Diwali Special Train List: ଦୀପାବଳି ପାଇଁ ଆଜିଠୁ ଗଡିବ ୨୦୦ ସ୍ୱତନ୍ତ୍ର ଟ୍ରେନ, ଏଠାରେ ଦେଖନ୍ତୁ ପୂରା ତାଲିକା
Diwali Special Train List: ଯାତ୍ରୀଙ୍କ ପାଇଁ ଖୁସି ଖବର। ଦିନକ ପରେ ଦୀପାବଳି। ତେବେ, ଯାତ୍ରାଙ୍କ ସୁବିଧା ଓ ଭିଡ଼ ନିୟନ୍ତ୍ରଣ ପାଇଁ ରେଳବାଇ ନେଇଛି ବଡ଼ ପଦକ୍ଷେପ। ଦୀପାବଳି ଓ ଛଟ୍ ପୂଜାକୁ ଆଖି ଆଗରେ ରଖି ଷ୍ଟେସନ୍ ଓ ଟ୍ରେନ୍ ରେ ଭିଡ଼ କମାଇବା ପାଇଁ ୨୦୦ ରୁ ଅଧିକ ଦୀପାବଳି ସ୍ପେଶାଲ୍ ଟ୍ରେନ୍ ଚଳାଚଳ କରିବ। ଏନେଇ ରେଳ ବିଭାଗ ପକ୍ଷରୁ ସୂଚନା ମିଳିଛି। କେଉଁ କେଉଁ ସ୍ଥାନକୁ କେତୋଟି ଟ୍ରେନ୍ ଚଳାଚଳ କରିବ ସେନେଇ ଏଠାରେ ଦେଖନ୍ତୁ ପୂରା ତାଲିକା...
ଆଜିଠାରୁ ଦେଶରେ ଦୀପାବଳି ଓ ଛଟ୍ ପୂଜା ପାଇଁ ୨୦୦ରୁ ଅଧିକ ସ୍ବତନ୍ତ୍ର ଟ୍ରେନ୍ ଚଳାଚଳ କରିବ। ବିଶେଷକରି ଆଜିଠାରୁ ୧୨୦ ଟ୍ରେନ୍ ଚାଲିବ।
ALSO READ: ଧନତେରାସରେ ପଡିଛି ୪ ଶୁଭଯୋଗ, ବଦଳିବ ଏହିସବୁ ରାଶିଙ୍କ ଭାଗ୍ୟ, ବଢିବ ବ୍ୟାଙ୍କ୍ ବାଲାନ୍ସ, କିଣିବେ ନୂଆ ଗାଡି଼!
ALSO READ: lipi Mohapatra Video: ଆପଣଙ୍କୁ ହସାଇ ହସାଇ ଦେବମ୍ କରାଇବ ଅଭିନେତ୍ରୀ ଲିପିଙ୍କ ଏହି ଭିଡିଓ, ଦେଖନ୍ତୁ
ସେଥିମଧ୍ୟରୁ ପ୍ରାୟ ୪୦ ଟି ଟ୍ରେନ୍ ମୁମ୍ବାଇ ଦେଇ ଯିବ। ଏବଂ ୨୨ଟି ଟ୍ରେନ୍ ଉତ୍ତର -ପ୍ରଦେଶ , ପଶ୍ଚିମବଙ୍ଗ , ବିହାର ଓ ଓଡ଼ିଶା କୁ ଗଡିବ।
ଯାତ୍ରା ସମୟରେ ଯାତ୍ରୀ ଯେପରି କୌଣସି ଅସୁବିଧାର ସମ୍ମୁଖିନ ନ ହୁଅନ୍ତି । ସେନେଇ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି।
ପୂର୍ବାଞ୍ଚଳ ରେଳ ବିଭାଗର ଲୋକ ସମ୍ପର୍କ ଅଧିକାରୀ କହିଛନ୍ତି ଯେ, ଚଳିତ ଥର ପାର୍ବଣ ପାଇଁ ସ୍ପେଶାଲ୍ ଟ୍ରେନ୍ ସଂଖ୍ୟାକୁ ବୃଦ୍ଧି କରାଯାଇଛି।
ଗତବର୍ଷ ପାର୍ବଣରେ ୩୩ ଟି ଟ୍ରେନ୍ ଚାଲୁଥିବା ବେଳେ ଚଳିତ ଥର ଏହା ୫୦ କୁ ବୃଦ୍ଧି ପାଇଛି।