MLA Sofia Firdous Pics: ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ବିଧାୟିକା ସୋଫିଆ ଫିରଦୋସଙ୍କ ଏହିସବୁ ଫଟୋ, ଦେଖନ୍ତୁ
MLA Sofia Firdous Pics: ଓଡ଼ିଶା ରାଜନୀତିର ନୂଆ ଚେହାର ସୋଫିଆ ଫିରଦୋସ୍ । ବାପା ହେଉଛନ୍ତି ବରିଷ୍ଠ କଂଗ୍ରେସ୍ ନେତା ମହମ୍ମଦ ମୋକିମ୍ । ଚଳିତ ନିର୍ବାଚନରେ ବାରବାଟୀ-କଟକ ଆସନରୁ ଲଢି ସେ ବିଜୟୀ ହୋଇଛନ୍ତି। ଓଡି଼ଶା ବିଧାନସଭାକୁ ନିର୍ବାଚିତ ହୋଇଥିବା ପ୍ରଥମ ମୁସଲମାନ୍ ମହିଳା ହେଉଛନ୍ତି ସେ। ସୋଫିଆ କେବଳ ଜଣେ ନେତ୍ରୀ ନୁହଁନ୍ତି, ସେ ଜଣେ ରିୟଲି-ଇଷ୍ଟେଟ୍ ବ୍ୟବସାୟୀ ମଧ୍ୟ। ତେବେ, ଆସନ୍ତୁ ଜାଣିବା ତାଙ୍କ ବିଷୟରେ କିଛି ଖାସ୍ କଥା....
କଂଗ୍ରେସ ନେତା ମହମ୍ମଦ ମୋକିମ୍ -ଙ୍କ ଝିଅ ହେଉଛନ୍ତି ସୋଫିଆ ଫିରଦୋସ୍।
ALSO READ: Sofia Firdous Viral Video: ଜଙ୍ଗଲ ଭିତରୁ ଭାଇରାଲ୍ ହେଲା ବିଧାୟିକା ସୋଫିଆ ଫିର୍ଦୋସଙ୍କ ଏହି ଭିଡିଓ, ଦେଖନ୍ତୁ
ALSO READ: MLA Upasna Mohapatra: 'ବାଘ' ସହ ନଜର ଆସିଲେ ବ୍ରହ୍ମଗିରି ବିଧାୟକା ଉପାସନା ମହାପାତ୍ର, ଭାଇରାଲ୍ ହେଲା ଭିଡିଓ
ଚଳିତ ନିର୍ବାଚନରେ କଂଗ୍ରେସରୁ ଟିକେଟ୍ ପାଇ ବାରବାଟୀ -କଟକ ନିର୍ବାଚନ ମଣ୍ତଳୀରୁ ଠିଆ ହୋଇଥିଲେ। ଆଉ ବିଜୟୀ ମଧ୍ୟ ହୋଇଛନ୍ତି।
ସୋଫିଆ ପୂର୍ବତନ ସ୍ବର୍ଗତ ମୁଖ୍ୟମନ୍ତ୍ରୀ ନନ୍ଦୀନି ଶତପଥୀଙ୍କୁ ନିଜ ଆଦର୍ଶ ବୋଲି ମାନନ୍ତି।
ସୋଫିଆ ନିଜର ସ୍କୁଲ୍ ପାଠପଢା କଟକ ସେଣ୍ଟ ଜୋସେଫ୍ ଗାର୍ଲସ୍ ହାଇସ୍କୁଲ୍ ରୁ ଆରମ୍ଭ କରିଥିଲେ। ପରେ ରେଭେନ୍ସା ରେ ପାଠ ପଢିଥିଲେ।
ଏହାପରେ ୨୦୧୩ ମସିହାରେ କିଟ୍ ବିଶ୍ବ ବିଦ୍ୟାଳୟରୁ ସିଭିଲ୍ ଇଂଜିନିୟରିଂ ରୁ ଡିଗ୍ରୀ ହାସଲ କରିଥିଲେ।
