PM Kisan Yojana: ପିଏମ କିଷାନ ସମାନ ନିଧି ଯୋଜନାକୁ ନେଇ ଆସିଲା ବଡ଼ ଅପଡେଟ୍, ଏହି ଦିନ ଆକାଉଣ୍ଟକୁ ଆସିବ ଟଙ୍କା...
PM Kisan Yojana: କୃଷକଙ୍କ କଲ୍ୟାଣ ପାଇଁ ଭାରତ ସରକାର ଏବଂ କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଏକ ଯୋଜନା ଆରମ୍ଭ କରିଥିଲେ। ପ୍ରଧାନମନ୍ତ୍ରୀ କିଷାନ ସମାନ ନିଧି ଯୋଜନା ଅଧୀନରେ ଚାଷୀଙ୍କୁ କିଛି ଆର୍ଥିକ ସହାୟତା ପ୍ରଦାନ କରାଯାଉଛି।
PM Kisan Yojana: କୃଷକଙ୍କ କଲ୍ୟାଣ ପାଇଁ ଭାରତ ସରକାର ଏବଂ କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଏକ ଯୋଜନା ଆରମ୍ଭ କରିଥିଲେ। ପ୍ରଧାନମନ୍ତ୍ରୀ କିଷାନ ସମାନ ନିଧି ଯୋଜନା ଅଧୀନରେ ଚାଷୀଙ୍କୁ କିଛି ଆର୍ଥିକ ସହାୟତା ପ୍ରଦାନ କରାଯାଉଛି।
ଏହି ଟଙ୍କା ସେମାନଙ୍କ ଚାଷ ଏବଂ ଘରୋଇ ଆବଶ୍ୟକତା ପାଇଁ ଆର୍ଥିକ ସହାୟତା ଯୋଗାଇବ। ବର୍ତ୍ତମାନ ପର୍ଯ୍ୟନ୍ତ, ଏହି ଯୋଜନା ଅଧୀନରେ କୃଷକମାନେ ୧୮ ଟି କିସ୍ତି ପାଇଛନ୍ତି, ବର୍ତ୍ତମାନ ସମସ୍ତେ ଅନେଇ ବସିଛନ୍ତି ୧୯ତମ କିସ୍ତିକୁ। ପରବର୍ତ୍ତୀ କିସ୍ତି କେବେ ଆସିବ ଏବଂ କେଉଁ କୃଷକମାନେ ଏହା ପାଇଁ ଯୋଗ୍ୟ ଆସନ୍ତୁ ଜାଣିବା।
ପରବର୍ତ୍ତୀ କିସ୍ତି କେବେ ଆସିବ? ପ୍ରଧାନମନ୍ତ୍ରୀ କିଷାନ ସମାନ ନିଧି ଯୋଜନା ଅଧୀନରେ କୃଷକମାନେ ବାର୍ଷିକ ୬ ହଜାର ଟଙ୍କା ସହାୟତା ପାଇଥାନ୍ତି। ଏହି ରାଶି କୃଷକଙ୍କ ଆକାଉଣ୍ଟକୁ ୨ ହଜାର ଟଙ୍କା କିସ୍ତି ଆକାରରେ ଦିଆଯାଇଥାଏ। ଏହି ଯୋଜନା ଅଧୀନରେ ଏପର୍ଯ୍ୟନ୍ତ ୧୮ ଟି କିସ୍ତି ପ୍ରକାଶ ପାଇଛି। ପ୍ରତି ୪ ମାସରେ ଏକ କିସ୍ତି ରିଲିଜ୍ କୃଷକଙ୍କ ଆକାଉଣ୍ଟକୁ ପଠାଯାଇଥାଏ। ଅକ୍ଟୋବର ୨୦୨୪ରେ ୧୮ତମ କିସ୍ତି ରିଲିଜ୍ କରାଯାଥିଲା, ଯାହା ଅନୁଯାୟୀ ଜାନୁଆରୀର ଶେଷ ସପ୍ତାହରେ କିମ୍ବା ଫେବୃଆରୀ ଆରମ୍ଭରେ ୧୯ତମ କିସ୍ତି କୃଷକଙ୍କ ଆକାଣ୍ଟକୁ ଆସିବାର ସମ୍ଭାବନା ରହିଛି। କିନ୍ତୁ ଏ ସମ୍ପର୍କରେ ଏପର୍ଯ୍ୟନ୍ତ ବିଧିବଦ୍ଧ ଭାବେ କୌଣସି ଘୋଷଣା କରାଯାଇ ନାହିଁ।
କେଉଁ କୃଷକମାନେ ଏହାର ଲାଭ ପାଇଥାନ୍ତି? ଆରମ୍ଭରେ, ୨ ହେକ୍ଟର ଜମି ଥିବା କୃଷକମାନେ ପ୍ରଧାନମନ୍ତ୍ରୀ କିଷାନ ସମାନ ନିଧି ଯୋଜନା ଅଧୀନରେ ଆସୁଥିଲେ, କିନ୍ତୁ ବର୍ତ୍ତମାନ ଏହି ଯୋଜନାର ପରିସର ବିସ୍ତାର କରି ଅଧିକ ଚାଷୀଙ୍କୁ ସୁବିଧା ଯୋଗାଇଦେଉଛନ୍ତି ସରକାର। ଯଦି ଆପଣ ଏହି ଯୋଜନାର ଲାଭ ଉଠାଇବାକୁ ଚାହୁଁଛନ୍ତି, ତେବେ ଏଥିପାଇଁ କିଛି ନିୟମ ପ୍ରସ୍ତୁତ କରାଯାଇଛି। ଯେଉଁଥିରେ ପ୍ରଥମ ସର୍ତ୍ତ ହେଉଛି କୃଷକର ଆୟର ଉତ୍ସ କେବଳ ଚାଷ ହେବା ଉଚିତ୍। ସରକାରୀ ଚାକିରି କରୁଥିବା କିମ୍ବା ବ୍ୟବସାୟ କରୁଥିବା ଲୋକମାନେ ଏହି ଯୋଜନା ଅଧୀନରେ ଅନ୍ତର୍ଭୁକ୍ତ ହୋଇପାରିବେ ନାହିଁ।
ଆବେଦନ ପ୍ରଣାଳୀ: ଏହି ଯୋଜନା ପାଇଁ ଆବେଦନ କରିବାକୁ ଚାହୁଁଥିବା କୃଷକଙ୍କ ପାଖରେ ଆଧାର କାର୍ଡ, ବ୍ୟାଙ୍କ ଆକାଉଣ୍ଟ ଷ୍ଟେଟମେଣ୍ଟ, ଜମି ଡକ୍ୟୁମେଣ୍ଟ, ମୋବାଇଲ୍ ନମ୍ବର ଏବଂ ଆୟ ପ୍ରମାଣପତ୍ର ଥିବା ଆବଶ୍ୟକ। ଆବେଦନ କରିବାକୁ, PMKSNY ର ଅଫିସିଆଲ୍ ସାଇଟ୍ https://pmkisan.gov.in/ କୁ ଯାଆନ୍ତୁ, ସେଠାରେ ନୂତନ କୃଷକ ପଞ୍ଜିକରଣ ଦେଖିପାରିବେ। ଯଦି ଆପଣ ଏହାକୁ ଖୋଲନ୍ତି, କିଛି ଗୁରୁତ୍ୱପୂର୍ଣ୍ଣ ସୂଚନା ପଚରାଯିବ। ସମସ୍ତ ତଥ୍ୟକୁ ସାବଧାନତାର ସହିତ ପୁରଣ କରନ୍ତୁ ଏବଂ ଦାଖଲ କରନ୍ତୁ।