Gold Rate: ସୁନା କିଣିବାର ସୁବର୍ଣ୍ଣ ସମୟ, ଜାଣନ୍ତୁ କେତେ ଖସିଲା ଦର
Gold price today: ବିବାହ ଋତୁରେ ଆଲୋଚନାର ମୁଖ୍ୟ ବିଷୟ ପାଲଟିଥାଏ ସୁନା । ସୁନା ଏହାର ସର୍ବକାଳୀନ ସର୍ବୋଚ୍ଚ ସ୍ତରରେ ପହଞ୍ଚିଥିଲା, କିନ୍ତୁ ଏହା ମଧ୍ୟରେ ଆଜି ଆଶ୍ୱସ୍ତିର ଖବର ସାମ୍ନାକୁ ଆସିଛି । ସୁନା ଦରରେ ଏକ ବଡ଼ ହ୍ରାସ ରେକର୍ଡ କରାଯାଇଛି।
![](https://hindi.cdn.zeenews.com/hindi/sites/default/files/2025/01/27/3630233-gold-1-web-1.jpg?im=FitAndFill=(1200,900))
ଯଦି ଆପଣ ଆଜି ସୁନା କିମ୍ବା ରୂପା କିଣିବାକୁ ଯୋଜନା କରୁଛନ୍ତି, ତେବେ ଏକ ଭଲ ସୁଯୋଗ ହାତଛଡା କରନ୍ତୁ ନାହିଁ । ସାରା ଦେଶରେ ସୁନା ଏବଂ ରୂପାର ମୂଲ୍ୟରେ ହ୍ରାସ ଘଟିଛି।
![](https://hindi.cdn.zeenews.com/hindi/sites/default/files/2025/01/27/3630227-gold-1-web.jpg?im=FitAndFill=(1200,900))
ଆଜି ଜାନୁଆରୀ ୨୭ ତାରିଖରେ, ୨୪ କାରେଟ୍ ସୁନାର ମୂଲ୍ୟ ପ୍ରତି ୧୦ ଗ୍ରାମ ୮୦୦୪୮ ଟଙ୍କାରେ ପହଞ୍ଚିଛି। ଇଣ୍ଡିଆ ବୁଲିୟନ୍ ଆଣ୍ଡ୍ ଜୁଏଲର୍ସ ଆସୋସିଏସନ୍ର ୱେବସାଇଟ୍ ଅନୁଯାୟୀ, ଆଜି ୨୪ କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି ୧୦ ଗ୍ରାମ ୮୦୦୪୮ ଟଙ୍କା ରହିଥିବା ସମୟରେ ୨୩ କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି ୧୦ ଗ୍ରାମ ୭୯୭୨୭ ଟଙ୍କା ରହିଛି ।
![](https://hindi.cdn.zeenews.com/hindi/sites/default/files/2025/01/27/3630224-gold-2-web.jpg?im=FitAndFill=(1200,900))
ସେହିପରି ୨୨ କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି ୧୦ ଗ୍ରାମ ପ୍ରତି ୭୩୩୨୪ ଟଙ୍କା ରହିଛି । ୧୮ କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି ୧୦ ଗ୍ରାମ ୬୦୦୩୬ ଟଙ୍କା ଏବଂ ୧୪ କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି ୧୦ ଗ୍ରାମ ୪୬୮୨୮ ଟଙ୍କା ରହିଛି ।
ସୋମବାର ଦିନ ଫ୍ୟୁଚର୍ସ ବାଣିଜ୍ୟରେ ସୁନା ମୂଲ୍ୟ ୩୨୮ ଟଙ୍କା ହ୍ରାସ ପାଇ ପ୍ରତି ୧୦ ଗ୍ରାମ ପିଛା ୭୯,୬୯୮ ଟଙ୍କାରେ ପହଞ୍ଚିଛି। ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCE) ରେ ଫେବୃଆରୀ ମାସରେ ଡେଲିଭରି ପାଇଁ ସୁନା କଣ୍ଟ୍ରାକ୍ଟ ମୂଲ୍ୟ ୩୨୮ ଟଙ୍କା କିମ୍ବା ୦.୪୧ ପ୍ରତିଶତ ହ୍ରାସ ପାଇ ୧୦ ଗ୍ରାମ ପିଛା ୭୯,୬୯୮ ଟଙ୍କାରେ ପହଞ୍ଚିଛି।
ଆଜି ଫ୍ୟୁଚର୍ସ କାରବାରରେ ରୂପା ମୂଲ୍ୟ ୧,୦୮୪ ଟଙ୍କା ହ୍ରାସ ପାଇ ୯୦,୫୧୫ ଟଙ୍କା ହୋଇଛି। ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCE) ରେ ମାର୍ଚ୍ଚ ଡେଲିଭରି ପାଇଁ ରୂପା କଣ୍ଟ୍ରାକ୍ଟ ମୂଲ୍ୟ ୧,୦୮୪ ଟଙ୍କା ତଥା ୧.୧୮ ପ୍ରତିଶତ ହ୍ରାସ ପାଇ ୯୦,୫୧୫ ଟଙ୍କା ପ୍ରତି କିଲୋଗ୍ରାମ ହୋଇଛି।