଆଜିର ସୁନା ଦର?

Narmada Behera Tue, 03 Sep 2024-10:51 am,
1/5

ଭରାତୀୟ ବଜାରରେ ଆଜି ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ମୂଲ୍ୟ ୬୬,୭୦୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୭୨,୭୭୦ ଟଙ୍କା ରହିଛି । ୨୨ ଓ ୨୪ କ୍ୟାରେଟ୍ ଦରରେ କୌଣସି ପ୍ରକାର ପରିବର୍ତ୍ତନ ହୋଇ ନାହିଁ। 

ALSO READ: Budh Gochar 2024: ବୁଧଙ୍କ ଚଳନ ଚମକାଇବ ଏହିସବୁ ରାଶିଙ୍କ ଭାଗ୍ୟ, ରହିବନି ଧନର ଅଭାବ!

ALSO READ: Shani Gochar 2024: ଶନିଙ୍କ କୃପାରୁ ଆଜିଠୁ ବଦଳିବ ଏହିସବୁ ରାଶିଙ୍କ ଭାଗ୍ୟ, ମିଳିବ ଚାକିରିରେ ପଦୋନ୍ନତି ସହ...

2/5

ସେହିପରି ଦେଶର ରାଜଧାନୀ ନୂଆଦିଲ୍ଲୀରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍ ୬୬,୮୫୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ର ରେଟ୍ ୭୨,୯୨୦ ଟଙ୍କା ରହିଛି। ଏଠାରେ ମଧ୍ୟ ୨୨ ଓ ୨୪ କ୍ୟାରେଟ୍ ଦରରେ କୌଣସି ପ୍ରକାର ପରିବର୍ତ୍ତନ ହୋଇ ନାହିଁ। 

3/5

  ସେହିପରି, ମାୟାନଗରୀ ମୁମ୍ବାଇରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍ ୬୬,୭୦୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୭୨,୭୭୦ ଟଙ୍କା ରହିଛି। ଏଠାରେ ମଧ୍ୟ ଦର ଅପରିବର୍ତ୍ତିତ ରହିଛି।

4/5

ସେହିପରି, ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ମୂଲ୍ୟ ୬୬,୭୦୦ ରହିଥିବା ବେଳେ ୨୪ କ୍ୟାରେଟ୍ ର ରେଟ୍ ୭୨,୭୭୦ ଟଙ୍କା ରହିଛି। ଏଠାରେ ମଧ୍ୟ ଦର ସ୍ଥିର ରହିଛି। 

5/5

ଅନ୍ୟପଟେ, ଓଡି଼ଶାର ରାଜଧାନୀ ଭୁବନେଶ୍ବରରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍ ୬୬,୭୦୦ ଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୭୨,୭୭୦ ଏବଂ ୧୮ କ୍ୟାରେଟ୍ ର ରେଟ୍ ୫୪,୫୭୦ ଟଙ୍କା ରହିଛି। ଏଠାରେ ମଧ୍ୟ ଦରରେ କୌଣସି ପ୍ରକାର ପରିବର୍ତ୍ତନ ହୋଇ ନାହିଁ।   

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link