୨୦୨୨ ମସିହାରେ ସେ (IIM) ବାଙ୍ଗାଲୁରୁରେ ଏକ୍ସଜିକ୍ୟୁଟିଭ୍ ଜେନେରାଲ୍ ମ୍ୟାନେଜ-ମେଣ୍ଟ ପୋଗ୍ରାମ୍ ରେ ମଧ୍ୟ ଶିକ୍ଷା ଲାଭ କରିଥିଲେ।
ଯଦି ଆମେ ତାଙ୍କ ସମ୍ପତ୍ତି ବିଷୟରେ କଥା ହେବା, ତେବେ ସୋଫିଆ ହେଉଛନ୍ତି ରାଜଧାନୀ ଭୁବନେଶ୍ବରରେ ଥିବା (CREDAI)କ୍ରେଡାଇ ରିୟଲି-ଇ-ଷ୍ଟେଟ୍ କମ୍ପାନୀର ନିର୍ଦ୍ଦେଶକ ଓ ସଭାପତି ।
ନିର୍ବାଚନରେ ଦିଆଯାଇଥିବା ଦସ୍ତାବିଜ୍ ତଥ୍ୟ ଅନୁସାରେ ସୋଫିଆଙ୍କ ପାଖରେ ୩.୬୪ କୋଟି ଟଙ୍କାର ସମତ୍ତି ରହିଥିବା ଜଣାପଡିଛି।
ରାଜନୀତି ଭଳି ରିୟଲି-ଇ-ଷ୍ଟେଟ୍ କ୍ଷେତ୍ରରେ ତାଙ୍କର ଦବଦବା ମଧ୍ୟ ବେଶ୍ ଅଧିକ ରହିଛି।
ନିକଟରେ ଦେଇଥିବା ଏକ ସାକ୍ଷାତକାରରେ ସେ କହିଥିଲେ, ବାପାଙ୍କ ସମୟରେ ଅଧା ରହିଥିବା କଟକବାସୀଙ୍କ ସ୍ବପ୍ନକୁ ସେ ସାକାର କରିବେ।
ଯଦି ଆମେ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ କଥା ହେବା ତେବେ, ସୋଫିଆ ଶେଖ୍ ମଇରାଜୁଲ୍ ହକ୍-ଙ୍କୁ ବିବାହ କରିଛନ୍ତି। ସେ ମଧ୍ୟ ଜଣେ ଲେଖକ ଓ ବ୍ୟବସାୟୀ।
ସୋଫିଆଙ୍କ ପରି ତାଙ୍କ ସ୍ବାମୀ ମଧ୍ୟ ଜଣେ ସ୍ବାମୀ ମଧ୍ୟ ଜଣ ବଡ଼ ବ୍ୟବସାୟୀ। ନିକଟରେ ଦେଇଥିବା ଏକ ସାକ୍ଷାତକାରରେ ସୋଫିଆ କହିଥିଲେ ଯେ, ସେ ତାଙ୍କ ବାପାଙ୍କ ପରେ ଯଦି ଅଧିକ କାହାକୁ ଭଲ ପାଆନ୍ତି ସେ ହେଉଛନ୍ତି ତାଙ୍କ ସ୍ବାମୀ।
ସୋଫିଆଙ୍କ ବିବାହ ଜୀବନ ସୁରୁଖୁରୁରେ ଚାଲିଥିବା ବେଳେ ସେ ହଲିଡେ କାଟିବାକୁ ନିଜ ସ୍ବାମୀଙ୍କ ସହ ବିଦେଶ ଯାଆନ୍ତି।
ଯାହାର ଫଟୋ ସୋସିଆଲ୍ ମିଡିଆରେ ବେଶ୍ ଭାଇରାଲ୍ ହେଉଛି।
କେବଳ ସେତିକି ନୁହେଁ, ସୋଫିଆ ନିଜ ସ୍ବାମୀଙ୍କ ସହ ମଧ୍ୟ ଏକାଧିକ ଇଭେଣ୍ଟରେ ନଜର ଆସନ୍ତି। ଉଭୟଙ୍କ ମଧ୍ୟରେ ଉତ୍ତମ ବୁଝାବଣା ଥିବା ମଧ୍ୟ ଦେଖିବାକୁ ମିଳେ ।