Petrol Diesel Price Today: ନୂଆ ତୈଳ ଦର ଜାରି, ରାଜ୍ୟର ଏହିସବୁ ସହରରେ ଖସିଲା ପେଟ୍ରୋଲ-ଡିଜେଲ ରେଟ୍

Petrol Diesel Price Today: ଦେଶରେ ପ୍ରତ୍ୟକ ଦିନ ନୂଆ ପେଟ୍ରୋଲ୍ ଓ ଡିଜେଲ ଦର ଜାରି ହୋଇଥାଏ। ସକାଳ ୬ଟାରେ ନୂଆ ଦର ଜାରି ହୋଇଥାଏ। ତେବେ, ଆସନ୍ତୁ ଜାଣିବା ଆଜି ବିଶେଷକରି ରାଜ୍ୟର କେଉଁ ସ୍ଥାନରେ ତେଲ ଦର ଖସିଛି ଆଉ କେଉଁ ସ୍ଥାନରେ ବୃଦ୍ଧି ପାଇଛି। ନଜର ପକାନ୍ତୁ ପ୍ରମୁଖ ସହରରେ କେତେ ରହିଛି ଆଜିର ତୈଳ ଦର...

Narmada Behera Dec 18, 2024, 09:05 AM IST
1/6

ଦେଶର ରାଜଧାନୀ ନୂଆଦିଲ୍ଲୀରେ ପେଟ୍ରୋଲ୍ ଲିଟର ପିଛା ୯୪ ଟଙ୍କା ୭୭ ପଇସା ରହିଥିବା ବେଳେ ଡିଜେଲ୍ ଲିଟର ପିଛା ୮୭.୬୭ ପଇସା ରହିଛି। ଆଜି ଦରରେ କୌଣସି ପ୍ରକାର ପରିବର୍ତ୍ତନ ହୋଇନି। 

 

ALSO READ: Shani Budh Yuti 2024: ୨୦୨୫-ଜାନୁଆରୀ ୧ ରୁ ଫିଟିବ ଏହିସବୁ ରାଶିଙ୍କ ଭାଗ୍ୟ, ଚାକିରି ଓ ବ୍ୟବସାୟରେ ପାଇବେ ସଫଳତା

2/6

ଓଡି଼ଶାର ରାଜଧାନୀ ଭୁବନେଶ୍ବରରେ ପେଟ୍ରୋଲ ଲିଟର ପିଛା ୧୦୧ ଟଙ୍କା ୧୧ ପଇସା ଥିବା ବେଳେ ଡିଜେଲ୍ ଲିଟର ପିଛା ୯୨ ଟଙ୍କା ୬୯ ପଇସା ରହିଛି। ତେବେ, ଏଠାରେ ପେଟ୍ରଲ୍ ଓ ଡିଜେଲ ଲିଟର ପିଛା ଆଜି ୧୭ ପଇସା ବୃଦ୍ଧି ପାଇଛ। 

 

3/6

ସେହିପରି କଟକରେ ପେଟ୍ରୋଲ ଲିଟର ପିଛା ୧୦୩ ଟଙ୍କା ୩୧ ପଇସା ରହିଥିବା ବେଳେ ଡିଜେଲ ର ଦାମ୍ ୯୨ ଟଙ୍କା ୮୮ ପଇସା ରହିଛି। ଏଠାରେ ପେଟ୍ରୋଲ୍ ରେ ଲିଟର ପିଛା ୬୬ ଓ ଡିଜେଲ-ରେ ୬୪ ପଇସା ହ୍ରାସ ପାଇଛି।  

4/6

ସେହିପରି ସମ୍ବଲପୁରରେ ପେଟ୍ରୋଲ ଲିଟର ପିଛା ୧୦୨ ଟଙ୍କା ୩୦ ପଇସା ରହିଥିବା ବେଳେ ଡିଜେଲ ଲିଟର ପିଛା ୯୩ ଟଙ୍କା ୮୬ ପଇସା ରହିଛି। ପେଟ୍ରୋଲ ଓ ଡିଜେଲ ରେ ଲିଟର ପିଛା ୬୨ ଓ ୬୦ ପଇସା ବଢିଛି। 

5/6

ସେହିପରି ଶ୍ରୀକ୍ଷେତ୍ର ପୁରୀରେ ପେଟ୍ରୋଲ ଲିଟର ୧୦୧ ଟଙ୍କା ୩ ପଇସା ରହିଥିବା ବେଳେ ଡିଜେଲର ଦାମ୍ ୯୨ ଟଙ୍କା ୬୦ ପଇସା ରହିଛି। ପେଟ୍ରୋଲ୍ ଓ ଡିଜେଲ୍ ରେ ଲିଟର ପିଛା ୪୭ ଓ ୪୬ ପଇସା ବୃଦ୍ଧି ପାଇଛି। 

 

6/6

ତେବେ, ଏଠାରେ ଆମେ ଆପଣଙ୍କୁ ସୂଚନା ଦେବା ପାଇଁ ଚାହିବୁ ଯେ, ଆପଣ ଘରେ ବସି ପେଟ୍ରୋଲ ଓ ଡିଜେଲ ଦାମ୍ ଆପଣ (SMS) ଏସଏମ୍-ଏସ୍ ମାଧ୍ୟମରେ ମଧ୍ୟ ଜାଣିପାରିବେ । ଇଣ୍ଡିଆନ ଅଏଲ ୱେବସାଇଟ ଅନୁଯାୟୀ ଆପଣଙ୍କୁ ଏବଂ ନିଜ ସହରର କୋଡ୍ ଲେଖି ୯୨୨୪୯୯୨୨୪୯ ନମ୍ବରକୁ ପଠାଇବାକୁ ହେବ । ପ୍ରତି ସହରର କୋଡ୍ ଅଲଗା ଅଲଗା ରହିଥାଏ । ଯାହା ଆପଣଙ୍କୁ ଆଇସିଓଏଲ ୱେବସାଇଟରୁ ସହଜରେ ମିଳିଯିବ।

 

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link